ମଝି ରାସ୍ତାରେ ଅଫୁଟା ବାଣ ଛାଡ଼ି ଚାଲିଗଲେ ବରଯାତ୍ରୀ ଦଳ, ସେହି ବାଣ ଫୁଟାଇବାକୁ ଯାଇ ଚାଲିଗଲା ୧୧ ବର୍ଷ ବାଳକର ଜୀବନ

The Sakala Picture
Published On

ଚନ୍ଦନେଶ୍ବର : ଗତକାଲି ବିଳମ୍ବିତ ରାତିରେ ଡିଜେ ବଜାଇ,ବାଣ ଫୁଟାଇ,ନାଚି ନାଚି ଚାଲିଗଲେ ବରଯାତ୍ରୀ ଦଳ। ହେଲେ ମଝି ରାସ୍ତାରେ ଛାଡ଼ି ଦେଇଗଲେ ଗୋଟିଏ ବଡ଼ ଅଫୁଟା ବାଣ। ଏଥିପ୍ରତି କାହାର ନଜର ନଥିଲା। ତେବେ ସକାଳେ ନିଦରୁ ଉଠି ଘର ସମ୍ମୁଖ ରାସ୍ତାରେ ପଡ଼ିଥିବା ସେହି ଅଫୁଟା ବାଣକୁ ଦେଖି ଉତ୍ସୁକତାର ସହିତ ସେଥିରେ ନିଆଁ ଲଗାଇଲା ବେଳେ ସେଥିରେ ବିସ୍ଫୋରଣ ଘଟି ଜଣେ ୧୧ ବର୍ଷର ବାଳକର ଜୀବନଦୀପ ଲିଭି ଯାଇଛି। ବୁଧବାର ସକାଳେ […]

ଚନ୍ଦନେଶ୍ବର : ଗତକାଲି ବିଳମ୍ବିତ ରାତିରେ ଡିଜେ ବଜାଇ,ବାଣ ଫୁଟାଇ,ନାଚି ନାଚି ଚାଲିଗଲେ ବରଯାତ୍ରୀ ଦଳ। ହେଲେ ମଝି ରାସ୍ତାରେ ଛାଡ଼ି ଦେଇଗଲେ ଗୋଟିଏ ବଡ଼ ଅଫୁଟା ବାଣ। ଏଥିପ୍ରତି କାହାର ନଜର ନଥିଲା। ତେବେ ସକାଳେ ନିଦରୁ ଉଠି ଘର ସମ୍ମୁଖ ରାସ୍ତାରେ ପଡ଼ିଥିବା ସେହି ଅଫୁଟା ବାଣକୁ ଦେଖି ଉତ୍ସୁକତାର ସହିତ ସେଥିରେ ନିଆଁ ଲଗାଇଲା ବେଳେ ସେଥିରେ ବିସ୍ଫୋରଣ ଘଟି ଜଣେ ୧୧ ବର୍ଷର ବାଳକର ଜୀବନଦୀପ ଲିଭି ଯାଇଛି। ବୁଧବାର ସକାଳେ ଭୋଗରାଇ ଥାନା ଅନ୍ତର୍ଗତ କାନ୍ଥିଭଉରୀ ଗାଁର ରଣକୋଠା ଡ଼ାକବଙ୍ଗଳା ରାସ୍ତାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବାଳକ ଜଣକ ହେଲେ ସେହି ଗାଁର ଦେବେନ୍ଦ୍ର ପାତ୍ରଙ୍କ ବଡପୁଅ ନିମାଇଁ ଚରଣ ପାତ୍ର (୧୧) । ଏହାକୁ ନେଇ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ସୂଚନା ମୁତାବକ,ମଙ୍ଗଳବାର ବିଳମ୍ବିତ ରାତିରେ କାନ୍ଥିଭଉରୀ ପଞ୍ଚାୟତ ଅନ୍ତର୍ଗତ ରଣକୋଠା ଡ଼ାକବଙ୍ଗଳା ରାସ୍ତାରେ ଜନୈକ ବରଯାତ୍ରୀ ଦଳ ଡିଜେ ଓ ରୋଷଣୀ ଶୋଭାଯାତ୍ରାରେ ଯାଇଥିଲେ। ହେଲେ ଗୋଟିଏ ବଡ ଅଫୁଟା ବାଣକୁ ସେହି ରାସ୍ତାରେ ଛାଡ଼ି ଯାଇଥିଲେ। ତେବେ ସେହି ଗାଁର ଦେବେନ୍ଦ୍ର ପାତ୍ରଙ୍କ ବଡପୁଅ ନିମାଇଁ ବୁଧବାର ସକାଳ ପ୍ରାୟ ୭ ଟା ସମୟରେ ସେହି ରାସ୍ତାକୁ ଯାଇଥିଲା ବେଳେ ସେଠାରେ ଏହି ଅଫୁଟା ବାଣଟିକୁ ଦେଖିଥିଲେ। ଉତ୍ସୁକତାର ସହିତ ସେ ଘରୁ ଏକ ଦିଆସିଲି ଆଣି ସେଥିରେ ନିଆଁ ଲଗାଇଥିଲା।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

ନିଆଁ ଲାଗିବା ମାତ୍ରେ ତାହା ଜୋରରେ ଫାଟି ଯାଇଥିଲା। ସେଠାରୁ ଖସି ଆସିବା ପାଇଁ ନିମାଇଁକୁ ସମୟ ମିଳି ନଥିଲା। ନିଆଁ ବାରୁଦ ସିଧାସଳଖ ଯାଇ ନିମାଇଁର ଛାତିରେ ଲାଗିଥିଲା। ଫଳରେ ସେ ସେହିଠାରେ ଟଳିପଡିଥିଲା। ବାଣ ଶବ୍ଦ ସହିତ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚିବା ସହିତ ଚେତାଶୂନ୍ୟ ନିମାଇଁକୁ ଉଦ୍ଧାର କରି ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭୋଗରାଇ ଥାନା କେସ ନଂ ୨୧/୨୨ ରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ନିମାଇଁର ଏଭଳି ଆକସ୍ମିକ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ୪୯୬ଟି ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କଲା ବିଡିଏ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର