ଟଙ୍କା ନେଇ ଠିକାଦାର ଚମ୍ପଟ, ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଆବାସ

The Sakala Picture
Published On

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ତଥା କଚ୍ଚା ଘର ଥିବା ପରିବାରଙ୍କୁ ମୁଣ୍ଡ ଉପରେ ସ୍ଥାୟୀ ଛାତ ଘର ପାଇଁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ଯୋଗାଇ ଦେଉଛନ୍ତି। ହେଲେ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ହିତାଧିକାରୀମାନେ ଘରକୁ ଠିକାରେ ନିର୍ମାଣ ପାଇଁ ଠିକାଦାରକୁ ଦେଉଛନ୍ତି। ଏହାର ଫାଇଦା ଉଠାଇ ଠିକାଦର ଘରର ବିଲ ନେଇ ଆଉ ଧରାଛୁଆଁ ଦେଉ ନ ଥିବା ଅଭିଯୋଗ ହୋଇଛି। ହିତାଧିକାରୀଙ୍କ ଘର ୪ […]

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ତଥା କଚ୍ଚା ଘର ଥିବା ପରିବାରଙ୍କୁ ମୁଣ୍ଡ ଉପରେ ସ୍ଥାୟୀ ଛାତ ଘର ପାଇଁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ଯୋଗାଇ ଦେଉଛନ୍ତି। ହେଲେ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ହିତାଧିକାରୀମାନେ ଘରକୁ ଠିକାରେ ନିର୍ମାଣ ପାଇଁ ଠିକାଦାରକୁ ଦେଉଛନ୍ତି। ଏହାର ଫାଇଦା ଉଠାଇ ଠିକାଦର ଘରର ବିଲ ନେଇ ଆଉ ଧରାଛୁଆଁ ଦେଉ ନ ଥିବା ଅଭିଯୋଗ ହୋଇଛି। ହିତାଧିକାରୀଙ୍କ ଘର ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ଶେଷରେ ହିତାଧିକାରୀ ଜଣଙ୍କ ଫାଣ୍ଡିର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡୀଗଡ଼ ଗ୍ରାମରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସୂଚନା ଅନୁଯାୟୀ,  ଗ୍ରାମର ତରାବତି ସର୍ଦାରସିଂ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ। ଘର ନିର୍ମାଣ ପାଇଁ ଆର୍ଥିକ ସମ୍ବଳ  ନଥିବାରୁ ଖୁଣ୍ଟବନ୍ଧ ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ଘର ନିର୍ମାଣ ପାଇଁ ଠିକାରେ ଦେଇଥିଲେ ଏବଂ ଏଥିପାଇଁ ଅଗ୍ରୀମ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଠିକାଦାର ଘର ନିର୍ମାଣ ଛାତ ଲେବୁଲ ପର୍ଯ୍ଯନ୍ତ କରି ଏବାବଦକୁ ୯୦ ହଜାର ଟଙ୍କା ନେଇ ଆଉ ଧରାଛୁଆଁ ଦେଉ ନ ଥିବାରୁ ହିତାଧିକାରୀ ଠିକାଦାରଙ୍କ ଘରକୁ ଦୌଡି ଦୌଡି ନୟାନ୍ତ ହୋଇ ଶେଷରେ ଜହ୍ନାପଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଗତ ଚାରି ବର୍ଷ ହେଲା ଘର ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ହିତାଧିକାରୀ ଭଙ୍ଗାକୁଡିଆରେ ଜୀବନ କାଟୁଥିବା କହିଛନ୍ତି। ଏଭଳି ଘଟଣା ଗୋଟିଏ କି ଦୁଇଟି ନୁହେଁ ପଞ୍ଚାୟତରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି ସଂପୃକ୍ତ ହିତାଧିକାରୀଙ୍କ ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଲେ ପ୍ରଶାସନ ଉପରେ ଲୋକଙ୍କ ଭରସା ରହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

01 Apr 2021 By The Sakala

ଟଙ୍କା ନେଇ ଠିକାଦାର ଚମ୍ପଟ, ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଆବାସ

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ତଥା କଚ୍ଚା ଘର ଥିବା ପରିବାରଙ୍କୁ ମୁଣ୍ଡ ଉପରେ ସ୍ଥାୟୀ ଛାତ ଘର ପାଇଁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ଯୋଗାଇ ଦେଉଛନ୍ତି। ହେଲେ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ହିତାଧିକାରୀମାନେ ଘରକୁ ଠିକାରେ ନିର୍ମାଣ ପାଇଁ ଠିକାଦାରକୁ ଦେଉଛନ୍ତି। ଏହାର ଫାଇଦା ଉଠାଇ ଠିକାଦର ଘରର ବିଲ ନେଇ ଆଉ ଧରାଛୁଆଁ ଦେଉ ନ ଥିବା ଅଭିଯୋଗ ହୋଇଛି। ହିତାଧିକାରୀଙ୍କ ଘର ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ଶେଷରେ ହିତାଧିକାରୀ ଜଣଙ୍କ ଫାଣ୍ଡିର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡୀଗଡ଼ ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ,  ଗ୍ରାମର ତରାବତି ସର୍ଦାରସିଂ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ। ଘର ନିର୍ମାଣ ପାଇଁ ଆର୍ଥିକ ସମ୍ବଳ  ନଥିବାରୁ ଖୁଣ୍ଟବନ୍ଧ ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ଘର ନିର୍ମାଣ ପାଇଁ ଠିକାରେ ଦେଇଥିଲେ ଏବଂ ଏଥିପାଇଁ ଅଗ୍ରୀମ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଠିକାଦାର ଘର ନିର୍ମାଣ ଛାତ ଲେବୁଲ ପର୍ଯ୍ଯନ୍ତ କରି ଏବାବଦକୁ ୯୦ ହଜାର ଟଙ୍କା ନେଇ ଆଉ ଧରାଛୁଆଁ ଦେଉ ନ ଥିବାରୁ ହିତାଧିକାରୀ ଠିକାଦାରଙ୍କ ଘରକୁ ଦୌଡି ଦୌଡି ନୟାନ୍ତ ହୋଇ ଶେଷରେ ଜହ୍ନାପଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଗତ ଚାରି ବର୍ଷ ହେଲା ଘର ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ହିତାଧିକାରୀ ଭଙ୍ଗାକୁଡିଆରେ ଜୀବନ କାଟୁଥିବା କହିଛନ୍ତି। ଏଭଳି ଘଟଣା ଗୋଟିଏ କି ଦୁଇଟି ନୁହେଁ ପଞ୍ଚାୟତରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି ସଂପୃକ୍ତ ହିତାଧିକାରୀଙ୍କ ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଲେ ପ୍ରଶାସନ ଉପରେ ଲୋକଙ୍କ ଭରସା ରହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର