ବାବୁଙ୍କର ତୁଟୁନି ଟଙ୍କା ମୋହ: ଲାଞ୍ଚନେଇ ୪ବର୍ଷ ଭିତରେ ଧାରାପଡିଲେଣି ଦୁଇଥର

The Sakala Picture
Published On

ବୌଦ୍ଧ: ବାବୁଙ୍କର ତୁଟୁନି ଟଙ୍କା ମୋହ। ପୁଣି ଥରେ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗାଲ। ଭିଜିଲାନ୍ସ ଗଜେନ୍ଦ୍ରଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିଛି। ବାଉଁଶୁଣି ଥାନା ଅନ୍ତର୍ଗନ୍ତ ପୁଡୁଗପଥର ଗାଁର ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଗଜେନ୍ଦ୍ର। ସୁଶାନ୍ତ ଗରିବ ହୋଇଥିବାକୁ ଲାଞ୍ଚ ଟଙ୍କା ଦେଇପାରି ନଥିଲେ। ଫଳରେ ୨୦୧୯ ମସିହାରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ […]

ବୌଦ୍ଧ: ବାବୁଙ୍କର ତୁଟୁନି ଟଙ୍କା ମୋହ। ପୁଣି ଥରେ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗାଲ। ଭିଜିଲାନ୍ସ ଗଜେନ୍ଦ୍ରଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିଛି। ବାଉଁଶୁଣି ଥାନା ଅନ୍ତର୍ଗନ୍ତ ପୁଡୁଗପଥର ଗାଁର ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଗଜେନ୍ଦ୍ର। ସୁଶାନ୍ତ ଗରିବ ହୋଇଥିବାକୁ ଲାଞ୍ଚ ଟଙ୍କା ଦେଇପାରି ନଥିଲେ। ଫଳରେ ୨୦୧୯ ମସିହାରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ କାମ ସେମିତି ଅଟକି ରହିଥିଲା। ଏନେଇ ସୁଶାନ୍ତ ଭିଜିଲାନ୍ସକୁ ଅବଗତ କରିଥିଲେ।ଯୋଜନା ମୁତାବକ ବୌଦ୍ଧ ଭିଜିଲାନ୍ସ ଗଜେନ୍ଦ୍ରଙ୍କୁ ଜଗି ରହିଥିଲା । ଆଜି ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗଜେନ୍ଦ୍ରଙ୍କୁ ଟଙ୍କା ସହ ଧରିଛି ।

 

ପୂର୍ବରୁ ୨୦୧୭ ମସିହାରେ ବଘିଆପଡ଼ା ଆର୍. ଆଇ ଥିବା ସମୟରେ ଜଣକ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗଜେନ୍ଦ୍ର ଧରା ପଡ଼ିଥିଲେ । ସେହି ମାମଲାଟି ବର୍ତ୍ତମାନ ଅଣ୍ଡର ଟ୍ରାଏଲରେ ରହିଛି । ଏବେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ପୁଣି ଧରାପଡ଼ିଛନ୍ତି ଗଜେନ୍ଦ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର