ଗୋଷ୍ଠୀ ସଶକ୍ତୀକରଣରେ କମ୍ୟୁନିଟି ରେଡିଓ

The Sakala Picture
Published On

ବୌଦ୍ଧ: ଦିନ ଥିଲା ଦୂର ସଞ୍ଚାର ପ୍ରମୁଖ ମାଧ୍ୟମ ଥିଲା ରେଡ଼ିଓ। ଘରେ ଘରେ ଥିଲା ରେଡିଓ ସେଟ୍‌‌। ଟେଲିଭିଜନ ଉଦ୍ଭାବନ ପରେ ରେଡିଓର ବ୍ୟବହାର ଢେର ହ୍ରାସ ପାଇଥିବା ବେଳେ, ବର୍ତ୍ତମାନ କେତେକ ବଡ଼ ସହରରେ ଏଫଏମ ରେଡିଓ ପ୍ରଚଳନ ହୋଇଛି। ତେବେ ଏକ ନୂତନ ଅବଧାରଣା ପ୍ରକାରେ ଗୋଷ୍ଠୀ ସଶକ୍ତୀକରଣ ପାଇଁ ବ୍ୟବହାର ହେଉଛି ରେଡିଓ ଯାହାକୁ କମୁନିଟି ରେଡିଓ କୁହାଯାଉଛି। ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଠାରେ ଅବସ୍ଥିତ ଆଶ୍ୱାସ୍ରୋ ନାମକ ସ୍ୱେଚ୍ଛାସେବୀ […]

ବୌଦ୍ଧ: ଦିନ ଥିଲା ଦୂର ସଞ୍ଚାର ପ୍ରମୁଖ ମାଧ୍ୟମ ଥିଲା ରେଡ଼ିଓ। ଘରେ ଘରେ ଥିଲା ରେଡିଓ ସେଟ୍‌‌। ଟେଲିଭିଜନ ଉଦ୍ଭାବନ ପରେ ରେଡିଓର ବ୍ୟବହାର ଢେର ହ୍ରାସ ପାଇଥିବା ବେଳେ, ବର୍ତ୍ତମାନ କେତେକ ବଡ଼ ସହରରେ ଏଫଏମ ରେଡିଓ ପ୍ରଚଳନ ହୋଇଛି। ତେବେ ଏକ ନୂତନ ଅବଧାରଣା ପ୍ରକାରେ ଗୋଷ୍ଠୀ ସଶକ୍ତୀକରଣ ପାଇଁ ବ୍ୟବହାର ହେଉଛି ରେଡିଓ ଯାହାକୁ କମୁନିଟି ରେଡିଓ କୁହାଯାଉଛି।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଠାରେ ଅବସ୍ଥିତ ଆଶ୍ୱାସ୍ରୋ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିସରରେ ଆରମ୍ଭ ହୋଇଛି କମ୍ୟୁନିଟି ରେଡିଓ। ଗତ ୨୦୨୩ ମସିହା ମେ ମାସରେ ଆରମ୍ଭ ହୋଇଛି ଆଶ୍ୱାସ୍ରୋ ଦ୍ୱାରା ପରିଚାଳିତ ୮୯. ୬ ଏଫଏମ ରେଡିଓ ଆଦର ନାମରେ ଏହି କମ୍ୟୁନିଟି ରେଡିଓ। ରେଡିଓ ଷ୍ଟେସନର ୧୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଏଫଏମ ରେଡିଓ ସାହାଯ୍ୟରେ ଲୋକେ ଏଠାରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିପାରୁଛନ୍ତି। ଏହାଛଡା ଗୁଗୁଲ ପ୍ଲେ ଷ୍ଟୋରରୁ ରେଡ଼ିଓ ଆଦର ଆପ୍‌‌ ଇନଷ୍ଟଲ କରି ମଧ୍ୟ ଏହି ରେଡିଓ ଷ୍ଟେସନର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି।ଏଠାରେ କାର୍ଯ୍ୟରତ ୪ ଜଣ ଷ୍ଟାଫ ଏହି ଛୋଟ ରେଡ଼ିଓ ଷ୍ଟେସନରୁ ସକାଳ ୮ ଟା ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ପ୍ରସାରଣ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରଯୋଜନା, ପ୍ରସାରଣ, ପରିଚାଳନା ଇତ୍ୟାଦି କାର୍ଯ୍ୟ ସମ୍ଭାଳି ଥାଆନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଏଠାରୁ ପ୍ରସାରିତ କାର୍ଯ୍ୟକ୍ରମ ଗୁଡିକ ଗୋଷ୍ଠୀ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନର ସୂଚନା ବିପ୍ଳବ ଯୁଗରେ ସୂଚନାକୁ ପ୍ରଗତିର ଆଧାର ଭାବେ ବିବେଚନା କରାଯାଉଥିବା ବେଳେ ଏହି ରେଡିଓ ଷ୍ଟେସନ ବିଭିନ୍ନ ସରକାରୀ ଯୋଜନା ସମ୍ୱନ୍ଧିତ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଯୋଜନାରୁ କିପରି ଲୋକେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟ କରିଥାଏ। କୃଷକ ସଶକ୍ତିକରଣ ପାଇଁ କୃଷି ପରିଚାଳନା, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଉଦ୍ୟାନ କୃଷି ପରିଚାଳନା, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ପରାମର୍ଶ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସହିତ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା ନିରାକରଣ ଏବଂ ରକ୍ତଦାନ ଭଳି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ସେହିପରି ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭାଗବତ, ଜଗନ୍ନାଥ ତତ୍ତ୍ୱ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରାଯାଏ। ଏହାଛଡା ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପରିବେଶ ଇତ୍ୟାଦି ବିଷୟରେ ପାରଦର୍ଶିତା ଲାଭ କରିଥିବା ସ୍ଥାନୀୟ ବ୍ୟକ୍ତିଙ୍କ ଜ୍ଞାନ ବର୍ଦ୍ଧକ ଏବଂ ସଚେତନତା ଧର୍ମୀ କଥନ ମଧ୍ୟ ପ୍ରସାରଣ ହେଉଛି। ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା, ସଚେତନ କରିବା, ମନୋରଞ୍ଜନ କରିବା ସହିତ କମ୍ୟୁନିଟି ରେଡିଓ ସ୍ଥାନୀୟ ଜନସାଧାରଣଙ୍କ ସ୍ୱର ଭାବେ କାମ କରୁଛି। ଏଠାରୁ ସାଧାରଣଲୋକଙ୍କ ସମସ୍ୟା, ଆପତ୍ତି ଅଭିଯୋଗ ସରକାରଙ୍କ ନିକଟରେ ଉପସ୍ଥାପିତ ହେବା ସହ ସମାଧାନର ରାସ୍ତା ମଧ୍ୟ ଖୋଲିପାରେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

20 Oct 2024 By The Sakala

ଗୋଷ୍ଠୀ ସଶକ୍ତୀକରଣରେ କମ୍ୟୁନିଟି ରେଡିଓ

ବୌଦ୍ଧ: ଦିନ ଥିଲା ଦୂର ସଞ୍ଚାର ପ୍ରମୁଖ ମାଧ୍ୟମ ଥିଲା ରେଡ଼ିଓ। ଘରେ ଘରେ ଥିଲା ରେଡିଓ ସେଟ୍‌‌। ଟେଲିଭିଜନ ଉଦ୍ଭାବନ ପରେ ରେଡିଓର ବ୍ୟବହାର ଢେର ହ୍ରାସ ପାଇଥିବା ବେଳେ, ବର୍ତ୍ତମାନ କେତେକ ବଡ଼ ସହରରେ ଏଫଏମ ରେଡିଓ ପ୍ରଚଳନ ହୋଇଛି। ତେବେ ଏକ ନୂତନ ଅବଧାରଣା ପ୍ରକାରେ ଗୋଷ୍ଠୀ ସଶକ୍ତୀକରଣ ପାଇଁ ବ୍ୟବହାର ହେଉଛି ରେଡିଓ ଯାହାକୁ କମୁନିଟି ରେଡିଓ କୁହାଯାଉଛି।

ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଠାରେ ଅବସ୍ଥିତ ଆଶ୍ୱାସ୍ରୋ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିସରରେ ଆରମ୍ଭ ହୋଇଛି କମ୍ୟୁନିଟି ରେଡିଓ। ଗତ ୨୦୨୩ ମସିହା ମେ ମାସରେ ଆରମ୍ଭ ହୋଇଛି ଆଶ୍ୱାସ୍ରୋ ଦ୍ୱାରା ପରିଚାଳିତ ୮୯. ୬ ଏଫଏମ ରେଡିଓ ଆଦର ନାମରେ ଏହି କମ୍ୟୁନିଟି ରେଡିଓ। ରେଡିଓ ଷ୍ଟେସନର ୧୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଏଫଏମ ରେଡିଓ ସାହାଯ୍ୟରେ ଲୋକେ ଏଠାରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିପାରୁଛନ୍ତି। ଏହାଛଡା ଗୁଗୁଲ ପ୍ଲେ ଷ୍ଟୋରରୁ ରେଡ଼ିଓ ଆଦର ଆପ୍‌‌ ଇନଷ୍ଟଲ କରି ମଧ୍ୟ ଏହି ରେଡିଓ ଷ୍ଟେସନର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି।ଏଠାରେ କାର୍ଯ୍ୟରତ ୪ ଜଣ ଷ୍ଟାଫ ଏହି ଛୋଟ ରେଡ଼ିଓ ଷ୍ଟେସନରୁ ସକାଳ ୮ ଟା ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ପ୍ରସାରଣ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରଯୋଜନା, ପ୍ରସାରଣ, ପରିଚାଳନା ଇତ୍ୟାଦି କାର୍ଯ୍ୟ ସମ୍ଭାଳି ଥାଆନ୍ତି।

ଏଠାରୁ ପ୍ରସାରିତ କାର୍ଯ୍ୟକ୍ରମ ଗୁଡିକ ଗୋଷ୍ଠୀ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନର ସୂଚନା ବିପ୍ଳବ ଯୁଗରେ ସୂଚନାକୁ ପ୍ରଗତିର ଆଧାର ଭାବେ ବିବେଚନା କରାଯାଉଥିବା ବେଳେ ଏହି ରେଡିଓ ଷ୍ଟେସନ ବିଭିନ୍ନ ସରକାରୀ ଯୋଜନା ସମ୍ୱନ୍ଧିତ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଯୋଜନାରୁ କିପରି ଲୋକେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟ କରିଥାଏ। କୃଷକ ସଶକ୍ତିକରଣ ପାଇଁ କୃଷି ପରିଚାଳନା, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଉଦ୍ୟାନ କୃଷି ପରିଚାଳନା, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ପରାମର୍ଶ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସହିତ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା ନିରାକରଣ ଏବଂ ରକ୍ତଦାନ ଭଳି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ସେହିପରି ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭାଗବତ, ଜଗନ୍ନାଥ ତତ୍ତ୍ୱ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରାଯାଏ। ଏହାଛଡା ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପରିବେଶ ଇତ୍ୟାଦି ବିଷୟରେ ପାରଦର୍ଶିତା ଲାଭ କରିଥିବା ସ୍ଥାନୀୟ ବ୍ୟକ୍ତିଙ୍କ ଜ୍ଞାନ ବର୍ଦ୍ଧକ ଏବଂ ସଚେତନତା ଧର୍ମୀ କଥନ ମଧ୍ୟ ପ୍ରସାରଣ ହେଉଛି। ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା, ସଚେତନ କରିବା, ମନୋରଞ୍ଜନ କରିବା ସହିତ କମ୍ୟୁନିଟି ରେଡିଓ ସ୍ଥାନୀୟ ଜନସାଧାରଣଙ୍କ ସ୍ୱର ଭାବେ କାମ କରୁଛି। ଏଠାରୁ ସାଧାରଣଲୋକଙ୍କ ସମସ୍ୟା, ଆପତ୍ତି ଅଭିଯୋଗ ସରକାରଙ୍କ ନିକଟରେ ଉପସ୍ଥାପିତ ହେବା ସହ ସମାଧାନର ରାସ୍ତା ମଧ୍ୟ ଖୋଲିପାରେ।

https://www.thesakala.in/latest-odisha-news/boudh/community-radio-in-community-empowerment/article-35973
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର