ମିଶନ ଶକ୍ତି ଜରିଆରେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିପାରିଛି ବୌଦ୍ଧ ଜିଲ୍ଲା ଏସଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀ

The Sakala Picture
Published On

ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି। ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇ ପାରିଛନ୍ତି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମହିଳାମାନଙ୍କୁ ନୂଆ ରାହା ଦେଖାଇଛି। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସିର […]

ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି। ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇ ପାରିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମହିଳାମାନଙ୍କୁ ନୂଆ ରାହା ଦେଖାଇଛି। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସିର ସହାୟତା ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୭୧ଟି ବନ ସୁରକ୍ଷା ସମିତି ଅଧୀନରେ ଥିବା ଏସ୍‌‌ଏଚ୍‌‌ଜିର ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ସହାୟତା ଦେଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ନାବାର୍ଡ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଏଥିରେ ସାମିଲ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଏବଂ ତାଙ୍କ ଦ୍ୱାରା ବାଉଁଶରୁ ପ୍ରସ୍ତୁତ କଳାକୃତି ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଜୈବିକ ସାର, ଦେଶୀ ଡାଲି ଇତ୍ୟାଦିର ବ୍ୟବସାୟ ଦାୟିତ୍ୱ ନେଇଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ। ଏହି କ୍ରମରେ ୨୦୨୨ ମସିହା ଜୁନ ୧ରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର ପ୍ରକଳ୍ପ ନିର୍ଦେଶକ ମିତା ବିଶ୍ୱାଳଙ୍କ ଦ୍ୱାରା ବୌଦ୍ଧରେ ବନକାରିଗରୀ ନାମକ ଏକ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ବୌଦ୍ଧ ସଦର ରେଞ୍ଜ ଅନ୍ତର୍ଗତ ଗୌନ୍ଦିସର ବନ ସୁରକ୍ଷା ସମିତି ଅଧୀନରେ ଥିବା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବିକ୍ରୟ କେନ୍ଦ୍ରର ପରିଚାଳନା କରୁଛି। ଏତଦ୍ ବ୍ୟତୀତ ପୃଥିବୀର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବନ କାରିଗରୀ ଡଟ କମ ନାମକ ୱେବସାଇଟ ଜରିଆରେ ଏସବୁ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି। ଯଦ୍ୱାରା ପୃଥିବୀର ଯେକୌଣସି ସ୍ଥାନରୁ ଯେ କେହି ବନକାରିଗରୀ ବ୍ରାଣ୍ଡ୍‌‌ର ଦ୍ରବ୍ୟ କ୍ରୟ କରିପାରିବ। ଜଙ୍ଗଲ ସୁରକ୍ଷା ଏବଂ ଜୀବିକା ଉଭୟର ସମନ୍ୱୟ ରକ୍ଷା ପାଇଁ ପରିକଳ୍ପନା କରାଯାଇଥିବା ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ଡିଜିଟାଲ ପ୍ଲାଟଫର୍ମରେ ଦୁର୍ଗମ ଅଞ୍ଚଳର ଜଙ୍ଗଲୀ ଦ୍ରବ୍ୟ ଅନ୍ତର୍ଜାତୀୟକରଣ ହେବା ଫଳରେ ଏସବୁ ସାମଗ୍ରୀର ଚାହିଦା କ୍ରମାଗତ ବୃଦ୍ଧି ପାଉଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଏଭଳି ଅଭିନବ ପନ୍ଥା ଦୁର୍ଗମ ଅଞ୍ଚଳ ମହିଳାଙ୍କ ଦୀର୍ଘସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ନିଶ୍ଚିତ ସହାୟକ ହେବ ବୋଲି ଏହି ପ୍ରକଳ୍ପର ବିଷୟବସ୍ତୁ ବିଶେଷଜ୍ଞ ଶିବଦତ୍ତ ଅଗସ୍ତି ପ୍ରକାଶ କରିଛନ୍ତି।

12 Mar 2023 By The Sakala

ମିଶନ ଶକ୍ତି ଜରିଆରେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିପାରିଛି ବୌଦ୍ଧ ଜିଲ୍ଲା ଏସଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀ

ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି। ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇ ପାରିଛନ୍ତି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମହିଳାମାନଙ୍କୁ ନୂଆ ରାହା ଦେଖାଇଛି। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସିର ସହାୟତା ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୭୧ଟି ବନ ସୁରକ୍ଷା ସମିତି ଅଧୀନରେ ଥିବା ଏସ୍‌‌ଏଚ୍‌‌ଜିର ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ସହାୟତା ଦେଇପାରୁଛନ୍ତି।

ନାବାର୍ଡ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଏଥିରେ ସାମିଲ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଏବଂ ତାଙ୍କ ଦ୍ୱାରା ବାଉଁଶରୁ ପ୍ରସ୍ତୁତ କଳାକୃତି ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଜୈବିକ ସାର, ଦେଶୀ ଡାଲି ଇତ୍ୟାଦିର ବ୍ୟବସାୟ ଦାୟିତ୍ୱ ନେଇଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ। ଏହି କ୍ରମରେ ୨୦୨୨ ମସିହା ଜୁନ ୧ରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର ପ୍ରକଳ୍ପ ନିର୍ଦେଶକ ମିତା ବିଶ୍ୱାଳଙ୍କ ଦ୍ୱାରା ବୌଦ୍ଧରେ ବନକାରିଗରୀ ନାମକ ଏକ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି।

ବୌଦ୍ଧ ସଦର ରେଞ୍ଜ ଅନ୍ତର୍ଗତ ଗୌନ୍ଦିସର ବନ ସୁରକ୍ଷା ସମିତି ଅଧୀନରେ ଥିବା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବିକ୍ରୟ କେନ୍ଦ୍ରର ପରିଚାଳନା କରୁଛି। ଏତଦ୍ ବ୍ୟତୀତ ପୃଥିବୀର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବନ କାରିଗରୀ ଡଟ କମ ନାମକ ୱେବସାଇଟ ଜରିଆରେ ଏସବୁ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି। ଯଦ୍ୱାରା ପୃଥିବୀର ଯେକୌଣସି ସ୍ଥାନରୁ ଯେ କେହି ବନକାରିଗରୀ ବ୍ରାଣ୍ଡ୍‌‌ର ଦ୍ରବ୍ୟ କ୍ରୟ କରିପାରିବ। ଜଙ୍ଗଲ ସୁରକ୍ଷା ଏବଂ ଜୀବିକା ଉଭୟର ସମନ୍ୱୟ ରକ୍ଷା ପାଇଁ ପରିକଳ୍ପନା କରାଯାଇଥିବା ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ଡିଜିଟାଲ ପ୍ଲାଟଫର୍ମରେ ଦୁର୍ଗମ ଅଞ୍ଚଳର ଜଙ୍ଗଲୀ ଦ୍ରବ୍ୟ ଅନ୍ତର୍ଜାତୀୟକରଣ ହେବା ଫଳରେ ଏସବୁ ସାମଗ୍ରୀର ଚାହିଦା କ୍ରମାଗତ ବୃଦ୍ଧି ପାଉଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଏଭଳି ଅଭିନବ ପନ୍ଥା ଦୁର୍ଗମ ଅଞ୍ଚଳ ମହିଳାଙ୍କ ଦୀର୍ଘସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ନିଶ୍ଚିତ ସହାୟକ ହେବ ବୋଲି ଏହି ପ୍ରକଳ୍ପର ବିଷୟବସ୍ତୁ ବିଶେଷଜ୍ଞ ଶିବଦତ୍ତ ଅଗସ୍ତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର