ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼: ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ସଦସ୍ୟ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗାଁରେ ଫୁଟିଲା ବୋମା । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ । ସୂଚନା ଅନୁଯାୟୀ, ମହୁଲପାଳ ଗାଁର ବାଲୁଙ୍କେଶ୍ବର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗାଁରେ ଫୁଟିଲା ବୋମା । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚନା ଅନୁଯାୟୀ, ମହୁଲପାଳ ଗାଁର ବାଲୁଙ୍କେଶ୍ବର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଫଇସଲା ମଧ୍ୟ କରାଯାଇଥିଲା । କିନ୍ତୁ ଗତ କାଲି ଗାଁ ଠାକୁରାଣୀଙ୍କ ପୀଠରେ ନିୟମ କରିବାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ଘମାଘୋଟ ଝଗଡା ହୋଇଥିଲା । ଯାହାକୁ ନେଇ ରାତି ପ୍ରାୟ ସାଢ଼େ ୧୦ ଟା ସମୟରେ ରବିନାରାୟଣ ପେଣ୍ଠେଇ ଏବଂ ତାଙ୍କର ଦୁଇ ପୁଅ ବାଲୁଙ୍କେଶ୍ବରଙ୍କ ଘର ଉପରକୁ ୪ ଟି ବୋମା ପକେଇଥିଲେ । ଏଥିରେ ବାଲୁଙ୍କେଶ୍ବରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଘରର ଗ୍ରୀଲ ,କବାଟ ଭାଙ୍ଗିବା ସହ କୋଠା ଘରଟି ଭୁଶୁଡି ଯାଇଥିଲା। ଏ ନେଇ କାମାକ୍ଷାନଗର ପୁଲିସ ଖବର ପାଇବା ପରେ ରବି ନାରାୟଣ ପେଣ୍ଠେଇ ଓ ତାଙ୍କ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

 

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର