କରୋନା ବଦଳାଇ ଦେଲା ଜୀବନର ରାସ୍ତା, ବଲିଉଡ୍‌ର କ୍ୟାମେରାମ୍ୟାନ୍‌ ପାଲଟିଗଲେ କଟକର ପ୍ରଥମ ମହିଳା ମମୋ ବ୍ୟବସାୟୀ

The Sakala Picture
Published On

ଭୁବନେଶ୍ବର : କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କରୋନା ପାଇଁ କାହାର ଚାକିରି ଯାଇଛି ତ କିଏ ନିଜ ବୃତ୍ତି ଓ ବେଉସା ହରାଇ ବେସହାରା ହୋଇପଡିଛି।  କେବଳ ସାଧାରଣ ଜନତା ନୁହେଁ ଅଭିନେତାଙ୍କ ଠୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କୁ କରୋନା ମହାମାରୀର ପ୍ରଭାବ ପଡିଛି। ଅନେକ ବଡ ବଡ ସେଲିବ୍ରେଟିମାନେ କରୋନା ସମୟରେ କାମ ନପାଇ ସେମାନଙ୍କ ଘରେ ବସିବାକୁ ବାଧ୍ୟ ହୋଇଥିଲେ । ଅନେକ ଷ୍ଟାର ଅଛନ୍ତି ଯେଉଁମାନେ […]

ଭୁବନେଶ୍ବର : କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କରୋନା ପାଇଁ କାହାର ଚାକିରି ଯାଇଛି ତ କିଏ ନିଜ ବୃତ୍ତି ଓ ବେଉସା ହରାଇ ବେସହାରା ହୋଇପଡିଛି।  କେବଳ ସାଧାରଣ ଜନତା ନୁହେଁ ଅଭିନେତାଙ୍କ ଠୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କୁ କରୋନା ମହାମାରୀର ପ୍ରଭାବ ପଡିଛି। ଅନେକ ବଡ ବଡ ସେଲିବ୍ରେଟିମାନେ କରୋନା ସମୟରେ କାମ ନପାଇ ସେମାନଙ୍କ ଘରେ ବସିବାକୁ ବାଧ୍ୟ ହୋଇଥିଲେ । ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଲକଡାଉନ୍ ଯୋଗୁଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ମହିଳା ଆସିଷ୍ଟାଣ୍ଟ କ୍ୟାମେରାପର୍ସନ କଟକ ଝିଅ ସୁଚିସ୍ମିତା ରାଉତରାୟ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

କ୍ୟାରିଅର୍ ଗଢିବା ପାଇଁ ନିଜ ଜନ୍ମମାଟି କଟକ ଛାଡ଼ି ୬ ବର୍ଷ ତଳେ ଚାଲି ଯାଇଥିଲେ ସ୍ବପ୍ନର ନଗରୀ ମୁମ୍ବାଇକୁ। ସେଠି ବିଭିନ୍ନ ଚ୍ୟାନେଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ବି କରିଥିଲେ। କିନ୍ତୁ କ୍ୟାରିଅର୍ ବ୍ୟବସ୍ଥିତ ହେଲା ବେଳକୁ କରୋନା ମାଡ଼ରେ ସବୁ ସ୍ବପ୍ନ ଚୁରମାର୍ ହୋଇଗଲା। ଜନ୍ମମାଟିକୁ ଫେରିବାକୁ ପଡିଲା। ଆଉ ସ୍ବାବଲମ୍ବୀ ହେବା ପାଇଁ ବିକଳ୍ପ ବୃତ୍ତିକୁ ଆଦରି ନେବାକୁ ପଡିଲା। କଟକ ଝାଞ୍ଜିରୀ ମଙ୍ଗଳାର ଏହି ୨୩ ବର୍ଷିୟା ଯୁବତୀ ସୁଚିସ୍ମିତା ରାଉତରାୟ ଏବେ କଟକର ପ୍ରଥମ ମହିଳା ମୋମୋ ବ୍ୟବସାୟୀ ପାଲଟି ଯାଇଛନ୍ତି ସୁଚିସ୍ମିତା।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୁଚିସ୍ମିତା ୨୦୧୩ରେ ପାଠପଢା ଶେଷ କରିବା ପରେ ପ୍ରଥମେ ତରଙ୍ଗ ଚ୍ୟାନେଲରେ ‘ସ୍ୱାଭିମାନ, ନେଇ ଯା’ରେ ମେଘ ମୋତେ’ ଭଳି ସିରିଏଲରେ ଆସିଷ୍ଟାଣ୍ଟ୍ ଏଡିଟ୍‌ର ଭାବେ କାମ ଆରମ୍ଭ କରିଥିଲେ। ପରେ ୨୦୧୫ ମସିହାରେ ମୁମ୍ବାଇ ଚାଲି ଯାଇଥିଲେ। ସେଠି ତାଙ୍କୁ ‘ବହୁ ହମାରି ରଜନୀକାନ୍ତ’ ସିରିଏଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ସବୁ ଠିକଠାକ୍ ଚାଲିଥିବା ବେଳେ କରୋନା ପରିସ୍ଥିତି ଯୋଗୁଁ ଲକଡାଉନ୍ ଓ ସଟଡାଉନ୍‌ରେ ସିରିଏଲ୍ ସୁଟିଂ ବନ୍ଦ ରହିଲା। କାମ ବନ୍ଦ ହେବାରୁ ବିକଳ୍ପ ରୋଜଗାର ପାଇଁ ସେ ମୁମ୍ବାଇରେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଜମାଟୋ ଜରିଆରେ ଗ୍ରାହକଙ୍କୁ ଯୋଗାଇବା ଆରମ୍ଭ କଲେ। କିନ୍ତୁ କରୋନା ପରିସ୍ଥିତିରେ ତାହା ବି ବନ୍ଦ ହୋଇଗଲା। ସଂଚିତ ଅର୍ଥ ସରି ଯିବାରୁ ସେ କଟକ ଫେରିବାକୁ ବାଧ୍ୟ ହୋଇଥିଲେ। ମେଗା ଷ୍ଟାର୍ ଅମିତାଭ ବଚନ୍‌ ଓ ସୁପରଷ୍ଟାର୍ ସଲ୍‌ମାନ ଖାଁଙ୍କ ସୂତ୍ରରୁ ମିଳିଥିବା ଆର୍ଥିକ ରାଶି ସହାୟତାରେ ଓଡ଼ିଶା ଫେରିଥିଲେ ସୁଚିସ୍ମିତା।

ସୁଚିସ୍ମିତା ପିଲା ଦିନେ ବାପା ବିଜୟ କୁମାର ରାଉତରାୟଙ୍କୁ ହରାଇଥିଲେ। ମା’ ମମତା ରାଉତରାୟଙ୍କ ତତ୍ତ୍ବାବଧାନରେ ପାଠପଢା ଶେଷ କରିଥିଲେ। କିନ୍ତୁ ଜୀବନରେ ସଫଳତା ପାଇଁ ସେ କଟକରେ ମା’ଙ୍କୁ ଛାଡି ମୁମ୍ବାଇ ଯାଇଥିଲେ ବି ପୁଣି ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ସେ ନେପାଳର ଜଣେ ସାଙ୍ଗଙ୍କ ଠାରୁ ମୋମା ବନାଇବା କୌଶଳ ଶିଖିଥିଲେ। କଟକ ଫେରି ଆସିବା ପରେ ସେ ମା’ଙ୍କ ସହ ମିଶି ଆରମ୍ଭ କରିଥିଲେ ମୋମୋ ବ୍ୟବସାୟ। ଝାଞ୍ଜିରୀ ମଙ୍ଗଳାରେ ହିଁ ସେ ନିଜର ଷ୍ଟଲ୍ ଖୋଲି ଥିଲେ। ଏବେ ସେ ମୋମୋ ବିକ୍ରି କରି ଦିନକୁ ୩୦୦ ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି ।

ଏ ନେଇ ସେ କହିଛନ୍ତି ଯେ “ମୁଁ ମୁମ୍ବାଇରେ ଭଲ କାମ କରୁଥିଲି। କିନ୍ତୁ ମହାମାରୀ ସମୟରେ ପରିସ୍ଥିତି ଖରାପ ହେବାରେ ଲାଗିଥିଲା। ଏହାପରେ ମୋତେ ମୋର ଜନ୍ମସ୍ଥାନକୁ ଫେରିବାକୁ ପଡିଥିଲା। କିନ୍ତୁ ମୋ ପରି ଜଣେ କାର୍ୟ୍ୟରତ ଝିଅ କଦାପି ନିଷ୍କ୍ରିୟ ହୋଇପାରିବ ନାହିଁ। ଯେହେତୁ ମୋର ଆର୍ଥିକ ସମସ୍ୟା ଥିଲା ସେଥିପାଇଁ ମୁଁ ଏକ ମୋମୋସ୍ ଷ୍ଟଲ୍ ଖୋଲିବାକୁ ଚିନ୍ତା କଲି। କଟକକୁ ଫେରିବାର ଦୁଇ ଦିନ ପରେ ମୁଁ ଏହି ଖାଦ୍ୟ ବ୍ୟବସାୟ ଆରମ୍ଭ କଲି। ଏହା ମୋତେ ଆର୍ଥିକ ଦୃଷ୍ଟିରୁ ଟିକେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

30 Mar 2021 By The Sakala

କରୋନା ବଦଳାଇ ଦେଲା ଜୀବନର ରାସ୍ତା, ବଲିଉଡ୍‌ର କ୍ୟାମେରାମ୍ୟାନ୍‌ ପାଲଟିଗଲେ କଟକର ପ୍ରଥମ ମହିଳା ମମୋ ବ୍ୟବସାୟୀ

ଭୁବନେଶ୍ବର : କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କରୋନା ପାଇଁ କାହାର ଚାକିରି ଯାଇଛି ତ କିଏ ନିଜ ବୃତ୍ତି ଓ ବେଉସା ହରାଇ ବେସହାରା ହୋଇପଡିଛି।  କେବଳ ସାଧାରଣ ଜନତା ନୁହେଁ ଅଭିନେତାଙ୍କ ଠୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କୁ କରୋନା ମହାମାରୀର ପ୍ରଭାବ ପଡିଛି। ଅନେକ ବଡ ବଡ ସେଲିବ୍ରେଟିମାନେ କରୋନା ସମୟରେ କାମ ନପାଇ ସେମାନଙ୍କ ଘରେ ବସିବାକୁ ବାଧ୍ୟ ହୋଇଥିଲେ । ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଲକଡାଉନ୍ ଯୋଗୁଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ମହିଳା ଆସିଷ୍ଟାଣ୍ଟ କ୍ୟାମେରାପର୍ସନ କଟକ ଝିଅ ସୁଚିସ୍ମିତା ରାଉତରାୟ।

କ୍ୟାରିଅର୍ ଗଢିବା ପାଇଁ ନିଜ ଜନ୍ମମାଟି କଟକ ଛାଡ଼ି ୬ ବର୍ଷ ତଳେ ଚାଲି ଯାଇଥିଲେ ସ୍ବପ୍ନର ନଗରୀ ମୁମ୍ବାଇକୁ। ସେଠି ବିଭିନ୍ନ ଚ୍ୟାନେଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ବି କରିଥିଲେ। କିନ୍ତୁ କ୍ୟାରିଅର୍ ବ୍ୟବସ୍ଥିତ ହେଲା ବେଳକୁ କରୋନା ମାଡ଼ରେ ସବୁ ସ୍ବପ୍ନ ଚୁରମାର୍ ହୋଇଗଲା। ଜନ୍ମମାଟିକୁ ଫେରିବାକୁ ପଡିଲା। ଆଉ ସ୍ବାବଲମ୍ବୀ ହେବା ପାଇଁ ବିକଳ୍ପ ବୃତ୍ତିକୁ ଆଦରି ନେବାକୁ ପଡିଲା। କଟକ ଝାଞ୍ଜିରୀ ମଙ୍ଗଳାର ଏହି ୨୩ ବର୍ଷିୟା ଯୁବତୀ ସୁଚିସ୍ମିତା ରାଉତରାୟ ଏବେ କଟକର ପ୍ରଥମ ମହିଳା ମୋମୋ ବ୍ୟବସାୟୀ ପାଲଟି ଯାଇଛନ୍ତି ସୁଚିସ୍ମିତା।

ସୁଚିସ୍ମିତା ୨୦୧୩ରେ ପାଠପଢା ଶେଷ କରିବା ପରେ ପ୍ରଥମେ ତରଙ୍ଗ ଚ୍ୟାନେଲରେ ‘ସ୍ୱାଭିମାନ, ନେଇ ଯା’ରେ ମେଘ ମୋତେ’ ଭଳି ସିରିଏଲରେ ଆସିଷ୍ଟାଣ୍ଟ୍ ଏଡିଟ୍‌ର ଭାବେ କାମ ଆରମ୍ଭ କରିଥିଲେ। ପରେ ୨୦୧୫ ମସିହାରେ ମୁମ୍ବାଇ ଚାଲି ଯାଇଥିଲେ। ସେଠି ତାଙ୍କୁ ‘ବହୁ ହମାରି ରଜନୀକାନ୍ତ’ ସିରିଏଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ସବୁ ଠିକଠାକ୍ ଚାଲିଥିବା ବେଳେ କରୋନା ପରିସ୍ଥିତି ଯୋଗୁଁ ଲକଡାଉନ୍ ଓ ସଟଡାଉନ୍‌ରେ ସିରିଏଲ୍ ସୁଟିଂ ବନ୍ଦ ରହିଲା। କାମ ବନ୍ଦ ହେବାରୁ ବିକଳ୍ପ ରୋଜଗାର ପାଇଁ ସେ ମୁମ୍ବାଇରେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଜମାଟୋ ଜରିଆରେ ଗ୍ରାହକଙ୍କୁ ଯୋଗାଇବା ଆରମ୍ଭ କଲେ। କିନ୍ତୁ କରୋନା ପରିସ୍ଥିତିରେ ତାହା ବି ବନ୍ଦ ହୋଇଗଲା। ସଂଚିତ ଅର୍ଥ ସରି ଯିବାରୁ ସେ କଟକ ଫେରିବାକୁ ବାଧ୍ୟ ହୋଇଥିଲେ। ମେଗା ଷ୍ଟାର୍ ଅମିତାଭ ବଚନ୍‌ ଓ ସୁପରଷ୍ଟାର୍ ସଲ୍‌ମାନ ଖାଁଙ୍କ ସୂତ୍ରରୁ ମିଳିଥିବା ଆର୍ଥିକ ରାଶି ସହାୟତାରେ ଓଡ଼ିଶା ଫେରିଥିଲେ ସୁଚିସ୍ମିତା।

ସୁଚିସ୍ମିତା ପିଲା ଦିନେ ବାପା ବିଜୟ କୁମାର ରାଉତରାୟଙ୍କୁ ହରାଇଥିଲେ। ମା’ ମମତା ରାଉତରାୟଙ୍କ ତତ୍ତ୍ବାବଧାନରେ ପାଠପଢା ଶେଷ କରିଥିଲେ। କିନ୍ତୁ ଜୀବନରେ ସଫଳତା ପାଇଁ ସେ କଟକରେ ମା’ଙ୍କୁ ଛାଡି ମୁମ୍ବାଇ ଯାଇଥିଲେ ବି ପୁଣି ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ସେ ନେପାଳର ଜଣେ ସାଙ୍ଗଙ୍କ ଠାରୁ ମୋମା ବନାଇବା କୌଶଳ ଶିଖିଥିଲେ। କଟକ ଫେରି ଆସିବା ପରେ ସେ ମା’ଙ୍କ ସହ ମିଶି ଆରମ୍ଭ କରିଥିଲେ ମୋମୋ ବ୍ୟବସାୟ। ଝାଞ୍ଜିରୀ ମଙ୍ଗଳାରେ ହିଁ ସେ ନିଜର ଷ୍ଟଲ୍ ଖୋଲି ଥିଲେ। ଏବେ ସେ ମୋମୋ ବିକ୍ରି କରି ଦିନକୁ ୩୦୦ ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି ।

ଏ ନେଇ ସେ କହିଛନ୍ତି ଯେ “ମୁଁ ମୁମ୍ବାଇରେ ଭଲ କାମ କରୁଥିଲି। କିନ୍ତୁ ମହାମାରୀ ସମୟରେ ପରିସ୍ଥିତି ଖରାପ ହେବାରେ ଲାଗିଥିଲା। ଏହାପରେ ମୋତେ ମୋର ଜନ୍ମସ୍ଥାନକୁ ଫେରିବାକୁ ପଡିଥିଲା। କିନ୍ତୁ ମୋ ପରି ଜଣେ କାର୍ୟ୍ୟରତ ଝିଅ କଦାପି ନିଷ୍କ୍ରିୟ ହୋଇପାରିବ ନାହିଁ। ଯେହେତୁ ମୋର ଆର୍ଥିକ ସମସ୍ୟା ଥିଲା ସେଥିପାଇଁ ମୁଁ ଏକ ମୋମୋସ୍ ଷ୍ଟଲ୍ ଖୋଲିବାକୁ ଚିନ୍ତା କଲି। କଟକକୁ ଫେରିବାର ଦୁଇ ଦିନ ପରେ ମୁଁ ଏହି ଖାଦ୍ୟ ବ୍ୟବସାୟ ଆରମ୍ଭ କଲି। ଏହା ମୋତେ ଆର୍ଥିକ ଦୃଷ୍ଟିରୁ ଟିକେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର