ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଆଣିବ ବିଏମ୍‍ସି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀର ପ୍ରାଣୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛି ବିଏମ୍‍ସି। ଏଥିପାଇଁ ପଶୁମାନଙ୍କ ଆଶୁ ଚିକିତ୍ସା ବା ଆମ୍ବୁଲାନ୍ସର ସମସ୍ତ ସୁବିଧା ଥିବା ଏକ ବୃହତ୍‍ ପଶୁ ଉଠାଇବା ଗାଡ଼ି କିଣିବା ପାଇଁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଦୁଇମାସ ପୂର୍ବେ ବିଏମସି ପକ୍ଷରୁ ପଶୁମାନଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜାରି ହେବା ପରେ ଗାଈ, ମଇଁଷି, ଷଣ୍ଢ , କୁକୁର ଓ ବିଲେଇ ଆଦି ସମ୍ପର୍କିତ […]

ଭୁବନେଶ୍ୱର: ରାଜଧାନୀର ପ୍ରାଣୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛି ବିଏମ୍‍ସି। ଏଥିପାଇଁ ପଶୁମାନଙ୍କ ଆଶୁ ଚିକିତ୍ସା ବା ଆମ୍ବୁଲାନ୍ସର ସମସ୍ତ ସୁବିଧା ଥିବା ଏକ ବୃହତ୍‍ ପଶୁ ଉଠାଇବା ଗାଡ଼ି କିଣିବା ପାଇଁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଦୁଇମାସ ପୂର୍ବେ ବିଏମସି ପକ୍ଷରୁ ପଶୁମାନଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜାରି ହେବା ପରେ ଗାଈ, ମଇଁଷି, ଷଣ୍ଢ , କୁକୁର ଓ ବିଲେଇ ଆଦି ସମ୍ପର୍କିତ କଲ୍‍ ଆସୁଥିବା ବିଏମସି ପକ୍ଷରୁ କୁହାଯାଇଛି। ତେବେ ଏହି ସମୟରେ ବଡ଼ ଶରୀରଧାରୀ ପଶୁଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକତା ରହିଥିବା ସମୟରେ ଏକ ଉଦ୍ଧାରକାରୀ ଭ୍ୟାନର ଆବଶ୍ୟକତା ପଡ଼ୁଛି। ଏହାକୁ ଭିତ୍ତିକରି ନୂଆ ଗାଡ଼ି କିଣିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି ବୋଲି ବିଭାଗୀୟ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ତାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ନମ୍ବରକୁ ହାରାହାରି ୩୦ଟି କଲ ଆସୁଛି। ଏହି କଲର ସମାଧାନ ପାଇଁ ତିନୋଟି ଟିମ୍‍ ରହିଥିବା ବେଳେ ପ୍ରତ୍ୟେକ ଟିମ୍‍ରେ ଜଣେ ପାରାଭେଟ୍‍, ଜଣେ ଡାକ୍ତର ଏବଂ ଜଣେ ସେବକ ଅଛନ୍ତି। କୌଣସି ସ୍ଥାନରୁ କଲ ଆସିବା ପରେ ତୁରନ୍ତ ଘଟଣାସ୍ଥଳରେ ଟିମ୍‍ ପହଞ୍ଚି ଅସୁସ୍ଥ ପ୍ରାଣୀର ଚିକିତ୍ସା ବ୍ୟବସ୍ଥା କରିଥାନ୍ତି। ଯଦି ଏକ ସମୟରେ ଏକାଧିକ କଲ୍‍ ଆସେ ତେବେ ଜରୁରିକାଳୀନ ମାମଲାରେ ବିଏମସି ଯୋଗ ଦେଇ ଲୋକମାନଙ୍କ ସହାୟତା ଲୋଡ଼ାଯାଇ ଥାଏ। କେତେକ କ୍ଷେତ୍ରରେ ପଶୁଙ୍କୁ ନିକଟସ୍ଥ ଗୋମଙ୍ଗଳ କେନ୍ଦ୍ରକୁ ପଶୁଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହୁଛି। ଏହି କ୍ଷେତ୍ରରେ ଯାନର ଆବଶ୍ୟକତା ପଡ଼ୁଛି। ଏହି ଯାନ ଆସିଯିବା ପରେ ବଡ଼ ପଶୁମାନଙ୍କୁ ଗାଡ଼ିରେ ଚିକିତ୍ସା କରାଯାଇପାରିବ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ଶ୍ରୀ ଜେନା କରିଛନ୍ତି। ଗାଇ ଗୋରୁଙ୍କୁ ବାହାରକୁ ଛାଡ଼ିଲେ ଘରୋଇ ଲୋକମାନଙ୍କ ପାଇଁ ଆର୍ଥିକ ଦଣ୍ଡ ବ୍ୟବସ୍ଥା ରହିଛି। ଏଥିପାଇଁ ସମ୍ପୃକ୍ତ ମାଲିକଙ୍କୁ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ଦେବା ପାଇଁ ୨୦୧୮ରୁ ନିୟମ କରାଯାଇଛି। କିନ୍ତୁ ଏହି ପଦକ୍ଷେପ ବିଶେଷ ଭାବେ ଫଳପ୍ରଦ ହୋଇପାରି ନ ଥିବା ବେଳେ ବର୍ତ୍ତମାନ ଅଧିକାଂଶ ବିପଥଗାମୀ ଗୋରୁ ଘରୋଇ ବୋଲି ଜଣାପଡୁଛି।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

16 May 2022 By The Sakala

ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଆଣିବ ବିଏମ୍‍ସି

ଭୁବନେଶ୍ୱର: ରାଜଧାନୀର ପ୍ରାଣୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛି ବିଏମ୍‍ସି। ଏଥିପାଇଁ ପଶୁମାନଙ୍କ ଆଶୁ ଚିକିତ୍ସା ବା ଆମ୍ବୁଲାନ୍ସର ସମସ୍ତ ସୁବିଧା ଥିବା ଏକ ବୃହତ୍‍ ପଶୁ ଉଠାଇବା ଗାଡ଼ି କିଣିବା ପାଇଁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଦୁଇମାସ ପୂର୍ବେ ବିଏମସି ପକ୍ଷରୁ ପଶୁମାନଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜାରି ହେବା ପରେ ଗାଈ, ମଇଁଷି, ଷଣ୍ଢ , କୁକୁର ଓ ବିଲେଇ ଆଦି ସମ୍ପର୍କିତ କଲ୍‍ ଆସୁଥିବା ବିଏମସି ପକ୍ଷରୁ କୁହାଯାଇଛି। ତେବେ ଏହି ସମୟରେ ବଡ଼ ଶରୀରଧାରୀ ପଶୁଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକତା ରହିଥିବା ସମୟରେ ଏକ ଉଦ୍ଧାରକାରୀ ଭ୍ୟାନର ଆବଶ୍ୟକତା ପଡ଼ୁଛି। ଏହାକୁ ଭିତ୍ତିକରି ନୂଆ ଗାଡ଼ି କିଣିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି ବୋଲି ବିଭାଗୀୟ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ନମ୍ବରକୁ ହାରାହାରି ୩୦ଟି କଲ ଆସୁଛି। ଏହି କଲର ସମାଧାନ ପାଇଁ ତିନୋଟି ଟିମ୍‍ ରହିଥିବା ବେଳେ ପ୍ରତ୍ୟେକ ଟିମ୍‍ରେ ଜଣେ ପାରାଭେଟ୍‍, ଜଣେ ଡାକ୍ତର ଏବଂ ଜଣେ ସେବକ ଅଛନ୍ତି। କୌଣସି ସ୍ଥାନରୁ କଲ ଆସିବା ପରେ ତୁରନ୍ତ ଘଟଣାସ୍ଥଳରେ ଟିମ୍‍ ପହଞ୍ଚି ଅସୁସ୍ଥ ପ୍ରାଣୀର ଚିକିତ୍ସା ବ୍ୟବସ୍ଥା କରିଥାନ୍ତି। ଯଦି ଏକ ସମୟରେ ଏକାଧିକ କଲ୍‍ ଆସେ ତେବେ ଜରୁରିକାଳୀନ ମାମଲାରେ ବିଏମସି ଯୋଗ ଦେଇ ଲୋକମାନଙ୍କ ସହାୟତା ଲୋଡ଼ାଯାଇ ଥାଏ। କେତେକ କ୍ଷେତ୍ରରେ ପଶୁଙ୍କୁ ନିକଟସ୍ଥ ଗୋମଙ୍ଗଳ କେନ୍ଦ୍ରକୁ ପଶୁଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହୁଛି। ଏହି କ୍ଷେତ୍ରରେ ଯାନର ଆବଶ୍ୟକତା ପଡ଼ୁଛି। ଏହି ଯାନ ଆସିଯିବା ପରେ ବଡ଼ ପଶୁମାନଙ୍କୁ ଗାଡ଼ିରେ ଚିକିତ୍ସା କରାଯାଇପାରିବ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ଶ୍ରୀ ଜେନା କରିଛନ୍ତି। ଗାଇ ଗୋରୁଙ୍କୁ ବାହାରକୁ ଛାଡ଼ିଲେ ଘରୋଇ ଲୋକମାନଙ୍କ ପାଇଁ ଆର୍ଥିକ ଦଣ୍ଡ ବ୍ୟବସ୍ଥା ରହିଛି। ଏଥିପାଇଁ ସମ୍ପୃକ୍ତ ମାଲିକଙ୍କୁ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ଦେବା ପାଇଁ ୨୦୧୮ରୁ ନିୟମ କରାଯାଇଛି। କିନ୍ତୁ ଏହି ପଦକ୍ଷେପ ବିଶେଷ ଭାବେ ଫଳପ୍ରଦ ହୋଇପାରି ନ ଥିବା ବେଳେ ବର୍ତ୍ତମାନ ଅଧିକାଂଶ ବିପଥଗାମୀ ଗୋରୁ ଘରୋଇ ବୋଲି ଜଣାପଡୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର