ରାଜଧାନୀରେ ହେବ ୫୦ ମିନିପାର୍କ, ପ୍ରତି ପାର୍କ ପାଇଁ ଖର୍ଚ୍ଚ ହେବ ୩୫ରୁ ୬୦ ଲକ୍ଷ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଆଉ ୫୦ଟି ମିନିପାର୍କ କରାଯିବ। ସହରାଞ୍ଚଳରେ ସବୁଜିମା ପରିବେଶ ବୃଦ୍ଧି ସହିତ ସହରବାସୀଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ଏହି ପାର୍କଗୁଡ଼ିକୁ ନିର୍ମାଣ ହେବାକୁ ଥିବାବେଳେ ଖୁବ୍‍ଶୀଘ୍ର ଏହି କାମ ଆରମ୍ଭହେବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ପ୍ରତି ପାର୍କ ପାଇଁ ୩୫ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପାର୍କଗୁଡ଼ିକ ଅଧ ଏକର କିମ୍ବା ଏହାଠାରୁ କମ୍‍ ସ୍ଥାନରେ ନିର୍ମାଣ କରାଯିବ। […]

ଭୁବନେଶ୍ୱର : ରାଜଧାନୀରେ ଆଉ ୫୦ଟି ମିନିପାର୍କ କରାଯିବ। ସହରାଞ୍ଚଳରେ ସବୁଜିମା ପରିବେଶ ବୃଦ୍ଧି ସହିତ ସହରବାସୀଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ଏହି ପାର୍କଗୁଡ଼ିକୁ ନିର୍ମାଣ ହେବାକୁ ଥିବାବେଳେ ଖୁବ୍‍ଶୀଘ୍ର ଏହି କାମ ଆରମ୍ଭହେବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ପ୍ରତି ପାର୍କ ପାଇଁ ୩୫ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପାର୍କଗୁଡ଼ିକ ଅଧ ଏକର କିମ୍ବା ଏହାଠାରୁ କମ୍‍ ସ୍ଥାନରେ ନିର୍ମାଣ କରାଯିବ।

ଆହୁରି ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଏହି ପାର୍କଗୁଡ଼ିକ ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ମଞ୍ଜୁର ହେବା ସହ ଏସ୍‍ଏଚ୍‍ଜିଗୁଡ଼ିକୁ ତଦାରଖ ଦାୟିତ୍ୱ ଦିଆଯିବ।

ଆହୁରି ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଏସ୍‍ଏଚ୍‍ଜିଗୁଡ଼ିକ ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ। ପାର୍କଗୁଡ଼ିକରେ ଭିନ୍ନଭିନ୍ନ ସୁବିଧା ଉପଲବ୍ଧ କରାଯିବାକୁ ଥିବା ବେଳେ ମୁଖ୍ୟତଃ ଯୋଗ ପିଣ୍ଡି, ଲୁହାଗେଟ୍‍, ଜଗିଂ ଟ୍ରାକ୍‍, ପେଭର ବ୍ଲକ, ଶୌଚାଳୟ, ଲାଇଟ୍‍, ବେଞ୍ଚ ଆଦି ରହିବ। ସେହିପରି ପାର୍କଗୁଡ଼ିକରେ ଶିଶୁଙ୍କ ଖେଳକୁଦ ପାଇଁ ବ୍ୟବସ୍ଥା ରହିବା ସହିତ ଆର୍ଚ୍ଚ ସୁଇିଂ, ସ୍ପାଇରାଲ୍‍ ସ୍ଲାଇଡ୍‍, ବ୍ୟାୟାମ ସରଞ୍ଜାମ ଆଦି ଉପଲବ୍ଧ ରହିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

ରାଜଧାନୀରେ ଅଧ ଏକରରୁ ଅଧିକ ପରିସୀମା ଥିବା ପାର୍କଗୁଡ଼ିକ ବିଡିଏ ଅଧୀନରେ ଥିବା ବେଳେ ଏହାଠାରୁ କମ୍‍ ପରସୀମା ବିଶିଷ୍ଟ ପାର୍କକୁ ବିଏମ୍‍ସି ପରିଚାଳନା କରୁଛି। ଏହି କ୍ରମରେ ବର୍ତ୍ତମାନ ବିଏମ୍‍ସି ଅଧୀନରେ ୭୧ ଟି ପାର୍କ ରହିଛି। ଏହି ପାର୍କଗୁଡ଼ିକୁ ପବ୍ଲିକ୍‍ ପ୍ରାଇଭେଟ୍‍ ପାର୍ଟନର୍‍ସିପ୍‍ ବା ପିପିପି ମୋଡ୍‍ରେ ପରିଚାଳନା କରାଯାଉଛି। ମିଶନ୍‍ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଅବାସିକ କଲ୍ୟାଣ ସଂଘ ଆଦି ପାର୍କଗୁଡ଼ିକ ପରିଚାଳନା କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ସଠିକ୍‍ ସମୟରେ ପାର୍କ ଖୋଲିବା ଏବଂ ବନ୍ଦ କରିବା, ପାର୍କକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ମାଟି କୋଡ଼ା ଖୋସା କରିବା, ଋତୁ ଅନୁଯାୟୀ ଫୁଲଗଛ ଇତ୍ୟାଦି ଲଗାଇବା, ନିୟମିତ ଭାବେ ଜୀବାଣୁନାଶକ ବା କୀଟନାଶକ ଇତ୍ୟାଦି ପକାଇବା, ଲଟା ଇତ୍ୟାଦି କାଟିବା ଦାୟିତ୍ୱ ନିଭାଉଛନ୍ତି।

ବିଏମ୍‌ସି ଅଧୀନରେ ୭୧ଟି ପାର୍କ ରହିଥିବା ବେଳେ ୫୨ଟି ବଡ଼ ପାର୍କ ବିଡିଏ ଦ୍ୱାରା ପରିଚାଳିତ ହେଉଛି। ଏହି ପାର୍କ ସଂଖ୍ୟାରେ ଆଉ ୫୦ଟି ପାର୍କ ଯୋଡ଼ିହେଲେ ସହରରେ ଅନେକ ଲୋକ ନୂଆ ପାର୍କ ପାଇବେ। ରାଜଧାନୀରେ ସବୁଜିମା ପରିବେଶ ସୃଷ୍ଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କେମିତି ସହରରେ ଅଧିକରୁ ଅଧିକ ବୃକ୍ଷରୋପଣ ହୋଇପାରିବ ଓ ସବୁଜିମା ରହିବ ସେନେଇ ସମସ୍ତ ବିଭାଗ କାର୍ଯ୍ୟ କରୁଛନ୍ତି। ସହରରେ ନୂଆ ୫୦ ପାର୍କ ହେଲେ ଏଠାରେ ବହୁ ସଂଖ୍ୟାରେ ଗଛ ଲାଗିବା ସହିତ ସବୁଜିମା ବଳୟ ବୃଦ୍ଧିହେବ ବୋଲି ଆଶା ରହିଛି। ଏହା ସହିତ ଅନେକ ୱାର୍ଡରେ ବରିଷ୍ଠ ନାଗରିକଙ୍କ ଘରଠାରୁ ବହୁ ଦୂରରେ ପାର୍କ ରହୁଥିବା ନେଇ ଅଭିଯୋଗ ହେଉଥିଲା। କିନ୍ତୁ ନୂଆ ପାର୍କ ହେବା ପରେ ଏହି ସମସ୍ୟା ଦୂର ହେବ ବୋଲି ବିଏମ୍‍ସି ଲକ୍ଷ୍ୟ ରଖିଛି।

03 Aug 2022 By The Sakala

ରାଜଧାନୀରେ ହେବ ୫୦ ମିନିପାର୍କ, ପ୍ରତି ପାର୍କ ପାଇଁ ଖର୍ଚ୍ଚ ହେବ ୩୫ରୁ ୬୦ ଲକ୍ଷ

ଭୁବନେଶ୍ୱର : ରାଜଧାନୀରେ ଆଉ ୫୦ଟି ମିନିପାର୍କ କରାଯିବ। ସହରାଞ୍ଚଳରେ ସବୁଜିମା ପରିବେଶ ବୃଦ୍ଧି ସହିତ ସହରବାସୀଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ଏହି ପାର୍କଗୁଡ଼ିକୁ ନିର୍ମାଣ ହେବାକୁ ଥିବାବେଳେ ଖୁବ୍‍ଶୀଘ୍ର ଏହି କାମ ଆରମ୍ଭହେବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ପ୍ରତି ପାର୍କ ପାଇଁ ୩୫ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପାର୍କଗୁଡ଼ିକ ଅଧ ଏକର କିମ୍ବା ଏହାଠାରୁ କମ୍‍ ସ୍ଥାନରେ ନିର୍ମାଣ କରାଯିବ।

ଏହି ପାର୍କଗୁଡ଼ିକ ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ମଞ୍ଜୁର ହେବା ସହ ଏସ୍‍ଏଚ୍‍ଜିଗୁଡ଼ିକୁ ତଦାରଖ ଦାୟିତ୍ୱ ଦିଆଯିବ।

ଏସ୍‍ଏଚ୍‍ଜିଗୁଡ଼ିକ ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ। ପାର୍କଗୁଡ଼ିକରେ ଭିନ୍ନଭିନ୍ନ ସୁବିଧା ଉପଲବ୍ଧ କରାଯିବାକୁ ଥିବା ବେଳେ ମୁଖ୍ୟତଃ ଯୋଗ ପିଣ୍ଡି, ଲୁହାଗେଟ୍‍, ଜଗିଂ ଟ୍ରାକ୍‍, ପେଭର ବ୍ଲକ, ଶୌଚାଳୟ, ଲାଇଟ୍‍, ବେଞ୍ଚ ଆଦି ରହିବ। ସେହିପରି ପାର୍କଗୁଡ଼ିକରେ ଶିଶୁଙ୍କ ଖେଳକୁଦ ପାଇଁ ବ୍ୟବସ୍ଥା ରହିବା ସହିତ ଆର୍ଚ୍ଚ ସୁଇିଂ, ସ୍ପାଇରାଲ୍‍ ସ୍ଲାଇଡ୍‍, ବ୍ୟାୟାମ ସରଞ୍ଜାମ ଆଦି ଉପଲବ୍ଧ ରହିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି।

ରାଜଧାନୀରେ ଅଧ ଏକରରୁ ଅଧିକ ପରିସୀମା ଥିବା ପାର୍କଗୁଡ଼ିକ ବିଡିଏ ଅଧୀନରେ ଥିବା ବେଳେ ଏହାଠାରୁ କମ୍‍ ପରସୀମା ବିଶିଷ୍ଟ ପାର୍କକୁ ବିଏମ୍‍ସି ପରିଚାଳନା କରୁଛି। ଏହି କ୍ରମରେ ବର୍ତ୍ତମାନ ବିଏମ୍‍ସି ଅଧୀନରେ ୭୧ ଟି ପାର୍କ ରହିଛି। ଏହି ପାର୍କଗୁଡ଼ିକୁ ପବ୍ଲିକ୍‍ ପ୍ରାଇଭେଟ୍‍ ପାର୍ଟନର୍‍ସିପ୍‍ ବା ପିପିପି ମୋଡ୍‍ରେ ପରିଚାଳନା କରାଯାଉଛି। ମିଶନ୍‍ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଅବାସିକ କଲ୍ୟାଣ ସଂଘ ଆଦି ପାର୍କଗୁଡ଼ିକ ପରିଚାଳନା କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ସଠିକ୍‍ ସମୟରେ ପାର୍କ ଖୋଲିବା ଏବଂ ବନ୍ଦ କରିବା, ପାର୍କକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ମାଟି କୋଡ଼ା ଖୋସା କରିବା, ଋତୁ ଅନୁଯାୟୀ ଫୁଲଗଛ ଇତ୍ୟାଦି ଲଗାଇବା, ନିୟମିତ ଭାବେ ଜୀବାଣୁନାଶକ ବା କୀଟନାଶକ ଇତ୍ୟାଦି ପକାଇବା, ଲଟା ଇତ୍ୟାଦି କାଟିବା ଦାୟିତ୍ୱ ନିଭାଉଛନ୍ତି।

ବିଏମ୍‌ସି ଅଧୀନରେ ୭୧ଟି ପାର୍କ ରହିଥିବା ବେଳେ ୫୨ଟି ବଡ଼ ପାର୍କ ବିଡିଏ ଦ୍ୱାରା ପରିଚାଳିତ ହେଉଛି। ଏହି ପାର୍କ ସଂଖ୍ୟାରେ ଆଉ ୫୦ଟି ପାର୍କ ଯୋଡ଼ିହେଲେ ସହରରେ ଅନେକ ଲୋକ ନୂଆ ପାର୍କ ପାଇବେ। ରାଜଧାନୀରେ ସବୁଜିମା ପରିବେଶ ସୃଷ୍ଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କେମିତି ସହରରେ ଅଧିକରୁ ଅଧିକ ବୃକ୍ଷରୋପଣ ହୋଇପାରିବ ଓ ସବୁଜିମା ରହିବ ସେନେଇ ସମସ୍ତ ବିଭାଗ କାର୍ଯ୍ୟ କରୁଛନ୍ତି। ସହରରେ ନୂଆ ୫୦ ପାର୍କ ହେଲେ ଏଠାରେ ବହୁ ସଂଖ୍ୟାରେ ଗଛ ଲାଗିବା ସହିତ ସବୁଜିମା ବଳୟ ବୃଦ୍ଧିହେବ ବୋଲି ଆଶା ରହିଛି। ଏହା ସହିତ ଅନେକ ୱାର୍ଡରେ ବରିଷ୍ଠ ନାଗରିକଙ୍କ ଘରଠାରୁ ବହୁ ଦୂରରେ ପାର୍କ ରହୁଥିବା ନେଇ ଅଭିଯୋଗ ହେଉଥିଲା। କିନ୍ତୁ ନୂଆ ପାର୍କ ହେବା ପରେ ଏହି ସମସ୍ୟା ଦୂର ହେବ ବୋଲି ବିଏମ୍‍ସି ଲକ୍ଷ୍ୟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର