ଭୁବନେଶ୍ବରରେ ବଢୁଛି ସଂକ୍ରମଣ : ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏକାଧିକ ସ୍ଥାନରେ ସଂକ୍ରମଣ ବୃଦ୍ଧି ଭୁବନେଶ୍ବର ମହାନଗର ନିଗମ( ବିଏମସି) ପାଇଁ ଚିନ୍ତାର କାରଣ ପାଲଟିଛି। ରାଜଧାନୀ ସଂକ୍ରମଣ ମାମଲା ବଢ଼ିବା କାରଣରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ବିଏମସି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏକାଧିକ ସ୍ଥାନରେ ସଂକ୍ରମଣ ବୃଦ୍ଧି ଭୁବନେଶ୍ବର ମହାନଗର ନିଗମ( ବିଏମସି) ପାଇଁ ଚିନ୍ତାର କାରଣ ପାଲଟିଛି। ରାଜଧାନୀ ସଂକ୍ରମଣ ମାମଲା ବଢ଼ିବା କାରଣରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ବିଏମସି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଆଜି ବାପୁଜୀନଗରର ପ୍ଲଟ ନମ୍ବର ୬୦, ସତ୍ୟନଗରର ପ୍ଲଟ ନମ୍ବର ୧୨୦ (ବି), ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ୧୪୧୯ (ଏ), ଟଙ୍କପାଣି ରୋଡ ବିଷ୍ଣୁ ନଗରର ପ୍ଲଟ ନମ୍ବର ୧୧୪୭ ଓ ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ଏଲ୍୩/୬୫କୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସିର ଦକ୍ଷିଣ ପୂର୍ବ ଜୋନ । ସଂକ୍ରମଣ ବୃଦ୍ଧି ପରେ ଏ ପଦକ୍ଷେପ ନିଆଯାଇଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଚିହ୍ନଟ ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଦିନ ଠାରୁ କଟକଣା ୭ ଦିନ ଯାଏ ବଳବତ୍ତର ରହିବ । ବିଏମସିର ତଥ୍ୟ ଅନୁସାରେ, ୩ ତାରିଖରେ ୧୪୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବାବେଳେ ୧୨୩ଟି ସ୍ଥାନୀୟ ସଂକ୍ରମଣ ।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର