ରାଜଧାନୀରେ ବିଜେପିର ଗୁଣ୍ଡାଗିରି : ରାଲି ନାଁରେ ପୁଲିସକୁ ଆକ୍ରମଣ, ଭାଙ୍ଗିଲେ ପୁଲିସ ଭ୍ୟାନ୍

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି ବିଜେପି। ଓଡ଼ିଶାବାସୀ ସର୍ବଦା ଶାନ୍ତି ଚାହାନ୍ତି। ଏଠି ଭିନ୍ନ ଭିନ୍ନ ଜାତି, ଭିନ୍ନ ଭିନ୍ନ ସମ୍ପଦ୍ରାୟ ସବୁବେଳେ ଭାଇଚାର ସହ ରହିଥାନ୍ତି । ବିପଦଆପତ୍ତ ହେଉ କି ପର୍ବପର୍ବାଣୀ ନା ଦେଖନ୍ତି ଜାତି, ନା ଦେଖନ୍ତି ସମ୍ପ୍ରଦାୟ । କାନ୍ଧରେ କାନ୍ଧ ମିଶାଇ ପଡ଼ୋଶୀଙ୍କ ସୁଖଦୁଃଖରେ ଛିଡ଼ାହୋଇଥାନ୍ତି । ଓଡ଼ିଶାର ଏହି ଶାନ୍ତିର ପ୍ରତୀକକୁ ଆଗକୁ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିର ସରକାର […]

ଭୁବନେଶ୍ବର : ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି ବିଜେପି। ଓଡ଼ିଶାବାସୀ ସର୍ବଦା ଶାନ୍ତି ଚାହାନ୍ତି। ଏଠି ଭିନ୍ନ ଭିନ୍ନ ଜାତି, ଭିନ୍ନ ଭିନ୍ନ ସମ୍ପଦ୍ରାୟ ସବୁବେଳେ ଭାଇଚାର ସହ ରହିଥାନ୍ତି । ବିପଦଆପତ୍ତ ହେଉ କି ପର୍ବପର୍ବାଣୀ ନା ଦେଖନ୍ତି ଜାତି, ନା ଦେଖନ୍ତି ସମ୍ପ୍ରଦାୟ । କାନ୍ଧରେ କାନ୍ଧ ମିଶାଇ ପଡ଼ୋଶୀଙ୍କ ସୁଖଦୁଃଖରେ ଛିଡ଼ାହୋଇଥାନ୍ତି । ଓଡ଼ିଶାର ଏହି ଶାନ୍ତିର ପ୍ରତୀକକୁ ଆଗକୁ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିର ସରକାର ଓ ବିକାଶର ବିଜୟ ଯାତ୍ରାରେ ଆଗକୁ ଆଗକୁ ବଢ଼ି ଚାଲିଛି ଓଡ଼ିଶା । ଆଧୁନିକ ଓଡ଼ିଶା ସ୍ବର୍ଣ୍ଣିମ ଇତିହାସ ଲେଖୁଥିବା ବେଳେ ବିଜେପି ସାଜିଛି ବିଭୀଷଣ ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା: ଅନୁସୂଚିତ ଜାତି ଆୟୋଗଙ୍କୁ ବିଜେଡିର ସ୍ମାରକପତ୍ର

ଓଡିିଶା ବର୍ତ୍ତମାନ ବିକାଶର ପାହାଚ ଚଢିଚାଲିବା ସହ ସମଗ୍ର ଦେଶରେ ଏକ ଆଦର୍ଶ ରାଜ୍ୟଭାବେ ପରିଚିତ ହେଉଛି। ରାଜ୍ୟବାସୀଙ୍କ ପାଇଁ ସରକାର ବିଭିନ୍ନ ଉନ୍ନତିମୂଳକ ଯୋଜନା ପ୍ରଣୟନ କରିବା ସହ ସମଗ୍ର ଦେଶ ସହ ବିଦେଶରେ ମଧ୍ୟ ପରିଚୟ ପାଇବାରେ ଲାଗିଛି। ଓଡ଼ିଶାର ଉନ୍ନତି ଓ ବିକାଶ ରାଜ୍ୟ ବିଜେପି ନେତାଙ୍କ ଦେହରେ ଶଣ୍ଢୁଆସି ପରି ଖେଞ୍ଚି ହେଉଛି । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରୀତିମତ ଚଲାଇଛି ହୀନ ଚକ୍ରାନ୍ତ । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ବିଜେଡିକୁ ବଦନାମ କରିବା ପାଇଁ ବିଷ ମଞ୍ଜି ବୁଣୁଛନ୍ତି ବିଜେପି ନେତା । ଆଇନଶୃଙ୍ଖଳାକୁ ହାତକୁ ନେଉଛନ୍ତି, ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଡ଼ିଶା ଭଳି ଭାଇଚାରର ରାଜ୍ୟରେ ଅଶାନ୍ତିର ବିଜ ବୁଣୁଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ରାଜ୍ୟର ଗୋଟିଏ ନିର୍ବାଚନ କ୍ଷେତ୍ର ଧାମନଗରରେ ଆଉ ଦୁଇଦିନ ପରେ ଉପନର୍ବାଚନ ନେଇ ଭୋଟ ପଡିବ। ନଭେମ୍ବର ୩ ତାରିଖରେ ଏଥି ନିମନ୍ତେ ଭୋଟ ପଡିବାକୁ ଥିବା ବେଳେ ରାଜ୍ୟ ବିଜେପି ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ଧାମନଗରରେ ହାରିବା ସୁନିଶ୍ଚିତ ଜାଣି ବିଜେପି ପଦଯାତ୍ରା ନାଟକ ରଚିଛି । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁଙ୍କ ପ୍ରସଙ୍ଗ ଉଠାଇ ରାଜଧାନୀ ରାଜରାସ୍ତାରେ ଡିଜେ ବଜାଇ ମାଙ୍କଡ଼ ନାଚ କରୁଛି । ହେଲେ ଉପନିର୍ବାଚନ ସମୟରେ ବିଜେପି ଦୁଇଟି ମାମଲାକୁ ଉଠାଇବାର ପ୍ରସଙ୍ଗତା କେତେ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ଉଠାଇ ଥିବା ଦୁଇଟି ମାମଲା ଏବେ ବିଚାରାଧୀନ ରହିଛି । ନୀରପେକ୍ଷ ତଦନ୍ତ ପାଇଁ ସରକାର ତଦନ୍ତକାରୀ ସଂସ୍ଥାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଆସିଛନ୍ତି । ଏହାକୁ ରାଜନୀତିର ରଙ୍ଗ ଦେଇ ବିଜେପି କ’ଣ ଦେଖାଇବାକୁ ଚାହୁଁଛି ? ଏହା ଗୋଟିଏ ଘଟଣା ନୁହେଁ, ଆଗରୁ ମଧ୍ୟ ବିଜେପିର ଏମିତି ନାଟକବାଜି ଓଡ଼ିଶାବାସୀ ଦେଖିଛନ୍ତି ଓ ଜବାବ ଦେଇଛନ୍ତି । ନିର୍ବାଚନ ସମୟରେ ବିଜେପିର ଏମିତି ନାଟକବାଜି ସାରା ରାଜ୍ୟ ଜାଣିଛି ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ଅନ୍ୟପକ୍ଷରେ ରାଜଧାନୀରେ ବିଜେପିର ପଦଯାତ୍ରାକୁ ସବୁ ମହଲରେ ଥୁ ଥୁ କରାଯାଉଛି । ସାରା ରାଜ୍ୟରେ ବିଜେପିର ଏହି ହୀନ ରାଜନୀତିକୁ ନେଇ ବିରୋଧର ସ୍ବର ଉଠିବାରେ ଲାଗିଛି । ବିଜେପିର ଏ ରାଲି ଲୋକଙ୍କ ସ୍ବାର୍ଥ ନୁହେଁ, ନିଜ ସ୍ବାର୍ଥ ବୋଲି ଲୋକେ ଅଭିଯୋଗ କରିଛନ୍ତି । ରାଲି ବାହାନାରେ ବିଜେପିର ଗୁଣ୍ଡାରାଜ ଦେଖିବାକୁ ମିଳୁଛି। ଆଜି ବିଜେପି ରାଜଧାନୀ ଭୁବନେଶ୍ବରରେ ରାଲି କରୁଥିବା ବେଳେ ରକ୍ତରଞ୍ଜିତ ହୋଇଛି ରାଜଧାନୀ ରାସ୍ତା । ଆନ୍ଦୋଳନ ନାଁରେ ବିଜେପି କର୍ମୀ ପୁଲିସ ଉପରୁକୁ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସୁ ଆକ୍ରମଣ କରିବାକୁ ପଛଘୁଞ୍ଚା ମଧ୍ୟ ଦେଇନାହାନ୍ତି ବିଜେପି ଗୁଣ୍ଡା। ବିଜେପୀ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ପୁଲିସ କର୍ମୀ । ଏମିତି କିଛି ଆଜି ଦେଖିବାକୁ ମିଳିଛି ଭୁବନେଶ୍ବରରେ ବିଜେପି ରାଲିରେ ।

ଉତ୍ତ୍ୟକ୍ତ ବିଜେପି କର୍ମୀ ପୁଲିସ ଭ୍ୟାନ୍ ଭାଙ୍ଗିଛନ୍ତି ବିଜେପି କର୍ମୀ । ଆନ୍ଦୋଳନକାରୀଙ୍କୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ କରିଛନ୍ତି ଆକ୍ରମଣ । ରାଜମହଲ ଛକରେ ପୁଲିସ ଭ୍ୟାନକୁ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀଙ୍କ ଆକ୍ରମଣରେ ଏକାଧିକ ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନାରୀ ଶକ୍ତିକୁ ସମ୍ମାନ ଦେଉଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ଆଜି ବିକାଶ ପଥରେ ଆଗେଇ ଚାଲିଛନ୍ତି । ହେଲେ ରାଜ୍ୟର ମହିଳାମାନଙ୍କ ଉନ୍ନତି ବିଜେପି ସହି ପାରୁନି । ବାରମ୍ବାର ଏସଏଚଜି ମହିଳାଙ୍କୁ ଅପମାନିତ କରିଚାଲିଛି ବିଜେପି । ଧାମନଗର ଉପନିର୍ବାଚନ ଏହାର ଏକ ଜ୍ବଳନ୍ତ ଉଦାହରଣ । ମୁହଁ ଘୋଡ଼ା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଓ ଧାମନଗରରେ ଟଙ୍କା ବାଣ୍ଟଥିବା କହି ରାଜ୍ୟର ପ୍ରତିଟି ମାଆଙ୍କୁ ଅପମାନିତ କରିଛନ୍ତି । କେବଳ ରାଜ୍ୟ ବିଜେପି ନେତା ନୁହଁନ୍ତି, କେନ୍ଦ୍ରମନ୍ତ୍ରୀ ବି ମହିଳାଙ୍କୁ ଅପମାନିତ କରିବାରେ ପଛାଉ ନାହାନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ଅପଶବ୍ଦ ପ୍ରୟୋଗ କରିବାକୁ ବି ପଛାଉ ନାହାନ୍ତି ।

ସେପଟେ ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାକୁ ମୁଦ୍ଦା କରି ରାସ୍ତାରେ ଉତ୍ପାତ କରୁଥିବା ବିଜେପିର ରାଲିକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ରାଲିରେ ଭିଡ଼ ବଢ଼ାଇବାକୁ ମହିଳାଙ୍କୁ ଅପମାନିତ କରୁଥିବା ବିଜେପି ବହୁ ସଂଖ୍ୟାରେ ମହିଳାଙ୍କୁ ସାମିଲ କରିଛି । ହେଲେ ରାଲିରେ ସାମିଲ ଏ ମହିଳାମାନେ ଜାଣି ନାହାନ୍ତି, କେଉଁ ଦଳ ପାଇଁ ଆନ୍ଦୋଳନ କରୁଛନ୍ତି ଓ କେଉଁ ପ୍ରସଙ୍ଗରେ ଆନ୍ଦୋଳନ ହେଉଛି । ସେପଟେ ରଜନୀତି ନାଁରେ ବିଜେପିର କୁତ୍ସିତ ମାନସିକତା ଆଜି ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ । ରାଜ୍ୟ ବିକାଶ, ମହିଳାଙ୍କ ଉନ୍ନତି, ବିଜେଡିକୁ ଜନ ସମର୍ଥନରେ ବିଜେପି ଏତେ ହତୋତ୍ସାହିତ ହୋଇ ଯାଇଛି ଯେ ହିତାହିତ ଜ୍ଞାନ ଭୁଲି କୁନି କୁନି ପିଲାଙ୍କ ହାତରେ ପଦ୍ମ ପତାକା ଧରାଇ ଦେଇଛି । ବିଜେପିର ଏଭଳି ନାଟକବାଜିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

31 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର