ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ବିଧାନସଭା ଓ ରାଜ୍ୟର ଗରିମାକୁ ନଷ୍ଟ କରିଛି : ବିଜେଡି
ଭୁବନେଶ୍ବର : ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ବିଧାନସଭା ଓ ରାଜ୍ୟର ଗରିମାକୁ ନଷ୍ଟ କରିଛି। ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ବି କମ ବୋଲି କହିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଖୁବ ବର୍ଷିଛି ବିଜୁ ଜନତା ଦଳ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା […]
ଭୁବନେଶ୍ବର : ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ବିଧାନସଭା ଓ ରାଜ୍ୟର ଗରିମାକୁ ନଷ୍ଟ କରିଛି। ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ବି କମ ବୋଲି କହିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଖୁବ ବର୍ଷିଛି ବିଜୁ ଜନତା ଦଳ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଜେପିକୁ ପ୍ରଶ୍ନ କରିଛି ବିଜେଡି । ଏହି ପରିପ୍ରେକ୍ଷୀରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ତାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଦଳ କହିଛି । ଏହା ପଛରେ କାହାର ହାତ ଅଛି ? ଏହା ସୁବାସଙ୍କର ନିଜସ୍ବ ନିଷ୍ପତ୍ତି ନା ଏହାକୁ ଦଳ ପ୍ରୋତ୍ସାହିତ କରୁଛି କି ବୋଲି ପ୍ରଶ୍ନ କରିଛନ୍ତି ଅତନୁ ।
ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅତନୁ ସବ୍ୟସାଚୀ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସେ ସାନିଟାଇଜର ପିଇବା ବିପଦଜନକ ବାର୍ତ୍ତା ସମାଜକୁ ସୁବାସ ଦେଇଛନ୍ତି। ସବୁ ଦିନ ପାଇଁ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଗଲା। ସାରା ଦେଶରେ ଏ ନେଇ ଚର୍ଚ୍ଚା ଚାଲିଛି।





