କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ହୀନ ପ୍ରୟାସ ଚଳାଇଛି : ବିଜେଡି

The Sakala Picture
Published On

ଭୁବନେଶ୍ୱର : ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ନେତାମାନଙ୍କ ବୟାନବାଜିର ଜବାବ ଦେଇ ଏହା କହିଛନ୍ତି ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ । ଶ୍ରୀ ଦେବ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ […]

ଭୁବନେଶ୍ୱର : ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ନେତାମାନଙ୍କ ବୟାନବାଜିର ଜବାବ ଦେଇ ଏହା କହିଛନ୍ତି ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

ଶ୍ରୀ ଦେବ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ ତଥା ମଙ୍ଗଳ ପାଇଁ ଓଡିଶା ବିଜେପିର କୌଣସି ପ୍ରତିବଦ୍ଧତା ନାହିଁ । ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ରାଜ୍ୟବାସୀଙ୍କ ଆଗରେ ଖୋଲିଯାଇଛି ଏବଂ ଓଡ଼ିଶାବାସୀ ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହାର ଦୃଢ ଜବାବ ଦେବେ । ଓଡ଼ିଶା ବିଜେପି କୌଣସି ଲୋକ ପ୍ରସଙ୍ଗ ଉଠାଉନାହିଁ, ବରଂ ସମ୍ବେଦନଶୀଳ ମାମଲାରେ ଶସ୍ତା ଏବଂ ନିମ୍ନମାନର ରାଜନୀତିରେ ଲିପ୍ତ ରହୁଛି, ଯେଉଁଥିପାଇଁ ସେମାନେ ମିଥ୍ୟା ଅଭିଯୋଗ ଏବଂ କୁତ୍ସିତ ବିବୃତ୍ତି ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ଦେଇପାରୁ ନାହାନ୍ତି । ଯେତେବେଳେ ପ୍ରମାଣ ଦେବାକୁ ଏବଂ ନ୍ୟାୟ ପାଇବା ପାଇଁ ଏହାକୁ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି, ସେତେବେଳେ ସେମାନେ ଚୁପ୍‌ ରହୁଛନ୍ତି ଓ ମିଥ୍ୟା ଏବଂ ଅପବାଦର ଅଭିଯାନ ଜାରି ରଖୁଛନ୍ତି ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ଓଡିଶା ବିଜେପି ଷଡଯନ୍ତ୍ର କରି ଓଡିଶାର ୬ ଲକ୍ଷ ଗରିବ ଏବଂ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନ ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଓଡିଶା ବିଜେପି ଏଭଳି ଷଡଯନ୍ତ୍ର କରିଛି ଯେ ଯେଭଳି ଓଡିଶାରୁ ଚାଉଳ ଉଠାଣ ବନ୍ଦ ହୋଇଯିବ ଏବଂ ଏହାଦ୍ୱାରା ରାଜ୍ୟର ଚାଷୀମାନେ ପ୍ରଭାବିତ ହେବେ । ଏଲପିଜି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ନେଇ ଓଡିଶା ବିଜେପିର କୌଣସି ଉତ୍ତର ନାହିଁ ଯାହା ସାତବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୪୦୦ ଟଙ୍କାରୁ ଦୁଇଗୁଣ ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଓଡିଶା ବିଜେପି ଚାହୁଁଛି ପ୍ରକୃତ ଲୋକ ପ୍ରସଙ୍ଗରୁ ଓଡିଶାର ଲୋକଙ୍କ ଦୃଷ୍ଟି ହଟାଇବାକୁ ଏବଂ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବା ପାଇଁ ଖୋଲାଖୋଲି ମିଥ୍ୟା ତଥା ମନଗଢା ଅଭିଯାନରେ ଲିପ୍ତ ରହୁଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ବିଜେପି ନିମ୍ନମାନର ରାଜନୀତି କରିବା ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ତଳକୁ ଖସିଯାଇଛି ଯେ ସେଥିପାଇଁ ଓଡିଶାର ସାଢେ ୪କୋଟି ଲୋକ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ।

24 Nov 2021 By The Sakala

କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ହୀନ ପ୍ରୟାସ ଚଳାଇଛି : ବିଜେଡି

ଭୁବନେଶ୍ୱର : ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ନେତାମାନଙ୍କ ବୟାନବାଜିର ଜବାବ ଦେଇ ଏହା କହିଛନ୍ତି ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ।

ଶ୍ରୀ ଦେବ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ ତଥା ମଙ୍ଗଳ ପାଇଁ ଓଡିଶା ବିଜେପିର କୌଣସି ପ୍ରତିବଦ୍ଧତା ନାହିଁ । ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ରାଜ୍ୟବାସୀଙ୍କ ଆଗରେ ଖୋଲିଯାଇଛି ଏବଂ ଓଡ଼ିଶାବାସୀ ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହାର ଦୃଢ ଜବାବ ଦେବେ । ଓଡ଼ିଶା ବିଜେପି କୌଣସି ଲୋକ ପ୍ରସଙ୍ଗ ଉଠାଉନାହିଁ, ବରଂ ସମ୍ବେଦନଶୀଳ ମାମଲାରେ ଶସ୍ତା ଏବଂ ନିମ୍ନମାନର ରାଜନୀତିରେ ଲିପ୍ତ ରହୁଛି, ଯେଉଁଥିପାଇଁ ସେମାନେ ମିଥ୍ୟା ଅଭିଯୋଗ ଏବଂ କୁତ୍ସିତ ବିବୃତ୍ତି ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ଦେଇପାରୁ ନାହାନ୍ତି । ଯେତେବେଳେ ପ୍ରମାଣ ଦେବାକୁ ଏବଂ ନ୍ୟାୟ ପାଇବା ପାଇଁ ଏହାକୁ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି, ସେତେବେଳେ ସେମାନେ ଚୁପ୍‌ ରହୁଛନ୍ତି ଓ ମିଥ୍ୟା ଏବଂ ଅପବାଦର ଅଭିଯାନ ଜାରି ରଖୁଛନ୍ତି ।

ଓଡିଶା ବିଜେପି ଷଡଯନ୍ତ୍ର କରି ଓଡିଶାର ୬ ଲକ୍ଷ ଗରିବ ଏବଂ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନ ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଓଡିଶା ବିଜେପି ଏଭଳି ଷଡଯନ୍ତ୍ର କରିଛି ଯେ ଯେଭଳି ଓଡିଶାରୁ ଚାଉଳ ଉଠାଣ ବନ୍ଦ ହୋଇଯିବ ଏବଂ ଏହାଦ୍ୱାରା ରାଜ୍ୟର ଚାଷୀମାନେ ପ୍ରଭାବିତ ହେବେ । ଏଲପିଜି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ନେଇ ଓଡିଶା ବିଜେପିର କୌଣସି ଉତ୍ତର ନାହିଁ ଯାହା ସାତବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୪୦୦ ଟଙ୍କାରୁ ଦୁଇଗୁଣ ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି ।

ଓଡିଶା ବିଜେପି ଚାହୁଁଛି ପ୍ରକୃତ ଲୋକ ପ୍ରସଙ୍ଗରୁ ଓଡିଶାର ଲୋକଙ୍କ ଦୃଷ୍ଟି ହଟାଇବାକୁ ଏବଂ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବା ପାଇଁ ଖୋଲାଖୋଲି ମିଥ୍ୟା ତଥା ମନଗଢା ଅଭିଯାନରେ ଲିପ୍ତ ରହୁଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ବିଜେପି ନିମ୍ନମାନର ରାଜନୀତି କରିବା ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ତଳକୁ ଖସିଯାଇଛି ଯେ ସେଥିପାଇଁ ଓଡିଶାର ସାଢେ ୪କୋଟି ଲୋକ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର