ଆଉ କିଛି ସମୟ ପରେ ବିଜେଡିର ସଂସଦୀୟ ଦଳ ବୈଠକ : ସପ୍ତରଥୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

The Sakala Picture
Published On

ଭୁବନେଶ୍ୱର : ଚଳିତ ମାସ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ନବୀନ ନିବାସରେ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁଥିବା ବୈଠକରେ ସଂସଦରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଆଗାମୀ ବଜେଟ୍‌ ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ପର୍କରେ ପ୍ରଭାବୀ ପ୍ରଦର୍ଶନ କରିବେ […]

ଭୁବନେଶ୍ୱର : ଚଳିତ ମାସ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ନବୀନ ନିବାସରେ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁଥିବା ବୈଠକରେ ସଂସଦରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଆଗାମୀ ବଜେଟ୍‌ ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ପର୍କରେ ପ୍ରଭାବୀ ପ୍ରଦର୍ଶନ କରିବେ ସେଥିନେଇ ସୁପ୍ରିମୋ ପରାମର୍ଶ ଦେବେ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ଲଜ୍ଜା: ନାବାଳିକା ଝିଆରି ଦୁଷ୍କର୍ମ ଅଭିଯୋଗରେ ଦାଦା ଗିରଫ

ବିଜେଡି ହାତରେ ଏବେ ପୁଳାପୁଳା ପ୍ରସଙ୍ଗ। କୋଇଲା ରାଜଭାଗ ବୃଦ୍ଧିଠାରୁ ଆରମ୍ଭ କରି ପୋଲାଭରମ୍‌, ମହାନଦୀ, ଆଦିବାସୀଙ୍କ ବର୍ଗଙ୍କୁ ସ୍ୱୀକୃତି, ଆଦିବାସୀଙ୍କ ଭାଷାକୁ ସ୍ୱତନ୍ତ୍ର ଅନୁଚ୍ଛେଦରେ ସ୍ଥାନ ଦେବା ଆଦି ପ୍ରସଙ୍ଗ ଉପରେ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ। କ୍ୟାପିଟାଲ ରିଂ ରୋଡ଼, ଉପକୂଳ ରାଜପଥ, ଜାତୀୟ ରାଜପଥ, ଜାତୀୟ ଜଳପଥ ସମ୍ପର୍କରେ କେନ୍ଦ୍ରୀୟ ଅବହେଳାକୁ ସଂସଦରେ ବିଜେଡି ଉଠାଇବାର ସମ୍ଭାବନା ରହିଛି। ଏହାବ୍ୟତୀତ ରାଜ୍ୟରେ ଆଇଟି ପାର୍କ, ସେମିକଣ୍ଡକ୍ଟର ପାର୍କ, ଏମ୍‌ଏସ୍‌ଏମ୍‌ଇ ପାର୍କ, ଟେକ୍ସଟାଇଲ୍‌ ପାର୍କ ଓ ଇଣ୍ଡଷ୍ଟ୍ରିଆଲ କରିଡ଼ର ସ୍ଥାପନ ଦାବିକୁ ଉପେକ୍ଷା କରାଯାଇଥବାରୁ ଏହି ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିପାରେ।

ଆହୁରି ପଢ଼ନ୍ତୁ: ଜୁଲାଇ ୧୩ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ, ବାତିଲ କଲେ ରାଜ୍ୟ ସରକାର

ସବୁଠାରୁ ବଡ଼ କଥା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ। ୨୦୨୪ରେ ନିଜ ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରସଙ୍ଗକୁ ସ୍ଥାନ ଦେଇଥିଲା। ଇତିମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପ୍ରସଙ୍ଗ ମଧ୍ୟ ସଂସଦରେ ବିଜେଡି ଉଠାଇବ ବୋଲି ସୂଚନା ମିଳିଛି। ତତ୍‌କାଳୀନ ବିଜେଡି ସରକାରଙ୍କ ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ କରି ନ ଥିଲେ ହେଁ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେପି ନେତାମାନେ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ପ୍ରତିଶ୍ରୁତି ଦେଇଥିଲେ। ଏହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଏହି ପ୍ରସଙ୍ଗରେ ବିଜେଡି ନିଜର ସ୍ୱର ତୀବ୍ର କରିପାରେ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍

28 Jan 2025 By The Sakala

ଆଉ କିଛି ସମୟ ପରେ ବିଜେଡିର ସଂସଦୀୟ ଦଳ ବୈଠକ : ସପ୍ତରଥୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର : ଚଳିତ ମାସ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ନବୀନ ନିବାସରେ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁଥିବା ବୈଠକରେ ସଂସଦରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଆଗାମୀ ବଜେଟ୍‌ ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ପର୍କରେ ପ୍ରଭାବୀ ପ୍ରଦର୍ଶନ କରିବେ ସେଥିନେଇ ସୁପ୍ରିମୋ ପରାମର୍ଶ ଦେବେ।

ବିଜେଡି ହାତରେ ଏବେ ପୁଳାପୁଳା ପ୍ରସଙ୍ଗ। କୋଇଲା ରାଜଭାଗ ବୃଦ୍ଧିଠାରୁ ଆରମ୍ଭ କରି ପୋଲାଭରମ୍‌, ମହାନଦୀ, ଆଦିବାସୀଙ୍କ ବର୍ଗଙ୍କୁ ସ୍ୱୀକୃତି, ଆଦିବାସୀଙ୍କ ଭାଷାକୁ ସ୍ୱତନ୍ତ୍ର ଅନୁଚ୍ଛେଦରେ ସ୍ଥାନ ଦେବା ଆଦି ପ୍ରସଙ୍ଗ ଉପରେ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ। କ୍ୟାପିଟାଲ ରିଂ ରୋଡ଼, ଉପକୂଳ ରାଜପଥ, ଜାତୀୟ ରାଜପଥ, ଜାତୀୟ ଜଳପଥ ସମ୍ପର୍କରେ କେନ୍ଦ୍ରୀୟ ଅବହେଳାକୁ ସଂସଦରେ ବିଜେଡି ଉଠାଇବାର ସମ୍ଭାବନା ରହିଛି। ଏହାବ୍ୟତୀତ ରାଜ୍ୟରେ ଆଇଟି ପାର୍କ, ସେମିକଣ୍ଡକ୍ଟର ପାର୍କ, ଏମ୍‌ଏସ୍‌ଏମ୍‌ଇ ପାର୍କ, ଟେକ୍ସଟାଇଲ୍‌ ପାର୍କ ଓ ଇଣ୍ଡଷ୍ଟ୍ରିଆଲ କରିଡ଼ର ସ୍ଥାପନ ଦାବିକୁ ଉପେକ୍ଷା କରାଯାଇଥବାରୁ ଏହି ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିପାରେ।

ସବୁଠାରୁ ବଡ଼ କଥା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ। ୨୦୨୪ରେ ନିଜ ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରସଙ୍ଗକୁ ସ୍ଥାନ ଦେଇଥିଲା। ଇତିମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପ୍ରସଙ୍ଗ ମଧ୍ୟ ସଂସଦରେ ବିଜେଡି ଉଠାଇବ ବୋଲି ସୂଚନା ମିଳିଛି। ତତ୍‌କାଳୀନ ବିଜେଡି ସରକାରଙ୍କ ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ କରି ନ ଥିଲେ ହେଁ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେପି ନେତାମାନେ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ପ୍ରତିଶ୍ରୁତି ଦେଇଥିଲେ। ଏହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଏହି ପ୍ରସଙ୍ଗରେ ବିଜେଡି ନିଜର ସ୍ୱର ତୀବ୍ର କରିପାରେ ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର