ଭଦ୍ରକରେ ଲଜ୍ଜା: ନାବାଳିକା ଝିଆରି ଦୁଷ୍କର୍ମ ଅଭିଯୋଗରେ ଦାଦା ଗିରଫ

Madhusudan Das Picture
Published On

ଭଦ୍ରକ: ଭଦ୍ରକ ଟାଉନ୍‌ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା । ନାବାଳିକା ଝିଆରି ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦା ଗିରଫ। ଘରେ କେହି ନ ଥିବା ବେଳେ ଦୁଷ୍କର୍ମ କରିଥିଲା ଦାଦା । ଅଭିଯୋଗ ପାଇବା ପରେ ଭଦ୍ରକ ଟାଉନ୍ ପୋଲିସ ଦାଦାକୁ ଗିରଫ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଘରେ ଅନ୍ୟ ସଦସ୍ୟମାନେ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏହି ଘୃଣ୍ୟ କାଣ୍ଡ ଘଟାଇଥିଲା । ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ତାଙ୍କ ସମ୍ପର୍କୀୟ ଦାଦା ସେଠାରେ ପହଞ୍ଚି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। କେବଳ ସେତିକି ନୁହେଁ, ଏହି ଘଟଣା ସମ୍ପର୍କରେ କାହାକୁ କିଛି ନ କହିବା ପାଇଁ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଧମକ ମଧ୍ୟ ଦେଇଥିଲେ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ପରିବାର ଲୋକେ ଘରକୁ ଫେରିବା ପରେ ପୀଡ଼ିତା ଜଣକ ସେମାନଙ୍କୁ ସବୁ କଥା ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ମଙ୍ଗଳବାର ରାତିରେ ଭଦ୍ରକ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ପୋଲିସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର