ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

The Sakala Picture
Published On

ଭୁବନେଶ୍ବର: ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ। ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ […]

ଭୁବନେଶ୍ବର: ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ। ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ବୈଠକରେ ସଂସଦରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ଲଢେଇ କରିବ। ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ଯ ଗୃହରେ ଉଠାଇବ ଦଳ। ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

19 Jul 2024 By The Sakala

ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଭୁବନେଶ୍ବର: ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ। ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି।

ବୈଠକରେ ସଂସଦରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ଲଢେଇ କରିବ। ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ଯ ଗୃହରେ ଉଠାଇବ ଦଳ। ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର