ରାତିଯାକ ଗାନ୍ଧୀ ମୂର୍ତ୍ତି ତଳେ ବସି ମଧ୍ୟ ଖୋଲିଲାନି ବିଜେପି ବିଧାୟକଙ୍କ ଜ୍ଞାନଚକ୍ଷୁ : ବିଜେଡି

The Sakala Picture
Published On

ଭୁବନେଶ୍ୱର : ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ। ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ ଦେଖୁଛନ୍ତି ଓ ଏଥିପାଇଁ ବିଧାୟକମାନଙ୍କୁ କେବେ ହେଲେ କ୍ଷମତା ଦେବେନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକମାନେ ବିଧାନସଭାରେ ଯେଭଳି ଲଜ୍ଜାଜନକ କାଣ୍ଡ […]

ଭୁବନେଶ୍ୱର : ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ। ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ ଦେଖୁଛନ୍ତି ଓ ଏଥିପାଇଁ ବିଧାୟକମାନଙ୍କୁ କେବେ ହେଲେ କ୍ଷମତା ଦେବେନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକମାନେ ବିଧାନସଭାରେ ଯେଭଳି ଲଜ୍ଜାଜନକ କାଣ୍ଡ ଘଟାଇଲେ ଓ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବସିଲେ ସେଥିରୁ ଆମେ ଆଶା କରିଥିଲୁ ଯେ ସେମାନଙ୍କୁ ସଦ୍‍ବୁଦ୍ଧି ମିଳିବା ସହିତ ଜ୍ଞାନଚକ୍ଷୁ ଖୋଲିଥିବ। ହେଲେ ସେଭଳି କିଛି ହୋଇନଥିବା ସେମାନଙ୍କର ପ୍ରେସ୍‍ମିଟ୍‍ରୁ ପ୍ରତୀୟମାନ ହେଉଛି। ରାତି ସାରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଲାପରେ ମଧ୍ୟ ନିଜର ଅଶୋଭନୀୟ ଲଜ୍ଜାଜନକ କାର୍ଯ୍ୟପାଇଁ ପ୍ରାୟଶ୍ଚିତ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଏଥିରୁ ଗୋଟିଏ କଥା ଜଳ ଜଳ ହୋଇ ଦିଶୁଛି ଯେ ସେମାନେ ଆନ୍ତରିକତାର ସହ ସେଠାରେ ବସିନଥିବାରୁ ନିଜର ହିଂସା ଆଚରଣ ଲାଗି ମହାତ୍ମାଙ୍କୁ କ୍ଷମା ମାଗି ନିଜ ଭଲୁ ର ପ୍ରାୟଶ୍ଚିତ କରିନାହାନ୍ତି। ବିଧାନସଭା ଭିତରେ ବିଜେପି ବିଧାୟକଙ୍କର ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଓ ଚପଲ ଫିଙ୍ଗା କାର୍ଯ୍ୟକୁ ନେଇ ସାଢେ ଚାରିକୋଟି ରାଜ୍ୟବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହିତ ଦୃଢ ନିନ୍ଦା କରିଛନ୍ତି। ଆମେ ଆଶା କରୁଛୁ, ଏବେ ବି ସମୟ ଅଛି, ଆନ୍ତରିକତାର ସହ ନିଜର ଭଲୁ  ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ଏବଂ ପ୍ରାୟଶ୍ଚିତ କରନ୍ତୁ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଏହା ନହେଲେ ସାଢେ ଚାରିକୋଟି ଓଡିଶାବାସୀଙ୍କ ସମେତ ସେମାନଙ୍କ ନିର୍ବାଚନମଣ୍ଡଳୀର ଭୋଟରମାନେ ମଧ୍ୟ ବିଜେପି ବିଧାୟକମାନଙ୍କୁ ଆଦୌ କ୍ଷମା କରିବେ ନାହିଁ। ବିଜେପି ନେତାମାନେ ପୂର୍ବରୁ ବିଧାନସଭା ବାହାରେ ହିଂସା ଆଚରଣ କରିବାର ବହୁ ନଜିର ଥିବାବେଳେ ସେମାନେ ଏବେ ତାହାକୁ ବିଧାନସଭା ପରିସରକୁ ଆଣିଛନ୍ତି। ଏହା କେବଳ ବିଧାନସଭା ଇତିହାସରେ କଳାଦାଗ ଲଗାଇନାହିଁ, ବରଂ ପରପୀଢି ପାଇଁ ଖରାପ ବାର୍ତ୍ତା ଦେଇଛି। ବିଧାୟକଙ୍କ ଏଭଳି ଆଚରଣ ଏବେ ସମଗ୍ର ଦେଶରେ ଓଡିଶାର ମୁଣ୍ଡ ତଳକୁ କରିଦେଇଛି। ତେଣୁ ଏଭଳି ଆଚରଣ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

04 Apr 2021 By The Sakala

ରାତିଯାକ ଗାନ୍ଧୀ ମୂର୍ତ୍ତି ତଳେ ବସି ମଧ୍ୟ ଖୋଲିଲାନି ବିଜେପି ବିଧାୟକଙ୍କ ଜ୍ଞାନଚକ୍ଷୁ : ବିଜେଡି

ଭୁବନେଶ୍ୱର : ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ। ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ ଦେଖୁଛନ୍ତି ଓ ଏଥିପାଇଁ ବିଧାୟକମାନଙ୍କୁ କେବେ ହେଲେ କ୍ଷମତା ଦେବେନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକମାନେ ବିଧାନସଭାରେ ଯେଭଳି ଲଜ୍ଜାଜନକ କାଣ୍ଡ ଘଟାଇଲେ ଓ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବସିଲେ ସେଥିରୁ ଆମେ ଆଶା କରିଥିଲୁ ଯେ ସେମାନଙ୍କୁ ସଦ୍‍ବୁଦ୍ଧି ମିଳିବା ସହିତ ଜ୍ଞାନଚକ୍ଷୁ ଖୋଲିଥିବ। ହେଲେ ସେଭଳି କିଛି ହୋଇନଥିବା ସେମାନଙ୍କର ପ୍ରେସ୍‍ମିଟ୍‍ରୁ ପ୍ରତୀୟମାନ ହେଉଛି। ରାତି ସାରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଲାପରେ ମଧ୍ୟ ନିଜର ଅଶୋଭନୀୟ ଲଜ୍ଜାଜନକ କାର୍ଯ୍ୟପାଇଁ ପ୍ରାୟଶ୍ଚିତ କରିନାହାନ୍ତି।

ଏଥିରୁ ଗୋଟିଏ କଥା ଜଳ ଜଳ ହୋଇ ଦିଶୁଛି ଯେ ସେମାନେ ଆନ୍ତରିକତାର ସହ ସେଠାରେ ବସିନଥିବାରୁ ନିଜର ହିଂସା ଆଚରଣ ଲାଗି ମହାତ୍ମାଙ୍କୁ କ୍ଷମା ମାଗି ନିଜ ଭଲୁ ର ପ୍ରାୟଶ୍ଚିତ କରିନାହାନ୍ତି। ବିଧାନସଭା ଭିତରେ ବିଜେପି ବିଧାୟକଙ୍କର ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଓ ଚପଲ ଫିଙ୍ଗା କାର୍ଯ୍ୟକୁ ନେଇ ସାଢେ ଚାରିକୋଟି ରାଜ୍ୟବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହିତ ଦୃଢ ନିନ୍ଦା କରିଛନ୍ତି। ଆମେ ଆଶା କରୁଛୁ, ଏବେ ବି ସମୟ ଅଛି, ଆନ୍ତରିକତାର ସହ ନିଜର ଭଲୁ  ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ଏବଂ ପ୍ରାୟଶ୍ଚିତ କରନ୍ତୁ।

ଏହା ନହେଲେ ସାଢେ ଚାରିକୋଟି ଓଡିଶାବାସୀଙ୍କ ସମେତ ସେମାନଙ୍କ ନିର୍ବାଚନମଣ୍ଡଳୀର ଭୋଟରମାନେ ମଧ୍ୟ ବିଜେପି ବିଧାୟକମାନଙ୍କୁ ଆଦୌ କ୍ଷମା କରିବେ ନାହିଁ। ବିଜେପି ନେତାମାନେ ପୂର୍ବରୁ ବିଧାନସଭା ବାହାରେ ହିଂସା ଆଚରଣ କରିବାର ବହୁ ନଜିର ଥିବାବେଳେ ସେମାନେ ଏବେ ତାହାକୁ ବିଧାନସଭା ପରିସରକୁ ଆଣିଛନ୍ତି। ଏହା କେବଳ ବିଧାନସଭା ଇତିହାସରେ କଳାଦାଗ ଲଗାଇନାହିଁ, ବରଂ ପରପୀଢି ପାଇଁ ଖରାପ ବାର୍ତ୍ତା ଦେଇଛି। ବିଧାୟକଙ୍କ ଏଭଳି ଆଚରଣ ଏବେ ସମଗ୍ର ଦେଶରେ ଓଡିଶାର ମୁଣ୍ଡ ତଳକୁ କରିଦେଇଛି। ତେଣୁ ଏଭଳି ଆଚରଣ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର