ପ୍ରଚଣ୍ଡ ଖରାରେ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବୁଲାଉଛନ୍ତି ଅପରାଜିତା, CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି

The Sakala Picture
Published On

ଭୁବନେଶ୍ବର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳାହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ। ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । […]

ଭୁବନେଶ୍ବର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳାହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ।

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ପରେ ଏଫଏମ୍ ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା ବିଏସସି ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ପଶି ଶିକ୍ଷକଙ୍କୁ ହତ୍ୟା ଧମକ ଦେବା ପଡିଲା ମହଙ୍ଗା: ଅଭିଯୁକ୍ତ ଅଭିଭାବକ ଥାନାରେ ଅଟକ

କିଛିଦିନ ତଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅପରାଜିତା ପ୍ରଚାର କରିବା ବେଳେ ଛୋଟପିଲାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ବୁଲାଇଥିଲେ । ନିର୍ବାଚନରେ ଛୋଟପିଲାଙ୍କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା। କିନ୍ତୁ ଅପରାଜିତା ଷଡ଼ଙ୍ଗୀ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବାରମ୍ବାର ବ୍ୟବହାର କରୁଛନ୍ତି। ଗତକାଲି ଜଟଣୀ ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଥିଲା। ଅପରାଜିତା ପିଲାଙ୍କୁ ଉତ୍ତପ୍ତ ଖରାରେ ନିର୍ବାଚନ ପ୍ରଚାରରେ ବୁଲାଇଥିଲେ। ଯାହାର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରଦାନ କରିଛି। ତେଣୁ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍‌ ପ୍ରକ୍ରିୟା: ୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି, ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

23 Apr 2024 By The Sakala

ପ୍ରଚଣ୍ଡ ଖରାରେ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବୁଲାଉଛନ୍ତି ଅପରାଜିତା, CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି

ଭୁବନେଶ୍ବର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳାହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ।

ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି ।

କିଛିଦିନ ତଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅପରାଜିତା ପ୍ରଚାର କରିବା ବେଳେ ଛୋଟପିଲାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ବୁଲାଇଥିଲେ । ନିର୍ବାଚନରେ ଛୋଟପିଲାଙ୍କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା। କିନ୍ତୁ ଅପରାଜିତା ଷଡ଼ଙ୍ଗୀ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବାରମ୍ବାର ବ୍ୟବହାର କରୁଛନ୍ତି। ଗତକାଲି ଜଟଣୀ ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଥିଲା। ଅପରାଜିତା ପିଲାଙ୍କୁ ଉତ୍ତପ୍ତ ଖରାରେ ନିର୍ବାଚନ ପ୍ରଚାରରେ ବୁଲାଇଥିଲେ। ଯାହାର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରଦାନ କରିଛି। ତେଣୁ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର