ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର: ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଚାଷୀଙ୍କ ପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ

The Sakala Picture
Published On

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର। ଚାଷୀଙ୍କ ବିଷୟରେ ଯଦି କିଏ ବେଶୀ ଭାବୁଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ କାଳିଆ ଯୋଜନାରେ ଚାଷୀଙ୍କ ପିଲାମାନଙ୍କ ଉଚ୍ଚ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି । ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ହେଉଛି ଫମ୍ପା ଆବାଜ । ଚାଷ ଓ ଚାଷୀମାନଙ୍କ ବିଷୟରେ କିଛି ବି କଥା ଉଲ୍ଲେଖ କରି ନାହାନ୍ତି ବୋଲି ପ୍ରେସମିଟ କରି କହିଛି ବିଜେଡି। ରାଜ୍ୟ ସରକାର ଚାଷୀଙ୍କ ପାଇଁ […]

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର। ଚାଷୀଙ୍କ ବିଷୟରେ ଯଦି କିଏ ବେଶୀ ଭାବୁଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ କାଳିଆ ଯୋଜନାରେ ଚାଷୀଙ୍କ ପିଲାମାନଙ୍କ ଉଚ୍ଚ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି । ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ହେଉଛି ଫମ୍ପା ଆବାଜ । ଚାଷ ଓ ଚାଷୀମାନଙ୍କ ବିଷୟରେ କିଛି ବି କଥା ଉଲ୍ଲେଖ କରି ନାହାନ୍ତି ବୋଲି ପ୍ରେସମିଟ କରି କହିଛି ବିଜେଡି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷି ବଜେଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବଜେଟ ହୋଇ ଖର୍ଚ୍ଚ ହୋଇଛି । କାଳିଆରେ ୬୪ଲକ୍ଷ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ସହାୟତା ପ୍ରଦାନ କରାଯାଇଛି। ସାରା ଦେଶକୁ ପିଡିଏସ ଚାଉଳ ଯୋଗାଣରେ ତୃତୀୟ ବୃହତ୍ ଯୋଗଦାନକାରୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ ୧.୪୫ ଲକ୍ଷ କୃଷି ଋଣ ଦିଆଯାଇଛି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରୁ ସେକ୍ସ ରାକେଟ୍‌ ଠାବ: ଆୟୁର୍ବେଦ ଚିକିତ୍ସା ନାମରେ ଚାଲିଥିଲା ସେକ୍ସ ରାକେଟ୍‌

ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବ। କୃଷକଙ୍କ ଆୟ ଦ୍ଵିଗୁଣିତ କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଦୃତ ଗତିରେ ଚାଷୀଙ୍କ ଆୟରେ ବୃଦ୍ଧି ହେଉଛି । ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଇସ୍ତାହାରରେ ଘୋଷଣା କରିଛି ବିଜେଡି । ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ମଣ୍ଡି ଖୋଲିବା ଓ ପୁରୁଣା ମଣ୍ଡିର ଆଧୁନିକୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଅବହେଳା କରିଛନ୍ତି। କିନ୍ତୁ ରାଜ୍ୟ ସରକାର ପ୍ରିମିୟମ ଛାଡ କରିଛନ୍ତି । ଆଗକୁ ବି ଏହା ଜାରି ରହିବ। ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। MSP ୨୯୩୦ ଟଙ୍କା କରିବାକୁ ୨୦୧୭ରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ବି ଦିଲ୍ଲୀରେ ସ୍ୱର ଉଠାଇଥିଲେ। ବିଜେଡି ସାଂସଦ ବି ସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଥିଲେ ବି କେନ୍ଦ୍ର ସରକାର ଶୁଣି ନାହାଁନ୍ତି । ବିଜେପି ତାର ଜାତୀୟ ଇସ୍ତାହାରରେ MSP ବାବଦରେ ପଦୁଟିଏ ବି କହି ନାହାଁନ୍ତି। କିନ୍ତୁ ମିଛ ବିଜେପିର ନିର୍ବାଚନୀ ଇସ୍ତାହାର ହେଉଛି ଏକ ଫମ୍ପା ଆବାଜ।

17 May 2024 By The Sakala

ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର: ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଚାଷୀଙ୍କ ପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର। ଚାଷୀଙ୍କ ବିଷୟରେ ଯଦି କିଏ ବେଶୀ ଭାବୁଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ କାଳିଆ ଯୋଜନାରେ ଚାଷୀଙ୍କ ପିଲାମାନଙ୍କ ଉଚ୍ଚ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି । ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ହେଉଛି ଫମ୍ପା ଆବାଜ । ଚାଷ ଓ ଚାଷୀମାନଙ୍କ ବିଷୟରେ କିଛି ବି କଥା ଉଲ୍ଲେଖ କରି ନାହାନ୍ତି ବୋଲି ପ୍ରେସମିଟ କରି କହିଛି ବିଜେଡି।

ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷି ବଜେଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବଜେଟ ହୋଇ ଖର୍ଚ୍ଚ ହୋଇଛି । କାଳିଆରେ ୬୪ଲକ୍ଷ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ସହାୟତା ପ୍ରଦାନ କରାଯାଇଛି। ସାରା ଦେଶକୁ ପିଡିଏସ ଚାଉଳ ଯୋଗାଣରେ ତୃତୀୟ ବୃହତ୍ ଯୋଗଦାନକାରୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ ୧.୪୫ ଲକ୍ଷ କୃଷି ଋଣ ଦିଆଯାଇଛି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯାଇଛି ।

ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବ। କୃଷକଙ୍କ ଆୟ ଦ୍ଵିଗୁଣିତ କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଦୃତ ଗତିରେ ଚାଷୀଙ୍କ ଆୟରେ ବୃଦ୍ଧି ହେଉଛି । ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଇସ୍ତାହାରରେ ଘୋଷଣା କରିଛି ବିଜେଡି । ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ମଣ୍ଡି ଖୋଲିବା ଓ ପୁରୁଣା ମଣ୍ଡିର ଆଧୁନିକୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା ।

ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଅବହେଳା କରିଛନ୍ତି। କିନ୍ତୁ ରାଜ୍ୟ ସରକାର ପ୍ରିମିୟମ ଛାଡ କରିଛନ୍ତି । ଆଗକୁ ବି ଏହା ଜାରି ରହିବ। ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। MSP ୨୯୩୦ ଟଙ୍କା କରିବାକୁ ୨୦୧୭ରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ବି ଦିଲ୍ଲୀରେ ସ୍ୱର ଉଠାଇଥିଲେ। ବିଜେଡି ସାଂସଦ ବି ସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଥିଲେ ବି କେନ୍ଦ୍ର ସରକାର ଶୁଣି ନାହାଁନ୍ତି । ବିଜେପି ତାର ଜାତୀୟ ଇସ୍ତାହାରରେ MSP ବାବଦରେ ପଦୁଟିଏ ବି କହି ନାହାଁନ୍ତି। କିନ୍ତୁ ମିଛ ବିଜେପିର ନିର୍ବାଚନୀ ଇସ୍ତାହାର ହେଉଛି ଏକ ଫମ୍ପା ଆବାଜ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର