ମନୋରଞ୍ଜନ
ଓଡ଼ିଶା
ଭୁବନେଶ୍ବରରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ବିମାନ ‘ଡାକୋଟା’
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା । ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣିଛି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ […]
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା ।
ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍ ମାରିଛି କହିଲା ବିଜେଡି
ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣିଛି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।






