ଭଦ୍ରକ ପ୍ରଦେଶ ସେବା ସଂଗଠନ ପକ୍ଷରୁ ସ୍ଵାଧୀନତା ଦିବସରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରା

The Sakala Picture
Published On

ଭଦ୍ରକ: ସ୍ଵାଧୀନତା ଦିବସରେ ଅବସରରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗାନ୍ଧୀଛକରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ପଦଯାତ୍ରା ସହିତ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । କୋଭିଡ ଗାଇଡ଼ଲାଇନ ପାଳନ କରି ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଇ ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୀରହାଟ ଥାନା ଆଇଆଇସି ଗୟାଧର ବେହେରାଙ୍କ ନିର୍ଦ୍ଧେଶରେ […]

ଭଦ୍ରକ: ସ୍ଵାଧୀନତା ଦିବସରେ ଅବସରରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗାନ୍ଧୀଛକରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ପଦଯାତ୍ରା ସହିତ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । କୋଭିଡ ଗାଇଡ଼ଲାଇନ ପାଳନ କରି ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଇ ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୀରହାଟ ଥାନା ଆଇଆଇସି ଗୟାଧର ବେହେରାଙ୍କ ନିର୍ଦ୍ଧେଶରେ ଚାରିଜଣ ପୋଲିସ କର୍ମଚାରୀ ପଦଯାତ୍ରାରେ ସାମିଲ ହେବା ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯିବା ରାସ୍ତାରେ ପ୍ରତେକ ଛକ ବଜାରରେ ନିକଟସ୍ଥ ଗ୍ରାମର ମହିଳାମାନେ ଶଙ୍ଖ ହୁଳହୁଳି ମାରିବା ସହିତ ତ୍ରିରଙ୍ଗକୁ ପ୍ରଣାମ କରିଥିଲେ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଏଠାରେ ସୂଚନାଯୋଗ୍ୟ, ଚାରିବାଟିଆ ଭଦ୍ରକ ଜିଲ୍ଲାର ଏକ ଐତିହାସିକ ସ୍ଥାନ । ୧୯୨୭ମସିହା ଡିସେମ୍ବର ୧୭ତାରିଖ ଦିନ ମହାତ୍ମା ଗାନ୍ଧୀ ଅସୁସ୍ଥ ଥାଇବି ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ମୋଟର କାର ପଛ ସିଟରେ ଶୋଇ ବାଲେଶ୍ଵର ସର୍କିଟ ହାଉସରୁ ବାହାରି ତିହିଡ଼ି ବ୍ଲକ ପିରହାଟ ଠାରେ ପହଁଚିଥିଲେ। ପିରହାଟ ଠାରୁ ମାଟି ରାସ୍ତାରେ ପାଦରେ ଚାଲି ଚାଲି ଅସୁସ୍ଥ ଗାନ୍ଧିଜୀ ଚାରିବାଟିଆ ନଦୀ ପାଖରେ ପହଁଚିଥିଲେ । ତାଙ୍କର ଏହି ସ୍ମୃତିକୁ ସବୁଦିନ ମନେରଖିବା ପାଇଁ ଐତିହାସିକ ଦାଣ୍ଡି ଯାତ୍ରାର ହୀରକ ଜୟନ୍ତୀ ଅବସରରେ ୨୦୦୫ ମସିହାରେ ତତ୍କାଳୀନ ଚାନ୍ଦବାଲି ବିଧାୟକ ନେତ୍ରାନନ୍ଦ ମଲ୍ଲୀକଙ୍କ କରକମଳରେ ଚାରିବାଟିଆ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଆଜି ପିରହାଟର ଅଗ୍ରଣୀ ସେବା ଅନୁଷ୍ଠାନ ପ୍ରଦେଶ ସେବା ସଂଗଠନ ତରଫରୁ ୭୫ତମ ସ୍ୱାଧୀନତା ଦିବସରେ ଗାନ୍ଧୀଙ୍କ ପଦଯାତ୍ରାକୁ ମନେ ପକାଇ ପିରହାଟରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ସଂଗଠନ ର କର୍ମୀମାନେ ପଦଯାତ୍ରା କରିଥିଲେ । ସାଧାରଣ ଲୋକେ ସ୍ରୋତପୂତ ଭାବେ ଏହି ପଦଯାତ୍ରାରେ ନିଜକୁ ସାମିଲ କରୁଥିବାର ଦେଖିବାକୁ ମିଳିଛି ସେମାନଙ୍କ କହିବା କଥା ଗାନ୍ଧୀ ଚାଲିଥିଲେ ଆମେ ଚାଲିବୁ। “ରଘୁପତି ରାଘବ ରାଜା ରାମ, ପତିତ ପାବନ ସୀତା ରାମ” ଧ୍ବନୀରେ ପିରହାଟ ଚାରିବାଟିଆ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସମସ୍ତେ ଗାନ୍ଧୀ ଭଜନ ଗାଇବା ସହିତ ଦୀର୍ଘ ୮ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଚାରିବାଟିଆ ଗାନ୍ଧୀ ପୀଠରେ ପହଁଚିଥିଲେ, ସେଠାରେ ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରଦେଶ ସେବା ସଂଗଠନ ର ସମସ୍ତ ସଦସ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

15 Aug 2021 By The Sakala

ଭଦ୍ରକ ପ୍ରଦେଶ ସେବା ସଂଗଠନ ପକ୍ଷରୁ ସ୍ଵାଧୀନତା ଦିବସରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରା

ଭଦ୍ରକ: ସ୍ଵାଧୀନତା ଦିବସରେ ଅବସରରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗାନ୍ଧୀଛକରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ପଦଯାତ୍ରା ସହିତ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । କୋଭିଡ ଗାଇଡ଼ଲାଇନ ପାଳନ କରି ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଇ ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୀରହାଟ ଥାନା ଆଇଆଇସି ଗୟାଧର ବେହେରାଙ୍କ ନିର୍ଦ୍ଧେଶରେ ଚାରିଜଣ ପୋଲିସ କର୍ମଚାରୀ ପଦଯାତ୍ରାରେ ସାମିଲ ହେବା ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯିବା ରାସ୍ତାରେ ପ୍ରତେକ ଛକ ବଜାରରେ ନିକଟସ୍ଥ ଗ୍ରାମର ମହିଳାମାନେ ଶଙ୍ଖ ହୁଳହୁଳି ମାରିବା ସହିତ ତ୍ରିରଙ୍ଗକୁ ପ୍ରଣାମ କରିଥିଲେ।

ଏଠାରେ ସୂଚନାଯୋଗ୍ୟ, ଚାରିବାଟିଆ ଭଦ୍ରକ ଜିଲ୍ଲାର ଏକ ଐତିହାସିକ ସ୍ଥାନ । ୧୯୨୭ମସିହା ଡିସେମ୍ବର ୧୭ତାରିଖ ଦିନ ମହାତ୍ମା ଗାନ୍ଧୀ ଅସୁସ୍ଥ ଥାଇବି ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ମୋଟର କାର ପଛ ସିଟରେ ଶୋଇ ବାଲେଶ୍ଵର ସର୍କିଟ ହାଉସରୁ ବାହାରି ତିହିଡ଼ି ବ୍ଲକ ପିରହାଟ ଠାରେ ପହଁଚିଥିଲେ। ପିରହାଟ ଠାରୁ ମାଟି ରାସ୍ତାରେ ପାଦରେ ଚାଲି ଚାଲି ଅସୁସ୍ଥ ଗାନ୍ଧିଜୀ ଚାରିବାଟିଆ ନଦୀ ପାଖରେ ପହଁଚିଥିଲେ । ତାଙ୍କର ଏହି ସ୍ମୃତିକୁ ସବୁଦିନ ମନେରଖିବା ପାଇଁ ଐତିହାସିକ ଦାଣ୍ଡି ଯାତ୍ରାର ହୀରକ ଜୟନ୍ତୀ ଅବସରରେ ୨୦୦୫ ମସିହାରେ ତତ୍କାଳୀନ ଚାନ୍ଦବାଲି ବିଧାୟକ ନେତ୍ରାନନ୍ଦ ମଲ୍ଲୀକଙ୍କ କରକମଳରେ ଚାରିବାଟିଆ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।

ଆଜି ପିରହାଟର ଅଗ୍ରଣୀ ସେବା ଅନୁଷ୍ଠାନ ପ୍ରଦେଶ ସେବା ସଂଗଠନ ତରଫରୁ ୭୫ତମ ସ୍ୱାଧୀନତା ଦିବସରେ ଗାନ୍ଧୀଙ୍କ ପଦଯାତ୍ରାକୁ ମନେ ପକାଇ ପିରହାଟରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ସଂଗଠନ ର କର୍ମୀମାନେ ପଦଯାତ୍ରା କରିଥିଲେ । ସାଧାରଣ ଲୋକେ ସ୍ରୋତପୂତ ଭାବେ ଏହି ପଦଯାତ୍ରାରେ ନିଜକୁ ସାମିଲ କରୁଥିବାର ଦେଖିବାକୁ ମିଳିଛି ସେମାନଙ୍କ କହିବା କଥା ଗାନ୍ଧୀ ଚାଲିଥିଲେ ଆମେ ଚାଲିବୁ। “ରଘୁପତି ରାଘବ ରାଜା ରାମ, ପତିତ ପାବନ ସୀତା ରାମ” ଧ୍ବନୀରେ ପିରହାଟ ଚାରିବାଟିଆ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସମସ୍ତେ ଗାନ୍ଧୀ ଭଜନ ଗାଇବା ସହିତ ଦୀର୍ଘ ୮ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଚାରିବାଟିଆ ଗାନ୍ଧୀ ପୀଠରେ ପହଁଚିଥିଲେ, ସେଠାରେ ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରଦେଶ ସେବା ସଂଗଠନ ର ସମସ୍ତ ସଦସ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର