ଶୋଇଥିବା ଅବସ୍ଥାରେ ଅସ୍ଥାୟୀ ଘର ଉପରେ ଚଢ଼ିଗଲା ଡମ୍ଫର: ଜଣେ ଶ୍ରମିକ ମୃତ, ୨ ଗୁରୁତର

The Sakala Picture
Published On

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଅସ୍ଥାୟୀ ଘରେ ଶୋଇଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଚଢ଼ିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୫ରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି […]

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଅସ୍ଥାୟୀ ଘରେ ଶୋଇଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଚଢ଼ିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୫ରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟର ମହମ୍ମଦ ଅଲଫାଜ ଅନସାରୀ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସୂଚନା ଅନୁଯାୟୀ, ରାଜପଥ ସମ୍ପ୍ରସାରଣ କାର୍ଯ୍ଯରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ଏହି ଘରେ ୧୦ରୁ ଉର୍ଦ୍ଧ୍ୱ ଶ୍ରମିକ ରହୁଥିବା ବେଳେ ଏକ ଡମ୍ଫର ଭାରସାମ୍ୟ ହରାଇ ଘର ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ କେତେକ ଶ୍ରମିକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଡମ୍ଫର ଗାଡିର ଡ୍ରାଇଭରକୁ ଅଟକ ରଖିଛି ପୁଲିସ। ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

13 Sep 2022 By The Sakala

ଶୋଇଥିବା ଅବସ୍ଥାରେ ଅସ୍ଥାୟୀ ଘର ଉପରେ ଚଢ଼ିଗଲା ଡମ୍ଫର: ଜଣେ ଶ୍ରମିକ ମୃତ, ୨ ଗୁରୁତର

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଅସ୍ଥାୟୀ ଘରେ ଶୋଇଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଚଢ଼ିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୫ରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟର ମହମ୍ମଦ ଅଲଫାଜ ଅନସାରୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜପଥ ସମ୍ପ୍ରସାରଣ କାର୍ଯ୍ଯରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ଏହି ଘରେ ୧୦ରୁ ଉର୍ଦ୍ଧ୍ୱ ଶ୍ରମିକ ରହୁଥିବା ବେଳେ ଏକ ଡମ୍ଫର ଭାରସାମ୍ୟ ହରାଇ ଘର ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ କେତେକ ଶ୍ରମିକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଡମ୍ଫର ଗାଡିର ଡ୍ରାଇଭରକୁ ଅଟକ ରଖିଛି ପୁଲିସ। ।

https://www.thesakala.in/latest-odisha-news/bhadrak/dumper-hit-temporary-house-while-sleeping-workers-1-worker-dead-2-critical/article-14921
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର