ବିଜେପି କର୍ମୀଙ୍କ ଦାଦାଗିରି : ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

The Sakala Picture
Published On

ଭଦ୍ରକ : ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି କର୍ମୀଙ୍କ ଦାଦାଗିରି ବଢିବାରେ ଲାଗିଛି। ବିଜେପିରେ ମିଶବାକୁ ଧମକ ଦେବା ସହ ଅରାଜି ହେଲେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଖବର ଆସୁଥିବା ବେଳେ  ଆଜି  ଆରଡି ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଜଣେ ସେବାୟତ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ରକ୍ତମୁଖା ହୋଇ […]

ଭଦ୍ରକ : ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି କର୍ମୀଙ୍କ ଦାଦାଗିରି ବଢିବାରେ ଲାଗିଛି। ବିଜେପିରେ ମିଶବାକୁ ଧମକ ଦେବା ସହ ଅରାଜି ହେଲେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଖବର ଆସୁଥିବା ବେଳେ  ଆଜି  ଆରଡି ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଜଣେ ସେବାୟତ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପିଦଳର କିଛି ଲୋକ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବିଜେପି ହେବୁ ବିଜେପି କଥା କହିବୁ ନହେଲେ ତୋତେ ବାଡେଇକି ଏଠି ଜୀବନରୁ ମାରିଦେବୁ, ଏହାକହିବା ସହ ସେବାୟତ ବାବାଜି ପାଢୀଙ୍କୁ ୪\୬ଜଣ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ବାବାଜି। ପରେ ବାବାଜି ଆରଡିଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।

12 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର