ଭଦ୍ରକରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳ ଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବୀ ରଖିଲେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ

The Sakala Picture
Published On

ଭଦ୍ରକ: ଦକ୍ଷିଣ ପୂର୍ବ ରେଳବାଇର ଭଦ୍ରକ ଠାରେ ନୂତନ ରେଳବାଇ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସଂସଦ ଭବନରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରେ ଲିଖିତ ପତ୍ର ମାଧ୍ୟମରେ ଦୃଢ଼ ଦାବି ରଖିଲେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ । ଭଦ୍ରକ ରେଳ ଷ୍ଟେସନ ହେଉଛି ସ୍ୱାଧୀନତା ପୂର୍ବରୁ ୧୯୦୩ ମସିହାରୁ ପୁରାତନ ରେଳ ଷ୍ଟେସନ । ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ୨୫ ତାରିଖରେ ରେଳ ଯୋଗେ […]

ଭଦ୍ରକ: ଦକ୍ଷିଣ ପୂର୍ବ ରେଳବାଇର ଭଦ୍ରକ ଠାରେ ନୂତନ ରେଳବାଇ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସଂସଦ ଭବନରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରେ ଲିଖିତ ପତ୍ର ମାଧ୍ୟମରେ ଦୃଢ଼ ଦାବି ରଖିଲେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭଦ୍ରକ ରେଳ ଷ୍ଟେସନ ହେଉଛି ସ୍ୱାଧୀନତା ପୂର୍ବରୁ ୧୯୦୩ ମସିହାରୁ ପୁରାତନ ରେଳ ଷ୍ଟେସନ । ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ୨୫ ତାରିଖରେ ରେଳ ଯୋଗେ ଏହି ଷ୍ଟେସନରେ ଓହ୍ଲାଇ ଭଦ୍ରକର ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ଏବଂ ପରବର୍ତୀ ସମୟରେ ମଧ୍ୟ ଦୁଇ ଥର ରେଳ ଯୋଗେ ଭଦ୍ରକ ଆସି ରେଳ ଷ୍ଟେସନରେ ଓହ୍ଲାଇ ଥିଲେ । ଯାହାର ଗାନ୍ଧିଙ୍କ ଭଦ୍ରକ ଆଗମନର ଶତ ବାର୍ଷିକୀ ଚଳିତ ବର୍ଷ ମାର୍ଚ୍ଚ ୨୫ ରେ ଭଦ୍ରକଠାରେ ପାଳନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ନୂତନ ଜିଲ୍ଲା ସୃଷ୍ଟି ହେବା ପରେ ଭଦ୍ରକ ହେଉଛି ଭାରତୀୟ ରେଳବାଇର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରକୃଷ୍ଟ ସ୍ଥାନ । ଆଜି ଦିନରେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରେଲ ଡିଭିଜନର ଅଧୀନରେ ଭଦ୍ରକ ରେଳ ଷ୍ଟେସନ ପରିଚାଳିତ, ଯାହା ବହୁ ସମୟରେ ପ୍ରଶାସନିକ ଏବଂ ଆର୍ଥିକ କ୍ଷେତ୍ରରେ ରେଳବାଇର ଅନେକ କ୍ଷତି ଘଟୁଛି । ଅତୀତରେ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ସମୟରେ ଭଦ୍ରକ ରେଳ ଷ୍ଟେସନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା , ଯାହା ଏକ ଜଂକ୍ସନ ଭାବରେ ପରିଗଣିତ ହୋଇ ରେଲ କୋଇଲା ଇଂଜିନର ଏକ ଲୋକୋମୋଟିଭ କାରଖାନା ମଧ୍ୟ ଥିଲା । ପ୍ରାୟ ୨୦୦ ଏକର ପରିମିତ ଜମି ମଧ୍ୟରେ ଭଦ୍ରକ ରେଳ ଷ୍ଟେସନ ଅବସ୍ଥିତ । ବର୍ତ୍ତମାନ ଭଦ୍ରକ ରେଳ ଷ୍ଟେସନ ୪ଟି ଜିଲ୍ଲା ଯଥା ଯାଜପୁର, କେନ୍ଦ୍ରାପଡା, କେଉଁଝର ଓ ବାଲେଶ୍ବରର ପେଣ୍ଠସ୍ଥଳି । ଆଦାନୀ ବନ୍ଦର ଧାମରା, କଳିଙ୍ଗ ନଗର ଶିଳ୍ପାଞ୍ଚଳ, ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସ ଟାଇଲ ପାର୍କ, ଏବଂ ଧାମରା ଠାରେ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ପୂର୍ବ ଭାରତର ଏଲ ଏଏନ ଜି ଟର୍ମିନାଲ ଯାହା ଭଦ୍ରକ ରେଳ ଷ୍ଟେସନକୁ ରେଳବାଇ କ୍ଷେତ୍ରରେ ସଂଯୋଗୀକରଣ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଛି । ରେଳବାଇର ରାଜସ୍ବ ଆୟ କ୍ଷେତ୍ରରେ ଖୋର୍ଦ୍ଧା ଡିଭିଜନ ଅଧୀନରେ ଦ୍ୱିତୀୟ ସ୍ଥାନରେ ଅଛି । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ଓକିଲ ସଂଘ, ବ୍ୟବସାୟୀ ସଙ୍ଘ ଓ ଜନସାଧାରଣ ଦୃଢ଼ ଭାବରେ ଭଦ୍ରକ ଠାରେ ନୂତନ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବୀ ରଖି ଆସୁଛନ୍ତି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଏଣୁ ଭଦ୍ରକ ହେଉଛି ପୂର୍ବତଟ ରେଳବାଇ ଜୋନର ଦ୍ୱିତୀୟ ରେଳବାଇ ଡିଭିଜନର କାର୍ଯ୍ୟାଳୟ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ମାନନୀୟା ସାଂସଦ ମନ୍ତ୍ରୀ ମହୋଦୟଙ୍କୁ ବୁଝାଇଥିଲେ । ଏଥି ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନରେ ଉନ୍ନତି ଯଥା- ସବିରା, ବାହାନାଗା, ସୋର, ମାର୍କୋଣା, ରାଣୀତାଲ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼ ଓ ଭଦ୍ରକ ରେଳ ଷ୍ଟେସନର ରେଲ ଓଭର ବ୍ରିଜ ନିର୍ମାଣ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଧାମରାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଆଲୋଚନା କରିଥିଲେ ଏବଂ ଓଡ଼ିଶାରୁ ପୁରୀ- ସିରିଡି- ସାଇନଗର ସପ୍ତାହିକ ଯାତ୍ରୀବାହୀ ରେଳକୁ ସପ୍ତାହକୁ ତିନିଦିନ ଚାଲିବା ପାଇଁ ଲିଖିତ ଭାବେ ପ୍ରସ୍ତାବ ଦେଇ ଆଲୋଚନା କରିଥିଲେ ଏବଂ ତଦ୍ସହିତ ବାଉଦପୁର ରେଳ ଷ୍ଟେସନ ରାନ୍ଦୀଆରେ ଅବସ୍ଥିତ ଥିବାରୁ ତାହାକୁ ରାନ୍ଦୀଆ-ବାଉଦପୁର ରେଳ ଷ୍ଟେସନ ନାମକରଣ ପାଇଁ ଜିଲ୍ଲା ପ୍ରଶାସନ ସୁପାରିଶ ଅନୁସାରେ କେନ୍ଦ୍ରମନ୍ତ୍ରୀ ମହୋଦୟଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ।

ଉକ୍ତ ପ୍ରସ୍ତାବ ଗୁଡିକରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାଂସଦ ଙ୍କ ସାକ୍ଷାତ ଆଲୋଚନା ବେଳେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର