ସମ୍ଭାବ୍ୟ ବର୍ଷା ବିପତ୍ତିର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ, ୨୦ତାରିଖ ଯାଏ ଜିଲ୍ଳାର ସମସ୍ତ ସ୍କୁଲ ଛୁଟି

The Sakala Picture
Published On

ଭଦ୍ରକ: ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ପ୍ରଭାବରେ ଆଜି ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇ ଯାଇଛି ବର୍ଷା । ଭଦ୍ରକ ଜିଲ୍ଲା ସମେତ ଆଜି ଓ କାଲି ୨ ଦିନ ଧରି ପ୍ରବଳ ବର୍ଷା ହେବ ପ୍ରବଳରୁ ଅତି ପ୍ରବଳ ବର୍ଷି ।ଏଥି ଭଦ୍ରକ ସମେତ ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝୀ ଜିଲ୍ଳାକୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । କେବଳ ବର୍ଷା ନୁହେଁ ୫୦ରୁ ୫୫କିମି ବେଗରେ ପବନ ବୋହିବା […]

ଭଦ୍ରକ: ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ପ୍ରଭାବରେ ଆଜି ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇ ଯାଇଛି ବର୍ଷା । ଭଦ୍ରକ ଜିଲ୍ଲା ସମେତ ଆଜି ଓ କାଲି ୨ ଦିନ ଧରି ପ୍ରବଳ ବର୍ଷା ହେବ ପ୍ରବଳରୁ ଅତି ପ୍ରବଳ ବର୍ଷି ।ଏଥି ଭଦ୍ରକ ସମେତ ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝୀ ଜିଲ୍ଳାକୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । କେବଳ ବର୍ଷା ନୁହେଁ ୫୦ରୁ ୫୫କିମି ବେଗରେ ପବନ ବୋହିବା ସହ ୭୦କିମି ବେଗରେ ଝଟକା ଦେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଆଭାସୀ ଜରିଆରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ଆଜି ରାତି(ଶୁକ୍ରବାର)୧୧ଟା ପରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଶୂନ୍‌ ମୃତ୍ୟୁକୁ ଆଖି ଆଗରେ ରଖି ଉଦ୍ଧାର ଓ ଲୋକ ସ୍ଥାନାନ୍ତର କାର୍ଯ୍ୟ ନେଇ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଆସନ୍ତା କାଲି ଜିଲ୍ଲାର ସମସ୍ତ ସ୍କୁଲ ପିଲାଙ୍କ ପାଇଁ ବନ୍ଦ ରହିବ । ସମସ୍ତ ଶିକ୍ଷକ, ପାଚିକାମାନେ ଉପସ୍ଥିତ ରହିବେ । ପ୍ରାୟ ୧୦୦ମି.ମି ବର୍ଷା ହେବା ଆକଳନ କରାଯାଇ ଥିବାରୁ ସାଳନ୍ଦୀ ନଦୀର ଅବାହିକାରେ ଥିବା ତଳି ଅଞ୍ଚଳ ପାଇଁ ବିଶେଷ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି । ଭଦ୍ରକ ବ୍ଲକ, ଭଦ୍ରକ ପୌରାଞ୍ଚଳ ଓ ବିଶେଷ କରି ତିହିଡ଼ି ବ୍ଲକ୍‌ ର ପ୍ରାୟ ୧୧ଟି ପଞ୍ଚାୟତ ର ୩୧ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ଅଛି । ସେହିପରି କେଉଁଝର ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ବୈତରଣୀରେ ମଧ୍ୟ ବନ୍ୟ।। ଆସିବାର ଆଶଙ୍କା ଥିବାରୁ ଭଣ୍ଡାରିପୋଖରୀ, ଧାମନଗର ବ୍ଲକର ତଳିଆ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବର୍ଷା ହେବା ପୂର୍ବରୁ ବସ୍ତି, ତଳିଆ ଅଞ୍ଚଳ, କଚ୍ଚା ଘର, ମାଛ ପୋଖରୀ ଜଗୁଥିବା କୁଡ଼ିଆ ଘର ମାନଙ୍କରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ବି.ଡ଼ି.ଓ.ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆଶ୍ରୟସ୍ଥଳୀ ମାନଙ୍କରେ ଲୋକଙ୍କ ରହଣି ପାଇଁ ଆଲୋକ, ଶୌଚାଳୟ, ଶୁଖିଲା ଓ ରନ୍ଧାଖାଦ୍ୟ, ପୁରୁଷ ଓ ସ୍ତ୍ରୀ ଙ୍କ ପାଇଁ ପୃଥକ ରହିବା ବ୍ୟବସ୍ଥା, ରୋଗୀ, ଗର୍ଭବତୀ , ଶିଶୁ , ବୟସାଧିକ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ସମ୍ବନ୍ଧରେ ସଠିକ୍‌ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଏ ସବୁ କାର୍ଯ୍ୟ ପରିଚାଳନାରେ ଜନପ୍ରତିନିଧି ମାନଙ୍କୁ ସାମିଲ କରି ସେମାନଙ୍କ ସହଯୋଗ ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ପ୍ରତିକେନ୍ଦ୍ରରେ ଜଳ ଯୋଗାଣରେ ଯେମିତି ଅସୁବିଧା ନହୁଏ ସେଥିପ୍ରତି ସଂପୃକ୍ତ ବିଭାଗକୁ ସଜାଗ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତି କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହିତ ଓଆରଏସ୍‌, ଔଷଧ ଆଦି ଆନୁସଂଙ୍ଗିକ ଜିନିଷ ମହଜୁଦ୍‌ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରନ୍ଧାଖାଦ୍ୟ ପାଇଁ ପ୍ରସ୍ତୁତ ରହି ଯଥେଷ୍ଟ ପରିମାଣ ଶୁଖିଲା ଖାଦ୍ୟ ମହଜୁଦ୍‌ ରଖାଯିବ। ଠିକ୍‌ ସମୟରେ ଲୋକଙ୍କୁ ଯେପରି ଖାଦ୍ୟ ଯୋଗାଇ ଦିଆଯିବ ସେଥିପାଇଁ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ସତର୍କ ରହିବେ  ଲୋକ ସ୍ଥାନାନ୍ତର ପାଇଁ ଅଧିକ ସଂଖ୍ୟାରେ ଗାଡ଼ି ଓ ଇନ୍ଧନ ପ୍ରସ୍ତୁତ ରଖାଯିବ। ସ୍ଥାନାନ୍ତର କିମ୍ବା ଅନ୍ୟ କୌଣସି ଜରୁରୀ ସୂଚନା ପ୍ରଦାନ ପାଇଁ ଡ଼ାକବାଜି ଯନ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ ରଖାଯିବ । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ଜଳ ଜମି ରହିବା ଜାଗା ସବୁ ଚିହ୍ନଟ କରି ନିଷ୍କାସନ ପାଇଁ ଜେସିପି ଓ ପମ୍ପ୍‌ ଆଦି ମଧ୍ୟ ଅଧିକ ସଂଖ୍ୟାରେ ପ୍ରସ୍ତୁତ ରଖାଯିବ । ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସଜାଗ ଥିବା ବେଳେ ଏନ୍‌.ଡ଼ି.ଆର୍‌.ଏଫ୍‌ ର ୨ଟି ଦଳ ଓ ଓଡ଼୍ରାଫ୍‌ର ୨ଟି ଦଳ , ଅଗ୍ନିଶମ ବାହିନୀର ୮ଟି ଦଳ, ଆଉ କିଛି ସମୟପରେ ଭଦ୍ରକରେ ପହଞ୍ôଚବା ନେଇ ସୂଚନା ହସ୍ତଗତ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି କିମ୍ବା ନିମଜ୍ଜିିତ ପୋଲ ଉପରେ ଲୋକ ଯାଆସ ନିଷେଧ ପାଇଁ ପୋଲିସ୍‌ ବିଭାଗର କର୍ମଚାରୀମାନଙ୍କୁ ନିୟୋଜିତ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଗୃହପାଳିତ ପଶୁ କୁକୁଡ଼ା ଆଦି ସ୍ଥାନାନ୍ତର ଆବଶ୍ୟକ ଥିଲେ ଯଥେଷ୍ଟ ପୂର୍ବରୁ ସେ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ସିଡ଼ିଭିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଆଶ୍ରୟ ସ୍ଥଳ, ସ୍କୁଲ ଲୋକ ସ୍ଥାନାନ୍ତର ପାଇଁ ଖୋଲା ରହିବ । ଆଶା, ଅଙ୍ଗନବାଡ଼ି କର୍ମୀ ଆଦିଙ୍କ ସହ ଯେ କୌଣସି ବିଭାଗୀୟ କର୍ମଚାରୀ ଅଧିକାରୀଙ୍କୁ ଏସବୁ କାର୍ଯ୍ୟରେ ବି.ଡ଼ି.ଓ. ମାନେ ନିୟୋଜିତ କରି ପାରିବା ନେଇ ଜିଲ୍ଲ।।ପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଜନ ସାଧାରଣ ମଧ୍ୟ ବନ୍ୟାଜଳ, ନଦୀଜଳ, ରାସ୍ତାରେ ପ୍ରବାହିତ ଜଳସ୍ରୋତ, ଜଳ ସ୍ରୋତରେ ବୁଡ଼ି ରହିଥିବା ପୋଲ ଆଦି ମାନଙ୍କରେ ଗତାଗତ ନକରିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯିବା ସହିତ ଜନ ସଚେତନତା ପାଇଁ ଜନ ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ ତରଫରୁ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଆଜି ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କମୁାର ମହାନ୍ତି, ରାମଦାସ ଟୁଡ଼ୁ, ଆଜି ନୂତନ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଥିବା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ ଓ ପୂର୍ବତନ ଅଧିକାରୀ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର