ପରିବହନ ବିଭାଗର ଅଜବ କାରନାମା: ନା ଅଛି ବାଇକ୍ ନା ଯାଇଛନ୍ତି ନୟାଗଡ଼, କଟିଲା ୫ ହଜାର ଟଙ୍କାର ଚାଲାଣ
ଭଦ୍ରକ: ଚାରି ଚକିଆ ଗାଡି ନାଁରେ ମାଲିକଙ୍କୁ ଦୁଇ ଚକିଆର ଫାଇନ । ଆଉ ସିଏ ବି ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ରାଜ୍ୟ ପରିବହନ ବିଭାଗର ଏପରି ଏକ ଚରମ ଅବହେଳା ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲାରେ ଜଣେ କାର୍ ମାଲିକଙ୍କୁ ଏକ ବାଇକ୍ ଚଳାଇବା ସମୟରେ ମୋବାଇଲ୍ ଫୋନରେ କଥା ହେବା ଅଭିଯୋଗରେ ୫,୦୦୦ ଟଙ୍କାର ଟ୍ରାଫିକ୍ ଚାଲାଣ କଟାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଉକ୍ତ ବ୍ୟକ୍ତି ଜଣକ ଉଲ୍ଲେଖ କରାଯାଇଥିବା ବାଇକ୍ର ମାଲିକ ନୁହଁନ୍ତି କିମ୍ବା ସେ ନୟାଗଡ଼ ଯାଇନଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ଆରଡ଼ି ଛକ ଅଞ୍ଚଳର ବାସିନ୍ଦା କ୍ଷିତୀଶ ସାମନ୍ତ ବେହେରାଙ୍କ ନିକଟକୁ ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଏକ ଇ-ଚାଲାଣ ମେସେଜ୍ ଆସିଥିଲା। ଏହି ନୋଟିସ୍ରେ ତାଙ୍କୁ OD02 CA 1742 ନମ୍ବର ବିଶିଷ୍ଟ ଏକ ଦୁଇଚକିଆ ଯାନ ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗ କରାଯାଇଥିଲା ଏବଂ ୫,୦୦୦ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ଏହି ଘଟଣା ପରେ କ୍ଷିତୀଶ ବେହେରା ସ୍ପଷ୍ଟ କରିଛନ୍ତି ଯେ ତାଙ୍କର କେବଳ ଏକ କାର୍ ଅଛି ଏବଂ ଚାଲାଣରେ ଉଲ୍ଲେଖ ଥିବା ମୋଟରସାଇକେଲ୍ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ସମୟରେ ତାଙ୍କ କାର୍ ଭଦ୍ରକରେ ପାର୍କିଂ ହୋଇଥିଲା, ଯାହା ସିସିଟିଭି ଫୁଟେଜ୍ ମାଧ୍ୟମରେ ମଧ୍ୟ ପ୍ରମାଣିତ ହୋଇଛି। ଏହି ଜରିମାନା ନୋଟିସ୍ରେ ଏକ ଫଟୋ ରହିଛି ଯେଉଁଥିରେ ଜଣେ ଅଜଣା ଯୁବକ ବାଇକ୍ ଚଳାଇବା ବେଳେ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି।
ଏହି ଘଟଣାକୁ ନେଇ କ୍ଷିତୀଶ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ନୟାଗଡ଼ ଆରଟିଓ (RTO) କିପରି ବିନା ଯାଞ୍ଚରେ ଏଭଳି ଚାଲାଣ ଜାରି କଲେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପରିବହନ ବିଭାଗର ଏପରି ଘୋର ଅବହେଳାକୁ ନିନ୍ଦା କରିବା ସହିତ ଏହି ତ୍ରୁଟିପୂର୍ଣ୍ଣ ଫାଇନ୍କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।