ପୁଲିସ ଅଫିସରେ ବାସ୍ତୁ ଦୋଷ, ଭଙ୍ଗାଗଢ଼ାରେ ଖର୍ଚ୍ଚ ହେଲାଣି କୋଟିଏ

The Sakala Picture
Published On

ଭୁବନେଶ୍ବର : ବାସ୍ତୁ ଦୋଷ ପାଇଁ ଜୋନ୍‍-୫ ଏସିପି ଅଫିସ୍‍ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେଲାଣି। ଗୋଟିଏ ମହଲା ବିଶିଷ୍ଟ ଉକ୍ତ ଗୃହରେ ୨ଟି କୋଠରୀ ଏବଂ ଦୁଇଟି ବାଥ୍‍ରୁମ୍‍ ରହିଛି। ପ୍ରାୟ ୭ଶହ ବର୍ଗଫୁଟ କୋଠା ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବାକୁ ନେଇ ଅନେକ ଚକିତ ହୋଇଛନ୍ତି। ତତ୍କାଳୀନ ଏସିପି ରବି ଶତପଥୀଙ୍କ ସମୟରୁ ଏହି ଘର ନିର୍ମାଣ କରାଯାଇଥିଲା। ହେଲେ ଥାନା ପଛକୁ ଏହି ଘର ଥିବାରୁ ଏଥିରେ ବାସ୍ତୁଦୋଷ ରହିଥିବା […]

ଭୁବନେଶ୍ବର : ବାସ୍ତୁ ଦୋଷ ପାଇଁ ଜୋନ୍‍-୫ ଏସିପି ଅଫିସ୍‍ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେଲାଣି। ଗୋଟିଏ ମହଲା ବିଶିଷ୍ଟ ଉକ୍ତ ଗୃହରେ ୨ଟି କୋଠରୀ ଏବଂ ଦୁଇଟି ବାଥ୍‍ରୁମ୍‍ ରହିଛି। ପ୍ରାୟ ୭ଶହ ବର୍ଗଫୁଟ କୋଠା ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବାକୁ ନେଇ ଅନେକ ଚକିତ ହୋଇଛନ୍ତି। ତତ୍କାଳୀନ ଏସିପି ରବି ଶତପଥୀଙ୍କ ସମୟରୁ ଏହି ଘର ନିର୍ମାଣ କରାଯାଇଥିଲା। ହେଲେ ଥାନା ପଛକୁ ଏହି ଘର ଥିବାରୁ ଏଥିରେ ବାସ୍ତୁଦୋଷ ରହିଥିବା କୁହାଯାଇଥିଲା। ଫଳରେ ଅଫିସକୁ ସ୍ଥାନାନ୍ତର କରାଯାଇ ନ ଥିଲା। ହେଲେ ଏବେ ଏହାର ବାସ୍ତୁଦୋଷ କାଟିବା ପାଇଁ ପୁଣି ଭଙ୍ଗାଗଢ଼ା ଚାଲିଛି। ଥାନାର ପାଚେରି ଭଙ୍ଗାଯାଇ ପୂର୍ବ ପଟକୁ କରାଯାଇଛି। ଘରର ହୁଲିଆ ବଦଲାଇବା ପାଇଁ ଏବେ ପୁଣି ଲକ୍ଷାଧିକ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି। ତେଣୁ କମିସନରେଟ୍‍ ପୁଲିସ ଏବେ ସରକାରକା ମାଲ୍‍ ଦରିଆମେ ଡାଲ ନୀତିରେ ଚାଲିଛ।

ଆହୁରି ପଢ଼ନ୍ତୁ: ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ମୂଳଦୂଆ ପକାଇଲେ ମହମ୍ମଦ ମୋକିମ

ଦାମୀ ପୁଲିସ ବିଲ୍‍ଡିଂ ଏବେ ଭୂତକୋଠି

କୋଟି କୋଟି ଟଙ୍କା ଖର୍ଚ୍ଚ କରି କମିସନରେଟ ପୁଲିସରେ ଏକାଧିକ ଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ଅନେକ ସ୍ଥାନରେ ବାସ୍ତୁ ଦୋଷ ବାହାନାରେ ଭଙ୍ଗାଗଢ଼ା ଚାଲିଥିବା ବେଳେ ଆଉ କେଉଁଠି ଭୂତକୋଠି ପାଲଟିଛି।
ଏହିଭଳି ଅଲୋଡ଼ା ପାଲଟିଛି କ୍ୟାପିଟାଲ୍‍ ଥାନା ନିକଟରେ ଥିବା ପରୀପ୍ରଶ୍ନ କକ୍ଷ। ୨୦୧୮ ଏପ୍ରିଲ ୫ ତାରିଖରେ ଉକ୍ତ ଗୃହକୁ ତତ୍କାଳୀନ ପୁଲିସ କମିସନର୍‍ ୱାଇବି ଖୁରାନିଆ ଉଦ୍‍ଘାଟନ୍‍ କରିଥିଲେ। ଅଭିଯୁକ୍ତଙ୍କୁ ଜେରା ପାଇଁ କମିସନରେଟ ପୁଲିସ ଏହି ବ୍ୟବସ୍ଥା କରିଥିଲା। ଅନେକ ସମୟରେ ପୁଲିସ ମାଡ଼ ମାରି ବୟାନ ବଦଳାଉଥିବା ଅଭିଯୋଗ ଆସୁଥିଲା। କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ଅଭିଯୁକ୍ତକୁ ପଚରାଉଚରା ବେଳେ ତା’ର ଅଡିଓ ଏବଂ ଭିଡିଓ ରେକଡିଂ କରାଯାଇ ରଖାଯାଉଥିଲା। ଏହି ଘରେ ସିସିଟିଭି କ୍ୟାମେରା ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ଲଗାଯାଇଥିଲା। ଅଭିଯୁକ୍ତର ବୟାନ ରେକର୍ଡ ସମୟରେ ସିଧାସଳଖ ଏହାର ଦୃଶ୍ୟ ତାଙ୍କ ଓକିଲ ଦେଖିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ଏହି କାର୍ଯ୍ୟାଳୟ ଆରମ୍ଭ ହେବା ଦିନ ଠାରୁ ମାତ୍ର ୭ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଉକ୍ତ ସେଲରେ ଲାଗିଥିବା ଟେକ୍ନୋଲୋଜି ମଧ୍ୟ ଧୀରେ ଧୀରେ ଅଚଳ ହେବାରେ ଲାଗିଛି।

କର୍ତ୍ତୃପକ୍ଷଙ୍କ ନିକଟରେ ନାହିଁ ଖର୍ଚ୍ଚର ହିସାବ

ପୁଲିସକୁ ଡିଜିଟାଲାଇଜେସନ୍‍ କରିବା ପାଇଁ ଏହି ପରୀପ୍ରଶ୍ନ କକ୍ଷ ନିର୍ମାଣ କରାଯାଇଥିଲା। ଏହି ଘର ପାଇଁ ୯୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଏହାର ହିସାବ କମିସନରେଟ ପୁଲିସ ଏବଂ ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ(ଓପିଏଚ୍‍ଡବ୍ଲ୍ୟୁସି) ପାଖରେ ନାହିଁ। ଏନେଇ ଉଭୟଙ୍କୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା। କିନ୍ତୁ ଉଭୟଙ୍କ ଠାରୁ ଯାହା ଉତ୍ତର ମିଳିଥିଲା ତାହା ଆଶ୍ଚର୍ଯ୍ୟ କରିଦେବା ଭଳି। କାରଣ ଉକ୍ତ କକ୍ଷକୁ ଓପିଏଚ୍‍ଡବ୍ଲ୍ୟୁସି ନିର୍ମାଣ କରିଥିବା କମିଶନରେଟ୍‍ ପୁଲିସ ଉତ୍ତର ଦେଇଥିବା ବେଳେ, ଅନ୍ୟପଟରେ ଉକ୍ତ ଗୃହକୁ କମିସନରେଟ୍‍ ପୁଲିସ କରିଥିବା ଓପିଏଚ୍‍ଡବ୍ଲ୍ୟୁସି ଉତ୍ତର ଦେଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ମହିଳା ଶିଶୁ ଡେସ୍କ କୋଠରୀରେ ଅଭିଯୁକ୍ତ

ମହିଳା ଓ ଶିଶୁଙ୍କ ପାଇଁ କମିସନରେଟ୍‍ ପୁଲିସ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚକରି ପ୍ରତି ଥାନାରେ ମହିଳା ଶିଶୁ ଡେସ୍କ ଏବଂ ପ୍ରତୀକ୍ଷାଳୟ ଗୃହ ନିର୍ମାଣ କରାଗଲା। ଏହି ଗୃହରେ ବାଥରୁମ୍‍, ଆକ୍ୟୁଆଗାର୍ଡ ପାଣି, ଫ୍ୟାନ୍‍ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଥିଲା। କିନ୍ତୁ ଏହି ଗୃହ ଯେଉଁ ଉଦ୍ଦେଶ୍ୟରେ କରାଯାଇଥିଲା ତାହା ଏବେ କାମରେ ଆସୁନି। ଉକ୍ତ ଘରେ କେଉଁଠି ପୁଲିସ ଭୋଜି କରୁଛି ତ ଆଉ କେଉଁ ଥାନାରେ ଏହି ଘରେ ଅଭିଯୁକ୍ତକୁ ରଖାଯାଉଛି।

19 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର