ଶୋଷଣର ମାଧ୍ୟମ ପାଲଟିଛି ପ୍ରଧାନମନ୍ତ୍ରୀ ଫସଲ ବୀମା : ପଶ୍ଚିମ ଓଡ଼ିଶାର ଚାଷୀ ଏବେ ବି ପାଇ ନାହାନ୍ତି ୫୦୦ କୋଟି ବୀମା ରାଶି

The Sakala Picture
Published On

ବରଗଡ଼: କେନ୍ଦ୍ରର ବୀମା ପ୍ରତାରଣାରେ ରାଜ୍ୟର ଚାଷୀ ହନ୍ତସନ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ଚାଷୀଙ୍କଠାରୁ ବୀମା କମ୍ପାନଗୁଡ଼ିକ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ବୀମାରାଶି ପ୍ରଦାନରେ ଯେପରି ଟାଳଟୁଳ କରୁଛନ୍ତି ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦେଇଛି ପ୍ରଚଣ୍ଡ ପାହାର। ଏଥିରୁ ମୁକୁଳିବା ଓ ଅଣ୍ଟାସଳଖି ଠିଆ ହେବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏ ସମ୍ପର୍କରେ ବିଭିନ୍ନ କୃଷକ ସଙ୍ଗଠନ, ରାଜ୍ୟ ସରକାର, ଶାସକ ବିଜେଡି ବାରମ୍ବାର ଅଭିଯୋଗ ସତ୍ତ୍ବେ କେନ୍ଦ୍ର […]

ବରଗଡ଼: କେନ୍ଦ୍ରର ବୀମା ପ୍ରତାରଣାରେ ରାଜ୍ୟର ଚାଷୀ ହନ୍ତସନ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ଚାଷୀଙ୍କଠାରୁ ବୀମା କମ୍ପାନଗୁଡ଼ିକ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ବୀମାରାଶି ପ୍ରଦାନରେ ଯେପରି ଟାଳଟୁଳ କରୁଛନ୍ତି ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦେଇଛି ପ୍ରଚଣ୍ଡ ପାହାର। ଏଥିରୁ ମୁକୁଳିବା ଓ ଅଣ୍ଟାସଳଖି ଠିଆ ହେବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏ ସମ୍ପର୍କରେ ବିଭିନ୍ନ କୃଷକ ସଙ୍ଗଠନ, ରାଜ୍ୟ ସରକାର, ଶାସକ ବିଜେଡି ବାରମ୍ବାର ଅଭିଯୋଗ ସତ୍ତ୍ବେ କେନ୍ଦ୍ର ଏହାପ୍ରତି ଆଖିବୁଜି ଦେଇଛି। ଯାହାକୁ ନେଇ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।ଫଳରେ ଏହି ଯୋଜନାର ଲାଭ କୃଷକମାନଙ୍କ ପାଇଁ କମ୍‍ ଏବଂ ଘରୋଇ ବୀମା କମ୍ପାନୀଗୁଡ଼ିକ ପାଇଁ ଅଧିକ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। କର୍ପୋରେଟ ସଂସ୍ଥା ଓ ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ଯେପରି ଆଗ୍ରହ ପ୍ରକାଶ କରୁଛନ୍ତି, ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେପରି ଗୁରୁତ୍ୱ ଦେଉ ନାହାନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

  • ୫୭ ମାସରେ କମ୍ପାନୀ ନେଇଛନ୍ତି ୧୨୬୫୨୧ କୋଟି ବୀମା ପ୍ରିମିୟମ
  • ପ୍ରତିବଦଳରେ ଚାଷୀଙ୍କୁ ମିଳିଛି ୮୭୩୨୦ କୋଟି ଟଙ୍କା କ୍ଷତିପୂରଣ ରାଶି
  • ଏବେ ବି ବୀମା କମ୍ପାନୀ ଉପରେ ଗଡ଼ୁଛି ୫୯୨୪ କୋଟି ଟଙ୍କା ବକେୟା

ଲୋକସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟର ତଥ୍ୟ ଅନୁଯାୟୀ, ଘରୋଇ ବୀମା କମ୍ପାନୀଗୁଡିକ ୨୦୧୬ ରୁ ୨୦୨୦ ମଧ୍ୟରେ ହାରାହାରି ୩୧ ପ୍ରତିଶତ ଲାଭ କରିଛନ୍ତି। କିଛି କମ୍ପାନୀର ଲାଭ ୫୦ ରୁ ୬୦ ପ୍ରତିଶତ ଅତିକ୍ରମ କରିଛି। ରିଲାଏନ୍ସ-ଜିଆଇସି ଲିମିଟେଡ୍‍ ପ୍ରିମିୟମ୍‍ ଭାବରେ ଚାଷୀଙ୍କ ଠାରୁ ୬୧୫୦ କୋଟି ଟଙ୍କା ସଂଗ୍ରହ କରି କୃଷକମାନଙ୍କୁ ମାତ୍ର ୨୫୮୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ଜେନେରାଲ ଇଣ୍ଡିଆ ଇନ୍ସସ୍ୟୁରାନ୍ସ ପ୍ରାୟ ୬୨%, ଇଫକୋ ୫୨% ଏବଂ ଏଚଡ଼ିଏଫସି ଏଗ୍ରୋ ୩୨% ରୋଜଗାର କରିଛି। ବୀମା ଦାବିର ସମାଧାନ ପ୍ରକ୍ରିୟାକୁ ଶୀଘ୍ର ଏବଂ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ବୋଲି କୁହାଯାଉଛି। ମାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଅନୁରୂପ ଭାବରେ ଚାଷୀଙ୍କ ସହମତି ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରିମିୟମ କାଟି ରଖୁଛନ୍ତି। ଅନେକ କ୍ଷେତ୍ରରେ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଏହି ରାଶି ବୀମା କମ୍ପାନୀରେ ଜମା କରୁ ନ ଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ବୀମା କାଗଜ ପତ୍ର ଏପରିକି ପ୍ରିମିୟମ ରସିଦ ମଧ୍ୟ ଦିଆ ଯାଉ ନ ଥିବାରୁ ଚାଷୀ ବୀମା କମ୍ପାନୀ ବିରୋଧରେ ଅଦାଲତ ଯିବାକୁ ସମର୍ଥ ହେଉନାହିଁ। ପୁନଶ୍ଚ ଫସଲ ନଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ କ୍ଷତିଗ୍ରସ୍ତ ଚାଷୀ ଅବଗତ କରାଇବାକୁ ରଖାଯାଇଥିବା ସର୍ତ୍ତ ସବୁଠାରୁ ସମସ୍ୟା ହୋଇଛି। ବୀମା କମ୍ପାନୀର ଗୋଟିଏ ଫୋନ୍‍ ନମ୍ବରରେ ବରଗଡ଼ ଜିଲ୍ଲାର ଲକ୍ଷଲକ୍ଷ ଚାଷୀ କିପରି କ୍ଷତି ସମ୍ପର୍କରେ ଅବଗତ କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ।

ଏହି ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି ବରଗଡ଼ର ପରିବେଶବିତ୍‍ ତଥା ଶ୍ରମିକ ନେତା ଜେଠୁ ଭୋଇ। ଶ୍ରୀ ଭୋଇ କହିଛନ୍ତି ଯେ ବିଜେପି ଓ କେନ୍ଦ୍ର ସରକାର ମିଠା ମିଠା କଥା କହି ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦିନ ଦ୍ୱିପହରରେ ଚାଷୀଙ୍କୁ ଶୋଷଣ କରୁଛି। ୧୩ ଜାନୁୟାରୀ ୨୦୧୬ ବରଗଡ଼ରେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀ ଫସଲବୀମା ଦ୍ୱାରା ଚାଷୀ ଲାଭାନ୍ୱିତ ହେବେ ବୋଲି ବିଜେପି ନେତାମାନେ ଘୋଷଣା କରିଥିଲେ। ‘ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା’କୁ ସମସ୍ତ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ବାସ୍ତବରେ ଏହି ବୀମା ଯୋଜନାରେ ଚାଷୀ କ୍ଷତିଗ୍ରସ୍ତ ହୋଇଛି ଓ ବୀମା କମ୍ପାନୀଗୁଡ଼ିକ ଲାଭାନ୍ୱିତ ହୋଇଛନ୍ତି। ଆଖିରେ ଆଙ୍ଗୁଳି ଗୁଞ୍ଜି କମ୍ପାନୀ ଓ କର୍ପେରେଟ ସଂସ୍ଥା ଚାଷୀଙ୍କୁ ଶୋଷଣ କରୁଛନ୍ତି। ବିଜେପି ନେତାଙ୍କ ମିଠା କଥା ପଛରେ ରହିଥିବା ଷଡ଼ଯନ୍ତ୍ର ଏବେ ଜଳଜଳ ଦିଶୁଛି ବୋଲି କହିଛନ୍ତି ଶ୍ରୀ ଭୋଇ।

13 Nov 2022 By The Sakala

https://www.thesakala.in/latest-odisha-news/bargarh/pradhan-mantri-fasal-bima-yojana-has-become-a-means-of-exploitation/article-16514
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର