ଡିଜିଟାଲ ଓ ଏଆଇ ଯୁଗରେ ହଜିଯାଉଛି ବ୍ୟାନର୍‌‌, ପୋଷ୍ଟର୍‌: ହାତବାନ୍ଧି ବସିଛନ୍ତି ଛାପାଖାନା ମାଲିକ

The Sakala Picture
Published On

ଭୁବନେଶ୍ୱର: ଦିନ ଥିଲା, ପୋଷ୍ଟର, ବ୍ୟାନର୍‌‌, ଲିଫ୍‌‌ଲେଟ୍‌‌, ପାମ୍ପ‌ଲେଟ୍‌‌, ଷ୍ଟିକର୍‌‌ ଆଦି ନିର୍ବାଚନ ପ୍ରଚାରର ପ୍ରମୁଖ ମାଧ୍ୟମ ଥିଲା। କିନ୍ତୁ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ସାମାଜିକ ଗଣମାଧ୍ୟମ ଯୁଗରେ ଛାପା ପ୍ରଚାର ମାଧ୍ୟମ ହଜିଯିବାକୁ ବସିଲାଣି। ପ୍ରତି ନିର୍ବାଚନରେ ବିପୁଳ ଅର୍ଡର୍‌ ପାଉଥିବା ଛାପାଖାନା ପାଖରେ ଏଥର କିଛି କାମ ନାହିଁ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି। ତେଣୁ ଏଥର ନିର୍ବାଚନରେ ଛାପା […]

ଭୁବନେଶ୍ୱର: ଦିନ ଥିଲା, ପୋଷ୍ଟର, ବ୍ୟାନର୍‌‌, ଲିଫ୍‌‌ଲେଟ୍‌‌, ପାମ୍ପ‌ଲେଟ୍‌‌, ଷ୍ଟିକର୍‌‌ ଆଦି ନିର୍ବାଚନ ପ୍ରଚାରର ପ୍ରମୁଖ ମାଧ୍ୟମ ଥିଲା। କିନ୍ତୁ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ସାମାଜିକ ଗଣମାଧ୍ୟମ ଯୁଗରେ ଛାପା ପ୍ରଚାର ମାଧ୍ୟମ ହଜିଯିବାକୁ ବସିଲାଣି। ପ୍ରତି ନିର୍ବାଚନରେ ବିପୁଳ ଅର୍ଡର୍‌ ପାଉଥିବା ଛାପାଖାନା ପାଖରେ ଏଥର କିଛି କାମ ନାହିଁ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି। ତେଣୁ ଏଥର ନିର୍ବାଚନରେ ଛାପା ପ୍ରଚାର ମାଧ୍ୟମ ନିଜ ଗୁରୁତ୍ୱ ହରାଇବା ଆଶଙ୍କା ଦେଖା ଦେଇଛି।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

ଭୁବନେଶ୍ୱରରେ ଏକ ଛାପାଖାନା କରିଥିବା ଶ୍ରୀବତ୍ସ ମିଶ୍ର କହନ୍ତି, ୨୦୧୯ ନିର୍ବାଚନ ସମୟରେ ଆମକୁ ଏତେ କାମ ମିଳୁଥିଲା ଯେ ରାତି ଅନିଦ୍ରା ହେବାକୁ ପଡ଼ୁଥିଲା। ରାଜନୈତିକ ବ୍ୟାନର୍‌‌, ଟି-ସାର୍ଟ, ଲିଫ୍‌‌ଲେଟ୍‌‌ ଛାପିବା ପାଇଁ ଗହଳି ଥିଲା। କେବଳ ସହର ନୁହେଁ, ଗ୍ରାମାଞ୍ଚଳରୁ ମଧ୍ୟ ବିପୁଳ ଅର୍ଡର ଆସୁଥିଲା। କିନ୍ତୁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ପରିପ୍ରେକ୍ଷୀରେ ଆମକୁ କାମ ମିଳୁନାହିଁ। ପୁରୁଣା ଗ୍ରାହକଙ୍କୁ କାମ ସମ୍ପର୍କରେ ପଚାରିବାରୁ ଏଥର ସାମାଜିକ ଗଣମାଧ୍ୟମ ପ୍ରଚାର ଉପରେ ସେମାନେ ଗୁରୁତ୍ୱ ଦେଉଥିବା କହୁଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଛାପାଖାନା ମାଲିକ ମନୋଜ ରଥ କହିଛନ୍ତି, ୨୦୧୯ ତୁଳନାରେ ଏଥର ଆମ ପାଖରେ ଆଦୌ କାମ ନାହିଁ। ଗତ ୪/୫ବର୍ଷ ଭିତରେ ନିର୍ବାଚନ ପ୍ରଚାର କୌଶଳରେ ଅନେକ ପରିବର୍ତ୍ତନ ଆସିଛି। ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି। ଛାପାଖାନା ବଦଳରେ ସେମାନେ ଏବେ କମ୍ପ୍ୟୁଟର୍‌‌ ଡିଜାଇନର୍‌‌ଙ୍କ ପାଖରେ ଭିଡ଼ ଜମାଇବା ଆରମ୍ଭ କରିଛନ୍ତି।  ଡିଜିଟାଲ ପ୍ରଚାର ଅବା ସାମାଜିକ ଗଣମାଧ୍ୟମ ପ୍ରଚାର ଉପରେ ସେମାନେ ଅଧିକ ଅର୍ଥ ବ୍ୟୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ଓଡ଼ିଶାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି, ସେମାନେ ନିର୍ବାଚନ ପ୍ରଚାର ଆରମ୍ଭ କଲେଣି। କିନ୍ତୁ ସେମାନେ ମୁଖ୍ୟତଃ ପଦଯାତ୍ରା, ବାଇକ୍‌‌ ରାଲି ତଥା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଏହାବ୍ୟତୀତ ସେମାନେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଫଟୋ ଓ ଭିଡିଓ ପୋଷ୍ଟ କରି ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ୟମରେ ଅଛନ୍ତି। ଅପରପକ୍ଷେ, ବଡ଼ବଡ଼ ବ୍ୟାନର୍‌‌ ବଦଳରେ ଡିଜିଟାଲ ହୋର୍ଡିଂ ପାଇଁ କିଛି ପ୍ରାର୍ଥୀ ଅର୍ଡର୍‌ ଦେବା ଆରମ୍ଭ କଲେଣି। ବଡ଼ ସମସ୍ୟା ହେଉଛି, ସର୍ବସାଧାରଣ ତଥା ଘରୋଇ ସ୍ଥାନରେ ବ୍ୟାନର୍‌‌, ହୋର୍ଡିଂ, ପୋଷ୍ଟର୍‌ ଲଗାଇବା ଉପରେ ଅଙ୍କୁଶ ଜାରି କରାଯାଇଛି। ମହାନଗର ଏବଂ ପୌରପାଳିକା ଅଞ୍ଚଳରେ କାନ୍ଥବାଡ଼ରେ ପ୍ରଚାରପତ୍ର ଲଗାଇବା ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଏହା ସତ୍ତ୍ବେ ପ୍ରିଣ୍ଟିଂ ପ୍ରେସ୍‌‌ ମାଲିକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲକୁ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

ରାଜନୈତିକ ସମୀକ୍ଷକଙ୍କ ମତରେ, ଅଧିକରୁ ଅଧିକ ଭୋଟର୍‌ଙ୍କ ପାଖରେ ପହଞ୍ଚିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟ। ଏଥିରେ ମୁଦ୍ରିତ ପ୍ରଚାରପତ୍ର ତୁଳନାରେ ଡିଜିଟାଲ ପ୍ରଚାର ଅଧିକ ପ୍ରଭାବ ବିସ୍ତାର କରିପାରୁଛି। କମ୍‌ ସମୟରେ ଏବଂ କମ୍‌‌ ଖର୍ଚ୍ଚରେ ଡିଜିଟାଲ ପ୍ରଚାର ଅଧିକ ଉପାଦେୟ ହେଉଛି। ଆଜିର ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌‌ ଥିବାରୁ ନିର୍ବାଚନରେ ପ୍ରାର୍ଥୀମାନେ ଡିଜିଟାଲ ପ୍ରଚାରକୁ ମୁଖ୍ୟ ଆୟୁଧ କରୁଛନ୍ତି। ତେଣୁ ପୂର୍ବଭଳି ଆଉ ବ୍ୟାନର୍‌‌, ଲିଫ୍‌‌ଲେଟ୍‌‌, ପୋଷ୍ଟର୍‌ ବ୍ୟବହାର ହେବାର ସମ୍ଭାବନା ଯଥେଷ୍ଟ କମ୍ ବୋଲି ସେ କହିଛନ୍ତି।

07 Apr 2024 By The Sakala

ଡିଜିଟାଲ ଓ ଏଆଇ ଯୁଗରେ ହଜିଯାଉଛି ବ୍ୟାନର୍‌‌, ପୋଷ୍ଟର୍‌: ହାତବାନ୍ଧି ବସିଛନ୍ତି ଛାପାଖାନା ମାଲିକ

ଭୁବନେଶ୍ୱର: ଦିନ ଥିଲା, ପୋଷ୍ଟର, ବ୍ୟାନର୍‌‌, ଲିଫ୍‌‌ଲେଟ୍‌‌, ପାମ୍ପ‌ଲେଟ୍‌‌, ଷ୍ଟିକର୍‌‌ ଆଦି ନିର୍ବାଚନ ପ୍ରଚାରର ପ୍ରମୁଖ ମାଧ୍ୟମ ଥିଲା। କିନ୍ତୁ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ସାମାଜିକ ଗଣମାଧ୍ୟମ ଯୁଗରେ ଛାପା ପ୍ରଚାର ମାଧ୍ୟମ ହଜିଯିବାକୁ ବସିଲାଣି। ପ୍ରତି ନିର୍ବାଚନରେ ବିପୁଳ ଅର୍ଡର୍‌ ପାଉଥିବା ଛାପାଖାନା ପାଖରେ ଏଥର କିଛି କାମ ନାହିଁ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି। ତେଣୁ ଏଥର ନିର୍ବାଚନରେ ଛାପା ପ୍ରଚାର ମାଧ୍ୟମ ନିଜ ଗୁରୁତ୍ୱ ହରାଇବା ଆଶଙ୍କା ଦେଖା ଦେଇଛି।

ଭୁବନେଶ୍ୱରରେ ଏକ ଛାପାଖାନା କରିଥିବା ଶ୍ରୀବତ୍ସ ମିଶ୍ର କହନ୍ତି, ୨୦୧୯ ନିର୍ବାଚନ ସମୟରେ ଆମକୁ ଏତେ କାମ ମିଳୁଥିଲା ଯେ ରାତି ଅନିଦ୍ରା ହେବାକୁ ପଡ଼ୁଥିଲା। ରାଜନୈତିକ ବ୍ୟାନର୍‌‌, ଟି-ସାର୍ଟ, ଲିଫ୍‌‌ଲେଟ୍‌‌ ଛାପିବା ପାଇଁ ଗହଳି ଥିଲା। କେବଳ ସହର ନୁହେଁ, ଗ୍ରାମାଞ୍ଚଳରୁ ମଧ୍ୟ ବିପୁଳ ଅର୍ଡର ଆସୁଥିଲା। କିନ୍ତୁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ପରିପ୍ରେକ୍ଷୀରେ ଆମକୁ କାମ ମିଳୁନାହିଁ। ପୁରୁଣା ଗ୍ରାହକଙ୍କୁ କାମ ସମ୍ପର୍କରେ ପଚାରିବାରୁ ଏଥର ସାମାଜିକ ଗଣମାଧ୍ୟମ ପ୍ରଚାର ଉପରେ ସେମାନେ ଗୁରୁତ୍ୱ ଦେଉଥିବା କହୁଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଛାପାଖାନା ମାଲିକ ମନୋଜ ରଥ କହିଛନ୍ତି, ୨୦୧୯ ତୁଳନାରେ ଏଥର ଆମ ପାଖରେ ଆଦୌ କାମ ନାହିଁ। ଗତ ୪/୫ବର୍ଷ ଭିତରେ ନିର୍ବାଚନ ପ୍ରଚାର କୌଶଳରେ ଅନେକ ପରିବର୍ତ୍ତନ ଆସିଛି। ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି। ଛାପାଖାନା ବଦଳରେ ସେମାନେ ଏବେ କମ୍ପ୍ୟୁଟର୍‌‌ ଡିଜାଇନର୍‌‌ଙ୍କ ପାଖରେ ଭିଡ଼ ଜମାଇବା ଆରମ୍ଭ କରିଛନ୍ତି।  ଡିଜିଟାଲ ପ୍ରଚାର ଅବା ସାମାଜିକ ଗଣମାଧ୍ୟମ ପ୍ରଚାର ଉପରେ ସେମାନେ ଅଧିକ ଅର୍ଥ ବ୍ୟୟ କରୁଛନ୍ତି।

ଓଡ଼ିଶାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି, ସେମାନେ ନିର୍ବାଚନ ପ୍ରଚାର ଆରମ୍ଭ କଲେଣି। କିନ୍ତୁ ସେମାନେ ମୁଖ୍ୟତଃ ପଦଯାତ୍ରା, ବାଇକ୍‌‌ ରାଲି ତଥା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଏହାବ୍ୟତୀତ ସେମାନେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଫଟୋ ଓ ଭିଡିଓ ପୋଷ୍ଟ କରି ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ୟମରେ ଅଛନ୍ତି। ଅପରପକ୍ଷେ, ବଡ଼ବଡ଼ ବ୍ୟାନର୍‌‌ ବଦଳରେ ଡିଜିଟାଲ ହୋର୍ଡିଂ ପାଇଁ କିଛି ପ୍ରାର୍ଥୀ ଅର୍ଡର୍‌ ଦେବା ଆରମ୍ଭ କଲେଣି। ବଡ଼ ସମସ୍ୟା ହେଉଛି, ସର୍ବସାଧାରଣ ତଥା ଘରୋଇ ସ୍ଥାନରେ ବ୍ୟାନର୍‌‌, ହୋର୍ଡିଂ, ପୋଷ୍ଟର୍‌ ଲଗାଇବା ଉପରେ ଅଙ୍କୁଶ ଜାରି କରାଯାଇଛି। ମହାନଗର ଏବଂ ପୌରପାଳିକା ଅଞ୍ଚଳରେ କାନ୍ଥବାଡ଼ରେ ପ୍ରଚାରପତ୍ର ଲଗାଇବା ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଏହା ସତ୍ତ୍ବେ ପ୍ରିଣ୍ଟିଂ ପ୍ରେସ୍‌‌ ମାଲିକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲକୁ ଅପେକ୍ଷା କରିଛନ୍ତି।

ରାଜନୈତିକ ସମୀକ୍ଷକଙ୍କ ମତରେ, ଅଧିକରୁ ଅଧିକ ଭୋଟର୍‌ଙ୍କ ପାଖରେ ପହଞ୍ଚିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟ। ଏଥିରେ ମୁଦ୍ରିତ ପ୍ରଚାରପତ୍ର ତୁଳନାରେ ଡିଜିଟାଲ ପ୍ରଚାର ଅଧିକ ପ୍ରଭାବ ବିସ୍ତାର କରିପାରୁଛି। କମ୍‌ ସମୟରେ ଏବଂ କମ୍‌‌ ଖର୍ଚ୍ଚରେ ଡିଜିଟାଲ ପ୍ରଚାର ଅଧିକ ଉପାଦେୟ ହେଉଛି। ଆଜିର ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌‌ ଥିବାରୁ ନିର୍ବାଚନରେ ପ୍ରାର୍ଥୀମାନେ ଡିଜିଟାଲ ପ୍ରଚାରକୁ ମୁଖ୍ୟ ଆୟୁଧ କରୁଛନ୍ତି। ତେଣୁ ପୂର୍ବଭଳି ଆଉ ବ୍ୟାନର୍‌‌, ଲିଫ୍‌‌ଲେଟ୍‌‌, ପୋଷ୍ଟର୍‌ ବ୍ୟବହାର ହେବାର ସମ୍ଭାବନା ଯଥେଷ୍ଟ କମ୍ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର