ଶକ୍ତି ଅପଚୟକୁ ରୋକିବା ପାଇଁ ସରକାରଙ୍କ ଯୋଜନା: ଏଣିକି ସୌରଶକ୍ତି ମାଧ୍ୟମରେ ପରିଚାଳିତ ହେବ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

The Sakala Picture
Published On

ବାଲେଶ୍ଵର: ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଆନୁକୂଲ୍ୟରେ ଓ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ସଂସ୍ଥାନ ମାଧ୍ୟମରେ ସୌରଶକ୍ତି ମାଧ୍ୟମରେ ଏଣିକି ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଆଜି ବାଲେଶ୍ଵରର ନୋସି ଠାରେ ଆୟୋଜିତ କର୍ମଶାଳାରେ ସୂଚନା ଦେଇଛନ୍ତି । ଜଳ ଜୀବନ ମିଶନ, ବସୁଧା ,ଆରଆଇଡିଏଫ, ଓଏମବିଏଡିସି ଓ ଡିଏମଏଫ ପାଣ୍ଠିରୁ ରାଜ୍ୟର ବିଭିନ୍ନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବେ କାର୍ଯ୍ଯ କରୁଛି। […]

ବାଲେଶ୍ଵର: ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଆନୁକୂଲ୍ୟରେ ଓ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ସଂସ୍ଥାନ ମାଧ୍ୟମରେ ସୌରଶକ୍ତି ମାଧ୍ୟମରେ ଏଣିକି ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଆଜି ବାଲେଶ୍ଵରର ନୋସି ଠାରେ ଆୟୋଜିତ କର୍ମଶାଳାରେ ସୂଚନା ଦେଇଛନ୍ତି । ଜଳ ଜୀବନ ମିଶନ, ବସୁଧା ,ଆରଆଇଡିଏଫ, ଓଏମବିଏଡିସି ଓ ଡିଏମଏଫ ପାଣ୍ଠିରୁ ରାଜ୍ୟର ବିଭିନ୍ନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବେ କାର୍ଯ୍ଯ କରୁଛି। ତେବେ ବିଦ୍ୟୁତ ଶକ୍ତି ଦ୍ବାରା ଏହି ଜଳ ଯୋଗାଣ ପ୍ରକଳ୍ପ ଚାଲୁଥିବାରୁ ଶକ୍ତି ଅପଚୟକୁ ରୋକିବା ଓ ପରିବେଶ ଅନୁକୂଳ ପାଇଁ ଆଗାମୀ ଦିନରେ ସୌରଶକ୍ତି ମାଧ୍ୟମରେ ଅଧିକ ପ୍ରକଳ୍ପକୁ କାର୍ଯ୍ଯକ୍ଷମ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଏହି କର୍ମଶାଳାରେ ଗୁରୁତ୍ଵାରୋପ କରାଯାଇଛି। ୟୁନିସେଫ ଦ୍ବାରା ନିଯୁକ୍ତ ଅଭିଜ୍ଞ ପ୍ରଶିକ୍ଷକଙ୍କୁ ନେଇ ଆୟୋଜିତ ଏହି କର୍ମଶାଳାରେ ଉତ୍ତର ଓଡିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର ଗ୍ରାମ୍ୟ ଜଳ ଯୋଗାଣ ପରିମଳ ଖଣ୍ଡର ସମସ୍ତ ଯନ୍ତ୍ରୀ ମାନେ ଯୋଗ ଦେଇ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧରେ ତାଲିମ ନେଇଥିଲେ। ବିଶେଷ କରି ଜଳ ଯୋଗାଣ ପ୍ରକଳ୍ପରେ ସୌରଶକ୍ତିର ପ୍ରୟୋଗ, ପରିଚାଳନା ତଥା ରକ୍ଷଣାବେକ୍ଷଣ ସମ୍ବନ୍ଧରେ ଏହି କର୍ମଶାଳାରେ ସବିଶେଷ ଆଲୋଚନା କରାଯିବା ସହ ପ୍ରଶିକ୍ଷଣ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର