ରାଜ୍ୟରେ ପଥର-ବାଲି ଚୋରି ଅଣାୟତ୍ତ, ଗୁମର ଖୋଲିଦେଲେ ବାଲେଶ୍ୱର ସାଂସଦ

The Sakala Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ସୀମା ଟପିଛି ଲଘୁ ଖଣିଜ ସାମଗ୍ରୀ ବାଲି, ପଥରର ଚୋରା ଚାଲାଣ। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ଆସୁଛି, ମାତ୍ର ସରକାର ଓ ବିଭାଗୀୟ ମନ୍ତ୍ରୀମାନେ ଏହାକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ଗଣମାଧ୍ୟମ ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ ପ୍ରମାଣ ମାଗୁଛନ୍ତି। ମାତ୍ର ଏହି କଳା ସତ ଓ ସରକାରଙ୍କ ମିଛକୁ ପଦାରେ ପକାଇଛନ୍ତି ଖୋଦ ଶାସକ ଦଳର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଭୋଗରାଇର ସୁବର୍ଣ୍ଣରେଖା […]

ଭୁବନେଶ୍ୱର : ସାରା ରାଜ୍ୟରେ ସୀମା ଟପିଛି ଲଘୁ ଖଣିଜ ସାମଗ୍ରୀ ବାଲି, ପଥରର ଚୋରା ଚାଲାଣ। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ଆସୁଛି, ମାତ୍ର ସରକାର ଓ ବିଭାଗୀୟ ମନ୍ତ୍ରୀମାନେ ଏହାକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ଗଣମାଧ୍ୟମ ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ ପ୍ରମାଣ ମାଗୁଛନ୍ତି। ମାତ୍ର ଏହି କଳା ସତ ଓ ସରକାରଙ୍କ ମିଛକୁ ପଦାରେ ପକାଇଛନ୍ତି ଖୋଦ ଶାସକ ଦଳର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଭୋଗରାଇର ସୁବର୍ଣ୍ଣରେଖା ନଦୀପଠାକୁ ନିଜେ ସାଂସଦ ଅଚାନକ ଗସ୍ତରେ ଯାଇ ବାଲି ଚୋରା ଚାଲାଣ ଆଖିରେ ଦେଖିଛନ୍ତି। ଘଟଣାସ୍ଥଳରୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଫୋନ କରି ଶ୍ରୀ ଷଡ଼ଙ୍ଗୀ ପୁଲିସ-ତହସିଲ- ଖଣି ବିଭାଗ ମିଳିତ ଭାବେ ଟଙ୍କା ଖାଇ ବାଲି ଚୋରିକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଏପରି ଅପରାଧ ଦେଶଦ୍ରୋହ ସହ ସମାନ ଓ ଏଥିପାଇଁ ସରକାର ବିପୁଳ ରାଜସ୍ୱ ହରାଉଥିବାରୁ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଭୋଗରାଇ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଚୋରି କେବଳ ଏକ ଉଦାହରଣ ମାତ୍ର। ନିଜେ ସାଂସଦ ତାହା ଦେଖିବା ପରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର କେବଳ ବାଲେଶ୍ୱର ନୁହେଁ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବାଲିଚୋରି ବେଧଡ଼କ ଭାବରେ ଚାଲିଛି ଓ ସରକାର ଏଥିପାଇଁ ବିପୁଳ ରାଜସ୍ୱ ହରାଉଛନ୍ତି। ଅନେକ ସ୍ଥାନରେ ପୁଲିସ ସ୍ଥାନୀୟ କୁଜି ନେତାମାନଙ୍କ କଲେକ୍ସନ ଏଜେଣ୍ଟ ପାଲଟିଥିବା ଅଭିଯୋଗ ହୋଇଛି। ଗଞ୍ଜାମ, ଗଜପତି, ରାଗଡା, କଳାହାଣ୍ଡି, କୋରାପୁଟ, କଟକ, ଖୋର୍ଦ୍ଧା, ସୁନ୍ଦରଗଡ, ନୟାଗଡ, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ପରି ଜିଲ୍ଲାଗୁଡ଼ିକରେ ବାଲି ଚୋରି ସ୍ଥିତି ଅଣାୟତ୍ତ। ଫଳରେ ବାଲି, ମୋରମ ଭଳି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣରେ ସରକାରୀ ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ହ୍ରାସ ପାଇଥିବା ଜଣାପଡ଼ିଛି।

ଗତ ମାର୍ଚ୍ଚ ମାସରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ବାଲି, ପଥର ଚୋରା ଚାଲାଣ ବିରୋଧରେ ଚଢ଼ଉ ଜୋରଦାର କରିବାକୁ ନିର୍ଦ୍ଦେଶ ନେଇଥିଲେ। ସେହିପରି ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କ ବର୍ତ୍ତମାନର ଉତ୍ସର ୧୫୦ ଗୁଣ ନୂଆ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ରାଜ୍ୟବ୍ୟାପୀ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଜିଲ୍ଲାପାଳ, ଏସପିମାନେ ଯେ ମୁଖ୍ୟ ସଚିବଙ୍କ ପରାମର୍ଶକୁ ସଠିକ୍‌ ଭାବେ ଅନୁପାଳନ କରୁନାହାନ୍ତି, ତାହା ଜଳଜଳ ଦିଶୁଛି। ତେଣୁ ତୁରନ୍ତ ରାଜ୍ୟ ସରକାର ଏନେଇ ନିଜର ଆଭିମୁଖ୍ୟକୁ କଡ଼ାକଡ଼ି କରିବା ଆବଶ୍ୟକ। ବାଲି, ପଥର ଚୋରାଚାଲାଣକୁ ସରକାର ରୋକିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି। ସାଂସଦ ଶ୍ରୀ ଷଡ଼ଙ୍ଗୀ କେବଳ ବାଲେଶ୍ୱରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ମାତ୍ର ଅନ୍ୟାନ୍ୟ ଏହା କେବଳ ବାଲେଶ୍ୱରର ଚିତ୍ର ନୁହେଁ। ସମ୍ପୂର୍ଣ୍ଣ ଓଡ଼ିଶାରେ ବାଲି, ପଥର ଚୋରି ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

15 Sep 2025 By The Sakala

https://www.thesakala.in/latest-odisha-news/balasore/stone-and-sand-theft-increasing-in-the-state-balasore-mp-reveals-the-secret/article-42363
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର