ଭତ୍ତା ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ପୁଅକୁ କାବୁ କରି ହାତ ଗୋଡ଼ ବାନ୍ଧି ପୁଲିସରେ ଜିମା ଦେଲେ ଗ୍ରାମବାସୀ

The Sakala Picture
Published On

ଔପଦା: ସାମାନ୍ୟ ଭତ୍ତା ଟଙ୍କା ପାଇଁ ପୁଅ ନେଇ ଗଲା ବାପାର ଜୀବନ । ଝୁରୁଛି ଅନ୍ଧୁଣି ପତ୍ନୀ । ଅଭିଯୁକ୍ତ ପୁଅକୁ ଗ୍ରାମବାସୀ ମାନେ କାବୁ କରି ହାତ ଗୋଡ଼ ବାନ୍ଧି ପୁଲିସରେ ଜିମା ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତର ପାଇକପଡା ଗ୍ରାମରେ। ସୂଚନା ଅନୁଯାୟୀ, ଏହି ଗ୍ରାମର ମୃତ ବାପା ଅନାମ ନାଇକି ଓରଫ ପେଟୁ(୬୫) ଓ ତାଙ୍କ ପତ୍ନୀ ରଙ୍ଗ […]

ଔପଦା: ସାମାନ୍ୟ ଭତ୍ତା ଟଙ୍କା ପାଇଁ ପୁଅ ନେଇ ଗଲା ବାପାର ଜୀବନ । ଝୁରୁଛି ଅନ୍ଧୁଣି ପତ୍ନୀ । ଅଭିଯୁକ୍ତ ପୁଅକୁ ଗ୍ରାମବାସୀ ମାନେ କାବୁ କରି ହାତ ଗୋଡ଼ ବାନ୍ଧି ପୁଲିସରେ ଜିମା ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତର ପାଇକପଡା ଗ୍ରାମରେ।
ସୂଚନା ଅନୁଯାୟୀ, ଏହି ଗ୍ରାମର ମୃତ ବାପା ଅନାମ ନାଇକି ଓରଫ ପେଟୁ(୬୫) ଓ ତାଙ୍କ ପତ୍ନୀ ରଙ୍ଗ ଲତା ସହିତ ପୁତ୍ର ଶ୍ରୀକାନ୍ତ ନାଇକି(୩୫) ଗୋଟିଏ ଇନ୍ଦିରା ଆବାସ ଘରେ ରହି ଶ୍ରମିକ କାର୍ଯ୍ୟ କରି ଜୀବନ ଅତିବାହିତ କରନ୍ତି । ମୃତ ଅନାମଙ୍କ ବଡ଼ ପୁଅ ଦୀର୍ଘ ଦିନ ହେବ ମୃତ୍ୟୁ ବରଣ କରିଥିବା ବେଳେ ଅଭିଯୁକ୍ତ ଶ୍ରୀକାନ୍ତ ପ୍ରତ୍ୟେକ ସମୟରେ ମଦ୍ୟ ପାନ କରି ଘରେ ବିଶୃଙ୍ଖଳା ସୃଷ୍ଟି କରେ । ମହାମାରୀ କରୋନା ପାଇଁ ସରକାରଙ୍କ ତରଫରୁ ଗତ ୧୭ ତାରିଖରେ ପ୍ରତ୍ୟେକ ଭତ୍ତା ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ଅନାମ ଓ ତାଙ୍କ ଭିନ୍ନକ୍ଷମ ପତ୍ନୀ ୩ ମାସରେ ଦୁଇ ଜଣଙ୍କୁ ୩ ହଜାର ଟଙ୍କା ମିଳିଥିଲା । ଏହି ଟଙ୍କାରୁ ଅଧା ଦାବି କରି ଅଭିଯୁକ୍ତ ଶ୍ରୀକାନ୍ତ ବାପାଙ୍କ ସହ ଝଗଡା କରିଥିଲେ ।
ବାପା ଅନାମ ଟଙ୍କା ଦେବାକୁ  ରାଜି ନ ହେବାରୁ ଶ୍ରୀକାନ୍ତ ବାପା ଅନାମକୁ ଏକ କଟୁରୀରେ ବେକ, ମୁଣ୍ଡ ଓ ବିଭିନ୍ନ ସ୍ଥାନକୁ ଚୋଟ ମାରି ଠେଙ୍ଗାରେ ପିଟି ଗତକାଲି ରାତ୍ରିରେ ହତ୍ୟା କରିଥିବା ଘଟଣା ଔପଦା ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଭୋର ଗ୍ରାମବାସୀ କାବୁ କରି ଗୋଡ଼ ହାତ ବାନ୍ଧି ପୁଲିସକୁ ଜିମା ଦେଇଥିବା ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ଔପଦା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ ଶ୍ରୀକାନ୍ତକୁ ଥାନାରେ ଅଟକ ରଖାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚିଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଅଡ଼ି ବସିଛନ୍ତି ।
19 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର