ପଞ୍ଚାୟତ ନିର୍ବାଚନ: ରାଜନୈତିକ ମୈଦାନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ମା’-ଝିଅ ମଧ୍ୟରେ ଲଢେଇ

The Sakala Picture
Published On

ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମୈଦାନରେ ପ୍ରତିଦ୍ୱନ୍ଦ୍ୱିତାରେ ବିଭିନ୍ନ ସମ୍ପର୍କୀୟ ପ୍ରାର୍ଥୀ ସାମନାକୁ ଆସୁଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ୱାର୍ଡ଼ ସଭ୍ୟ ପଦ ପାଇଁ ମା’ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବରେ ଅବତୀର୍ଣ୍ଣ ହୋଇଥିବାବେଳେ ଝିଅ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଛନ୍ତି। ଶକୁନ୍ତଳା ଦଳେଇଙ୍କ ପାରିବାରିକ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ। ଅନ୍ୟମାନଙ୍କ ଘରେ କାମ କରି ସେ ନିଜ ଜୀବନ ବିତାଉଛନ୍ତି। ଅନ୍ୟପକ୍ଷରେ ଝିଅ ଗୌରୀମଣି ଦଳେଇ ବିବାହିତ […]

ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମୈଦାନରେ ପ୍ରତିଦ୍ୱନ୍ଦ୍ୱିତାରେ ବିଭିନ୍ନ ସମ୍ପର୍କୀୟ ପ୍ରାର୍ଥୀ ସାମନାକୁ ଆସୁଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ୱାର୍ଡ଼ ସଭ୍ୟ ପଦ ପାଇଁ ମା’ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବରେ ଅବତୀର୍ଣ୍ଣ ହୋଇଥିବାବେଳେ ଝିଅ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଛନ୍ତି। ଶକୁନ୍ତଳା ଦଳେଇଙ୍କ ପାରିବାରିକ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ। ଅନ୍ୟମାନଙ୍କ ଘରେ କାମ କରି ସେ ନିଜ ଜୀବନ ବିତାଉଛନ୍ତି। ଅନ୍ୟପକ୍ଷରେ ଝିଅ ଗୌରୀମଣି ଦଳେଇ ବିବାହିତ ଓ ନିଜ ପୈତୃକ ଜମିରେ ବସବାସ କରୁଛନ୍ତି। ତାଙ୍କ ସ୍ୱାମୀ ଜଣେ ରାଜମିସ୍ତ୍ରୀ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏହି ପରିପ୍ରେକ୍ଷୀରେ ସଦର ବ୍ଳକ ଅନ୍ତର୍ଗତ ଆଙ୍କ ଗ୍ରାମର ୪ନମ୍ୱର ୱାର୍ଡରେ ମା ଶକୁନ୍ତଳା ଦଳେଇ(୫୪) କଂଗ୍ରେସ ସମର୍ଥିତ ଭାବେ ୱାର୍ଡ ସଭ୍ୟ ଲଢ଼ୁଥିବା ବେଳେ ଝିଅ ଗୌରୀଙ୍କ ସହ ମୁକାବିଲା ଲାଗି ପ୍ରସ୍ତୁତ ହୋଇଛନ୍ତି। ଏପରି ସ୍ଥିତିରେ ଶକୁନ୍ତଳାଙ୍କ ଜ୍ୱାଇଁ ତଥା ଗୌରୀଙ୍କ ସ୍ୱାମୀ ଅଡ଼ୁଆରେ ପଡ଼ିଛନ୍ତି। ବିଡ଼ମ୍ବନା ହେଉଛି ଏହି ୱାର୍ଡ଼ଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ। ୱାର୍ଡ଼ରେ ଏହି ବର୍ଗର ମାତ୍ର ଦୁଇଜଣ ମହିଳା ଅଛନ୍ତି। ଜଣେ ଶକୁନ୍ତଳା ଓ ଅନ୍ୟ ଜଣେ ଗୌରୀ। କଂଗ୍ରେସ ଓ ବିଜେପି ଉଭୟଙ୍କୁ ପ୍ରାର୍ଥୀ କରି ଦେଇଥିବାରୁ ବିଜେଡି ପାଇଁ ଆଉ ପ୍ରାର୍ଥୀ ମିଳିଲେ ନାହିଁ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର