ବିଦ୍ୟୁତ୍‌‌ ଆଘାତରେ ଚାଲିଗଲା ମା’ ଓ ପୁଅଙ୍କ ଜୀବନ

The Sakala Picture
Published On

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଲୁହା ରଡ଼ କାଟୁଥିବା ବେଳେ ବିଦ୍ୟୁତ ଆଘାତରେ ମା’ ଓ ପୁଅର ମୃତ୍ୟୁ ହୋଇଛି। ପ୍ରକାଶ ଯେ ଏହି ଗ୍ରାମର କାର୍ତ୍ତିକ ସେଠୀ(୩୫) ଘରେ କୁକୁଡ଼ା ଭାଡ଼ିରେ ଲାଗିଥିବା ଏକ ଲୁହା ରଡ଼କୁ କଟର ମେସିନ ଦ୍ୱାରା କାଟୁଥିଲେ। ମାତ୍ର ଏହି କୁକୁଡ଼ା ଭାଡ଼ିକୁ ସଂଯୋଗ କରୁଥିବା ଏକ ତାରଟି ଲୁହା ରଡ଼ରେ ଲାଗି ଯାଇ କରେଣ୍ଟ ଚାର୍ଜ ହୋଇଯାଇଥିଲା। […]

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଲୁହା ରଡ଼ କାଟୁଥିବା ବେଳେ ବିଦ୍ୟୁତ ଆଘାତରେ ମା’ ଓ ପୁଅର ମୃତ୍ୟୁ ହୋଇଛି। ପ୍ରକାଶ ଯେ ଏହି ଗ୍ରାମର କାର୍ତ୍ତିକ ସେଠୀ(୩୫) ଘରେ କୁକୁଡ଼ା ଭାଡ଼ିରେ ଲାଗିଥିବା ଏକ ଲୁହା ରଡ଼କୁ କଟର ମେସିନ ଦ୍ୱାରା କାଟୁଥିଲେ। ମାତ୍ର ଏହି କୁକୁଡ଼ା ଭାଡ଼ିକୁ ସଂଯୋଗ କରୁଥିବା ଏକ ତାରଟି ଲୁହା ରଡ଼ରେ ଲାଗି ଯାଇ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଫଳରେ କାର୍ତ୍ତିକ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପୁଅର ଏଭଳି ଅବସ୍ଥା ଦେଖି ମାଆ ଜୟନ୍ତୀ ସେଠୀ (୫୭)ପାଖକୁ ଯାଇ କାର୍ତ୍ତିକଙ୍କୁ ଧରି ନେଇଥିଲେ। ଫଳରେ ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭୋଗରାଇ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବବଛେଦ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସଲିକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେଡି ପ୍ରତିନିଧିମଣ୍ଡଳୀ

15 Jul 2023 By The Sakala

ବିଦ୍ୟୁତ୍‌‌ ଆଘାତରେ ଚାଲିଗଲା ମା’ ଓ ପୁଅଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଲୁହା ରଡ଼ କାଟୁଥିବା ବେଳେ ବିଦ୍ୟୁତ ଆଘାତରେ ମା’ ଓ ପୁଅର ମୃତ୍ୟୁ ହୋଇଛି। ପ୍ରକାଶ ଯେ ଏହି ଗ୍ରାମର କାର୍ତ୍ତିକ ସେଠୀ(୩୫) ଘରେ କୁକୁଡ଼ା ଭାଡ଼ିରେ ଲାଗିଥିବା ଏକ ଲୁହା ରଡ଼କୁ କଟର ମେସିନ ଦ୍ୱାରା କାଟୁଥିଲେ। ମାତ୍ର ଏହି କୁକୁଡ଼ା ଭାଡ଼ିକୁ ସଂଯୋଗ କରୁଥିବା ଏକ ତାରଟି ଲୁହା ରଡ଼ରେ ଲାଗି ଯାଇ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଫଳରେ କାର୍ତ୍ତିକ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପୁଅର ଏଭଳି ଅବସ୍ଥା ଦେଖି ମାଆ ଜୟନ୍ତୀ ସେଠୀ (୫୭)ପାଖକୁ ଯାଇ କାର୍ତ୍ତିକଙ୍କୁ ଧରି ନେଇଥିଲେ। ଫଳରେ ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭୋଗରାଇ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବବଛେଦ କରାଯାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର