ବିଲରେ କାମ କରୁଥିବାବେଳେ ବଜ୍ରପାତ: ୨ ମୃତ, ୩ ଆହତ

The Sakala Picture
Published On

ବାଲେଶ୍ବର: ବଜ୍ରପାତରେ ବଡ଼ଭାଇ ମୃତ ସାନଭାଇ ଗୁରୁତର। ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଜେନାଦିଗ ଗ୍ରାମର ବଡଭାଇ ଶାନ୍ତନୁ ଭଞ୍ଜ ଓ ଅତନୁ ଭଞ୍ଜ। ସୂଚନା ମୁତାବକ, ଆଜି ଅପରାହ୍ନରେ ମୌସୁମୀ ଜନିତ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହୋଇଥିଲା । ସେହି ସମୟରେ ବିଲରେ ଦୁଇ ଭାଇ ଚାଷ କାର୍ଯ୍ୟ କରୁଥିଲେ । ଦୁଇ ଭାଇଙ୍କ ଉପରେ ବଜ୍ରପାତ ହୋଇଥିଲା। ଉଭୟଙ୍କୁ ଉପସ୍ଥିତ ଲୋକେ ଉଦ୍ଧାର କରି ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ବଡ଼ଭାଇ […]

ବାଲେଶ୍ବର: ବଜ୍ରପାତରେ ବଡ଼ଭାଇ ମୃତ ସାନଭାଇ ଗୁରୁତର। ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଜେନାଦିଗ ଗ୍ରାମର ବଡଭାଇ ଶାନ୍ତନୁ ଭଞ୍ଜ ଓ ଅତନୁ ଭଞ୍ଜ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ମୁତାବକ, ଆଜି ଅପରାହ୍ନରେ ମୌସୁମୀ ଜନିତ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହୋଇଥିଲା । ସେହି ସମୟରେ ବିଲରେ ଦୁଇ ଭାଇ ଚାଷ କାର୍ଯ୍ୟ କରୁଥିଲେ । ଦୁଇ ଭାଇଙ୍କ ଉପରେ ବଜ୍ରପାତ ହୋଇଥିଲା। ଉଭୟଙ୍କୁ ଉପସ୍ଥିତ ଲୋକେ ଉଦ୍ଧାର କରି ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ବଡ଼ଭାଇ ଶାନ୍ତନୁ ଭଞ୍ଜଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ସାନ ଭାଇ ଅତନୁ ଭଞ୍ଜଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସେହିପରି ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ଼ ଗ୍ରାମ ପଞ୍ଚାୟତର ଉପରକୁଣ୍ଡି ଗାଁର କାଲୁ ସୋରେନଙ୍କ ପୁତ୍ର ଉତ୍ତମ ସୋରେନ(୩୩) ବିଲରେ କାମ କରୁଥିବା ବେଳେ ବଜ୍ରାପାତରେ ସେହି ବିଲରେ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହାତୀଗର୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିବା ଜଣାପଡିଛି। ମୃତ୍ୟୁ ଘଟିଥିବା ଉତ୍ତମ ସୋରେନର ଏକ ୬ବର୍ଷର ଝିଅ ଥିବାବେଳେ ଏବେ ତାଙ୍କ ସ୍ତ୍ରୀ ୬ମାସର ଗର୍ଭବତୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସେହପରୁ ଶ୍ୟାମନଗର ପଞ୍ଚାୟତର ଶୁଖଯୋଡି ଗାଁର ଲବ ବାସ୍କେ ଓ ଆମ୍ବିଶୋଳ ଗାଁର ପାର୍ବତୀ ମୁର୍ମୁ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ସାର୍ଥା ଅଞ୍ଚଳକୁ ମଜୁରୀ ଲାଗିବାକୁ ଯାଇଥିଲେ। ସେଠାରେ ବିଲରେ କାମ କରୁଥିବାବେଳେ ବଜ୍ରାପାତରେ ଆହତ ହେଇ ହାତୀଗଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର