ବ୍ରାଉନସୁଗର ନେବାକୁ ଆସି ଜଳେଶ୍ବର ପୋଲିସ ଦ୍ୱାରା ଧରା ପଡିଲେ ମଞ୍ଚେଶ୍ୱର ଅଞ୍ଚଳର ଦୁଇ ବେପାରୀ

The Sakala Picture
Published On

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ରେଳ ଫାଟକ ଅଞ୍ଚଳରୁ ପୋଲିସର ଦ୍ଵାରା ପାଖା ପାଖି ୧୧୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଓ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହିତ ମଞ୍ଚେଶ୍ୱର ଅଞ୍ଚଳର ଦୁଇ ବ୍ରାଉନ ସୁଗାର ବେପାରୀ ଅଟକ ସହିତ ଏକ ବାଇକ ଜବତ କରିଛି ପୁଲିସ। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ଏବେ ବ୍ରାଉନ ସୁଗାର ହବ ପାଲଟିଛି। ଜଳେଶ୍ୱର ଅଂଚଳରୁ ବ୍ରାଉନ ସୁଗାର ରାଜ୍ୟର ବିଭିନ୍ନ ଅଂଚଳକୁ […]

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ରେଳ ଫାଟକ ଅଞ୍ଚଳରୁ ପୋଲିସର ଦ୍ଵାରା ପାଖା ପାଖି ୧୧୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଓ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହିତ ମଞ୍ଚେଶ୍ୱର ଅଞ୍ଚଳର ଦୁଇ ବ୍ରାଉନ ସୁଗାର ବେପାରୀ ଅଟକ ସହିତ ଏକ ବାଇକ ଜବତ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ଏବେ ବ୍ରାଉନ ସୁଗାର ହବ ପାଲଟିଛି। ଜଳେଶ୍ୱର ଅଂଚଳରୁ ବ୍ରାଉନ ସୁଗାର ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି। ବିଶେଷ କରି ଜଳେଶ୍ୱର ଅଂଚଳରେ ବ୍ରାଉନସୁଗର ତିଆରି ହେଉଥିବା କଥା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି। ଚାଉଳ ବସ୍ତା, ଚାହା ପ୍ଯାକେଟ, କଦଳୀ ଗାଡି, ପରିବା ଗାଡ଼ିରେ ବ୍ରାଉନସୁଗର ଚାଲାଣ ହେଉଥିବାର ନଜରକୁ ଆସିଛି। ରାଜ୍ୟରେ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ଏହା ବ୍ରାଉନସୁଗର ବ୍ୟାପାରୀ ମାନଙ୍କ ପାଇଁ କଚେପୁଅବାର ସାଜିଛି। ଆସନ୍ତା କାଲି ଅପରାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ମଞ୍ଚେଶ୍ୱର ଥାନା ଚକେଇ ସିହାଣି ଗ୍ରାମର ନୃସିଂହ ଚରଣ ଜେନାଙ୍କ ପୁଅ ହିମାଂଶୁ ଯେନା (୩୩) ଏବଂ ସେଇ ମଞ୍ଚେଶ୍ୱର ଥାନା ଅଂଚଳର ସ୍ବର୍ଗତ ଭଗବାନ ଓଝାଙ୍କ ପୁଅ ବିକାଶ କୁମାର ଓଝା ୨ଜଣ ବେପାରୀ ଏକ ବାଇକ ଯୋଗେ ଜଳେଶ୍ୱର ଅଂଚଳକୁ ବ୍ରାଉନ ସୁଗାର ନେବାକୁ ଆସିଥିବା କଥା କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି ଏବଂ ଟିମ ସହ ରାଜଘାଟ ଚାଲନ୍ତି ରେଳଫାଟକ ନିକଟରେ ଜଗି ରହିଥିଲେ। ତେବେ ବେପାରୀ ମାନେ ବ୍ରାଉନସୁଗର ନେଇ ଫେରୁଥିବା ସମୟରେ ସେମାନଙ୍କୁ ଫିଲିମ ଷ୍ଟାଇଲରେ ଅଟକ ରଖିବା ସହିତ ସେମାନଙ୍କ ଠାରୁ ଆନୁମାନିକ ୧୧୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ସହ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ସହିତ (ଓଡ଼ି ୦୨ ଏଏସ ୬୦୨୮ ନଂ) ବିଶିଷ୍ଟ ଏକ ବାଇକ ଜବତ କରି ୩୦୦/୨୧ ନମ୍ବର ମୁଳେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏଗାର ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର