ବାତ୍ୟା ପାଇଁ ଚିନ୍ତାରେ ଚାଷୀ, ବିଲରେ ପଡ଼ି ରହିଛି ହେକ୍ଟର ହେକ୍ଟର ପାଚିଲା ଧାନ

The Sakala Picture
Published On

ଜଳେଶ୍ଵର: ସାମୁଦ୍ରିକ ବାତ୍ୟା ‘ଜଓ୍ବାଦ’ ଯୋଗୁଁ ଜଳେଶ୍ଵର ଚାଷୀଙ୍କ ଚିନ୍ତା ବଢିଛି। ବିଲରେ ପାଚିଲା ଧାନକୁ ଚାଷୀ ଅମଳ କରି ପାରୁ ନ ଥିବାରୁ ବାତ୍ୟା ଓ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।ଜଳେଶ୍ଵର ବ୍ଲକରେ ଏବର୍ଷର ଖରିଫ ଋତୁରେ ୨୦ ହଜାର ୫୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଖରିଫ ଚାଷ ଆରମ୍ଭରୁ ଚାଷୀ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିଥିଲେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଜମିରେ ସୁନାର […]

ଜଳେଶ୍ଵର: ସାମୁଦ୍ରିକ ବାତ୍ୟା ‘ଜଓ୍ବାଦ’ ଯୋଗୁଁ ଜଳେଶ୍ଵର ଚାଷୀଙ୍କ ଚିନ୍ତା ବଢିଛି। ବିଲରେ ପାଚିଲା ଧାନକୁ ଚାଷୀ ଅମଳ କରି ପାରୁ ନ ଥିବାରୁ ବାତ୍ୟା ଓ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।ଜଳେଶ୍ଵର ବ୍ଲକରେ ଏବର୍ଷର ଖରିଫ ଋତୁରେ ୨୦ ହଜାର ୫୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଖରିଫ ଚାଷ ଆରମ୍ଭରୁ ଚାଷୀ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିଥିଲେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଜମିରେ ସୁନାର ଫସଲ ଫଳାଇ ଥିଲା। ଏବେ ଅମଳ ଆରମ୍ଭ ହୋଇଥିଲା। ଆଜି ସୁଦ୍ଧା ଜଳେଶ୍ଵର ବ୍ଲକରେ ୧୪,୦୦୦ ହେକ୍ଟର ଜମିର ଫସଲକୁ ଚାଷୀ ଅମଳ କରିଥିବା ବେଳେ ଏବେବି ୬୦୫୫ ହେକ୍ଟର ଜମିର ପାଚିଲା ଫସଲ ବିଲରେ ରହିଛି। ବାତ୍ୟା ଓ ବର୍ଷା ପରେ ଏହି ଫସଲ ଯେ ଘରକୁ ଆସିବ ସେ ଆଶା ଚାଷୀ ହରାଇଛି। ସେହିପରି ବାଲେଶ୍ଵର ଜିଲ୍ଲାର ସର୍ବାଧିକ ଜମିରେ କହିବାକୁ ଗଲେ ୨୭୨୦ ହେକ୍ଟର ଜମିରେ ଅଣ ଧାନ ଚାଷ ହୋଇଥିଲା। ସେଥିରୁ ୨୫୦୦ ହେକ୍ଟର ଜମି କେବଳ ପନିପରିବା ଚାଷ।ବ୍ଲକର ମହମ୍ମଦ ନଗର ପାଟଣା,ରାଜପୁର,ଆରଆରପୁର,ପାଇକସିଦା, ଲକ୍ଷ୍ମଣନାଥ,କେଏମ ସାହି,ଶ୍ରୀରାମପୁର, ମାକଡିଆ,ପଶ୍ଚିମବାଡ ଓ ବାଇଗଣବାଡିଆ ଆଦି ପଞ୍ଚାୟତରେ ଅଧିକ ଜମିରେହିଁ ଏସବୁ ପରିବା ଚାଷ ହୋଇଥିଲା। ଗତ ସପ୍ତାହ ଧରି ଚାଷୀ ପନିପରିବାକୁ ଅମଳ କରିବା ଆରମ୍ଭ କରିଥିବା ବେଳେ ଯଦି ବାତ୍ୟା ଓ ବର୍ଷା ହୁଏ ତେବେ ଚାଷ ନଷ୍ଟ ହେବା ଥୟ ବୋଲି ଚାଷୀ ମାନେ ଧରି ନେଇଛନ୍ତି। ଏହି ଚିନ୍ତାରେ ବ୍ଲକର ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

03 Dec 2021 By The Sakala

ବାତ୍ୟା ପାଇଁ ଚିନ୍ତାରେ ଚାଷୀ, ବିଲରେ ପଡ଼ି ରହିଛି ହେକ୍ଟର ହେକ୍ଟର ପାଚିଲା ଧାନ

ଜଳେଶ୍ଵର: ସାମୁଦ୍ରିକ ବାତ୍ୟା ‘ଜଓ୍ବାଦ’ ଯୋଗୁଁ ଜଳେଶ୍ଵର ଚାଷୀଙ୍କ ଚିନ୍ତା ବଢିଛି। ବିଲରେ ପାଚିଲା ଧାନକୁ ଚାଷୀ ଅମଳ କରି ପାରୁ ନ ଥିବାରୁ ବାତ୍ୟା ଓ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।ଜଳେଶ୍ଵର ବ୍ଲକରେ ଏବର୍ଷର ଖରିଫ ଋତୁରେ ୨୦ ହଜାର ୫୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଖରିଫ ଚାଷ ଆରମ୍ଭରୁ ଚାଷୀ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିଥିଲେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଜମିରେ ସୁନାର ଫସଲ ଫଳାଇ ଥିଲା। ଏବେ ଅମଳ ଆରମ୍ଭ ହୋଇଥିଲା। ଆଜି ସୁଦ୍ଧା ଜଳେଶ୍ଵର ବ୍ଲକରେ ୧୪,୦୦୦ ହେକ୍ଟର ଜମିର ଫସଲକୁ ଚାଷୀ ଅମଳ କରିଥିବା ବେଳେ ଏବେବି ୬୦୫୫ ହେକ୍ଟର ଜମିର ପାଚିଲା ଫସଲ ବିଲରେ ରହିଛି। ବାତ୍ୟା ଓ ବର୍ଷା ପରେ ଏହି ଫସଲ ଯେ ଘରକୁ ଆସିବ ସେ ଆଶା ଚାଷୀ ହରାଇଛି। ସେହିପରି ବାଲେଶ୍ଵର ଜିଲ୍ଲାର ସର୍ବାଧିକ ଜମିରେ କହିବାକୁ ଗଲେ ୨୭୨୦ ହେକ୍ଟର ଜମିରେ ଅଣ ଧାନ ଚାଷ ହୋଇଥିଲା। ସେଥିରୁ ୨୫୦୦ ହେକ୍ଟର ଜମି କେବଳ ପନିପରିବା ଚାଷ।ବ୍ଲକର ମହମ୍ମଦ ନଗର ପାଟଣା,ରାଜପୁର,ଆରଆରପୁର,ପାଇକସିଦା, ଲକ୍ଷ୍ମଣନାଥ,କେଏମ ସାହି,ଶ୍ରୀରାମପୁର, ମାକଡିଆ,ପଶ୍ଚିମବାଡ ଓ ବାଇଗଣବାଡିଆ ଆଦି ପଞ୍ଚାୟତରେ ଅଧିକ ଜମିରେହିଁ ଏସବୁ ପରିବା ଚାଷ ହୋଇଥିଲା। ଗତ ସପ୍ତାହ ଧରି ଚାଷୀ ପନିପରିବାକୁ ଅମଳ କରିବା ଆରମ୍ଭ କରିଥିବା ବେଳେ ଯଦି ବାତ୍ୟା ଓ ବର୍ଷା ହୁଏ ତେବେ ଚାଷ ନଷ୍ଟ ହେବା ଥୟ ବୋଲି ଚାଷୀ ମାନେ ଧରି ନେଇଛନ୍ତି। ଏହି ଚିନ୍ତାରେ ବ୍ଲକର ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।

https://www.thesakala.in/latest-odisha-news/balasore/farmers-worried-about-the-cyclone/article-7326
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର