ବଜ୍ରପାତରେ ଜୀଅନ୍ତା ଜଳିଗଲେ ବିଟେକ ଛାତ୍ର

The Sakala Picture
Published On

ଭୋଗରାଇ: ବଜ୍ରପାତରେ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ପୁତ୍ର ତଥା ବିଟେକ ଛାତ୍ର ରଞ୍ଜନ କୁମାର ପରାମାଣିକ (୨୩)। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ହରେନ୍ଦ୍ର ପରାମାଣିକ ଓ ମାଆ ତଥା ଟୁକୁରିହାଜିରା ପଞ୍ଚାୟତର ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ପରାମାଣିକଙ୍କ ଏକମାତ୍ର ପୁତ୍ର ରଞ୍ଜନଙ୍କ ଏଭଳି ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ପ୍ରକାଶ ଯେ,ଆଜି […]

ଭୋଗରାଇ: ବଜ୍ରପାତରେ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ପୁତ୍ର ତଥା ବିଟେକ ଛାତ୍ର ରଞ୍ଜନ କୁମାର ପରାମାଣିକ (୨୩)। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ହରେନ୍ଦ୍ର ପରାମାଣିକ ଓ ମାଆ ତଥା ଟୁକୁରିହାଜିରା ପଞ୍ଚାୟତର ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ପରାମାଣିକଙ୍କ ଏକମାତ୍ର ପୁତ୍ର ରଞ୍ଜନଙ୍କ ଏଭଳି ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ପରେ ଏଫଏମ୍ ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା ବିଏସସି ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

ପ୍ରକାଶ ଯେ,ଆଜି ସକାଳରୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ସମଗ୍ର ଅଞ୍ଚଳ ଅନ୍ଧାରରେ ଛାଇଯାଇଥିଲା। ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମର ହରେନ୍ଦ୍ର ପରାମାଣିକଙ୍କ ନିକଟସ୍ଥ ଆଉସା ପାଣ୍ଠରେ ଥିବା ଚିଙ୍ଗୁଡ଼ି ଝିଲ ଦେଖିବା ପାଇଁ ରଞ୍ଜନ ତାଙ୍କ ବାପାଙ୍କ ସହିତ ଯାଇଥିଲା। ବର୍ଷା ଆରମ୍ଭ ହେବା ପୂର୍ବରୁ ବାପା ହରେନ୍ଦ୍ର ଘରକୁ ଫେରି ଆସିଥିଲା ବେଳେ ରଞ୍ଜନ ଏକାକୀ ସେହି ଚିଙ୍ଗୁଡ଼ି ଝିଲ ପାଖରେ ରହିଯାଇଥିଲେ।

ଆହୁରି ପଢ଼ନ୍ତୁ: ମାଛ ଧରିବାକୁ ଯାଇ ସମୁଦ୍ରରେ ୧୬ ମତ୍ସ୍ୟଜୀବୀ ନିଖୋଜ ଘଟଣା: ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି ଦୂରରେ ସୁରକ୍ଷିତ ଥିବା ସୂଚନା

ବର୍ଷା ଆରମ୍ଭ ହେବାରୁ ସେ ଚିଙ୍ଗୁଡ଼ି ଝିଲ ହୁଡ଼ାରେ ଥିବା ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଥିଲା। ସେ ଆଶ୍ରୟ ନେଇଥିବା କୁଡିଆ ଘର ଉପରେ ବଜ୍ରପାତ ହୋଇଥିଲା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ଯିବା ସହିତ ଭିତରେ ଥିବା ରଞ୍ଜନ ଶରୀର ମଧ୍ୟ ଜଳିଯାଇଛି।

ସ୍ଥାନୀୟ ଲୋକେ ଦୂରରୁ ଏହି କୁଡିଆ ଘର ଜଳୁଥିବା ଦେଖି ସେଠାରେ ପହଞ୍ଚିଥିଲା ବେଳେ ଭିତରେ ରଞ୍ଜନର ଶରୀର ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପାଣି ଢ଼ାଳି ନିଆଁ ଲିଭାଇଥିଲେ। ସେତେବେଳକୁ ରଞ୍ଜନଙ୍କ ଶରୀର ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ରଞ୍ଜନଙ୍କ ଜଳିଯାଇଥିବା ଶରୀରର ଅବଶିଷ୍ଟାଂଶକୁ ଉଦ୍ଧାର କରି ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ବେଳେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

18 Mar 2024 By The Sakala

ବଜ୍ରପାତରେ ଜୀଅନ୍ତା ଜଳିଗଲେ ବିଟେକ ଛାତ୍ର

ଭୋଗରାଇ: ବଜ୍ରପାତରେ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ପୁତ୍ର ତଥା ବିଟେକ ଛାତ୍ର ରଞ୍ଜନ କୁମାର ପରାମାଣିକ (୨୩)। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ହରେନ୍ଦ୍ର ପରାମାଣିକ ଓ ମାଆ ତଥା ଟୁକୁରିହାଜିରା ପଞ୍ଚାୟତର ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ପରାମାଣିକଙ୍କ ଏକମାତ୍ର ପୁତ୍ର ରଞ୍ଜନଙ୍କ ଏଭଳି ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ପ୍ରକାଶ ଯେ,ଆଜି ସକାଳରୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ସମଗ୍ର ଅଞ୍ଚଳ ଅନ୍ଧାରରେ ଛାଇଯାଇଥିଲା। ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମର ହରେନ୍ଦ୍ର ପରାମାଣିକଙ୍କ ନିକଟସ୍ଥ ଆଉସା ପାଣ୍ଠରେ ଥିବା ଚିଙ୍ଗୁଡ଼ି ଝିଲ ଦେଖିବା ପାଇଁ ରଞ୍ଜନ ତାଙ୍କ ବାପାଙ୍କ ସହିତ ଯାଇଥିଲା। ବର୍ଷା ଆରମ୍ଭ ହେବା ପୂର୍ବରୁ ବାପା ହରେନ୍ଦ୍ର ଘରକୁ ଫେରି ଆସିଥିଲା ବେଳେ ରଞ୍ଜନ ଏକାକୀ ସେହି ଚିଙ୍ଗୁଡ଼ି ଝିଲ ପାଖରେ ରହିଯାଇଥିଲେ।

ବର୍ଷା ଆରମ୍ଭ ହେବାରୁ ସେ ଚିଙ୍ଗୁଡ଼ି ଝିଲ ହୁଡ଼ାରେ ଥିବା ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଥିଲା। ସେ ଆଶ୍ରୟ ନେଇଥିବା କୁଡିଆ ଘର ଉପରେ ବଜ୍ରପାତ ହୋଇଥିଲା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ଯିବା ସହିତ ଭିତରେ ଥିବା ରଞ୍ଜନ ଶରୀର ମଧ୍ୟ ଜଳିଯାଇଛି।

ସ୍ଥାନୀୟ ଲୋକେ ଦୂରରୁ ଏହି କୁଡିଆ ଘର ଜଳୁଥିବା ଦେଖି ସେଠାରେ ପହଞ୍ଚିଥିଲା ବେଳେ ଭିତରେ ରଞ୍ଜନର ଶରୀର ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପାଣି ଢ଼ାଳି ନିଆଁ ଲିଭାଇଥିଲେ। ସେତେବେଳକୁ ରଞ୍ଜନଙ୍କ ଶରୀର ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ରଞ୍ଜନଙ୍କ ଜଳିଯାଇଥିବା ଶରୀରର ଅବଶିଷ୍ଟାଂଶକୁ ଉଦ୍ଧାର କରି ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ବେଳେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର