ମୁକୁଳି ପାରୁନି ଶିକ୍ଷା ବ୍ୟବସ୍ଥା: ସ୍ମାର୍ଟ ଫୋନ ନ ଥିବାରୁ ବ୍ଲକର ୬୦ ପ୍ରତିଶତ ପିଲା ଅନଲାଇନ ଶିକ୍ଷାରୁ ବଞ୍ଚିତ

The Sakala Picture
Published On

ଜଳେଶ୍ବର: କରୋନା ମହାମାରୀ ପାଇଁ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପିଲାମାନଙ୍କ ପାଠପଢ଼ା ନଷ୍ଟ ହେବାକୁ ବସିଲାଣି। ଚଳିତ ବର୍ଷ ପିଲାଙ୍କ ପାଠପଢା ସ୍ବାଭାବିକ ହେବ ବୋଲି ଅଭିଭାବକ ମାନେ ଆଶା ପ୍ରକାଶକ କରିଥିଲେ। ହେଲେ ଶିକ୍ଷା ବର୍ଷ ଆରମ୍ଭରୁ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଗଲା।ଯଦିଓ ସଂକ୍ରମଣ କମିଛି, ହେଲେ ସ୍କୁଲ ଖୋଲିବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସରକାର ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। […]

ଜଳେଶ୍ବର: କରୋନା ମହାମାରୀ ପାଇଁ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପିଲାମାନଙ୍କ ପାଠପଢ଼ା ନଷ୍ଟ ହେବାକୁ ବସିଲାଣି। ଚଳିତ ବର୍ଷ ପିଲାଙ୍କ ପାଠପଢା ସ୍ବାଭାବିକ ହେବ ବୋଲି ଅଭିଭାବକ ମାନେ ଆଶା ପ୍ରକାଶକ କରିଥିଲେ। ହେଲେ ଶିକ୍ଷା ବର୍ଷ ଆରମ୍ଭରୁ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଗଲା।ଯଦିଓ ସଂକ୍ରମଣ କମିଛି, ହେଲେ ସ୍କୁଲ ଖୋଲିବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସରକାର ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏ ନେଇ ବାଲେଶ୍ଵର ଜିଲ୍ଲାର ସବୁ ବ୍ଲକ ଶିକ୍ଷା ଗୋଷ୍ଠି ଅଧିକାରୀଙ୍କୁ ଅବଗତ କରାଯାଇ ଆରମ୍ଭ ହୋଇଛି। ହେଲେ ସବୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନାହିଁ। ଫୋନ୍ ଥିଲେ ନେଟୱାର୍କ ନାହିଁ। ଆଉ ଅନଲାଇନ ଶିକ୍ଷାଦାନରୁ ପିଲାଏ ଭଲ ଭାବେ ପାଠ ବୁଝି ପାରୁନାହାନ୍ତି। ଯାହା ଫଳରେ ଏହି ବ୍ୟବସ୍ଥାରେ ପିଲାଙ୍କୁ ସେତେଟା ଫାଇଦା ମିଳିପାରିବ ନାହିଁ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଶିକ୍ଷା ଗୋଷ୍ଠି ଅଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ବର ଶିକ୍ଷା ଗୋଷ୍ଠି ଅଧୀନରେ ଚଳିତ ବର୍ଷ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ଓ ଅନ୍ୟାନ୍ୟ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ହଜାର ୭୨୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଉଚ୍ଚପ୍ରାଥମିକ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସଂଖ୍ୟା ୯ ହଜାର ୯୩୩,ମାଧ୍ୟମିକ ନବମରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୬ ହଜାର ୬୪୦। ଏମିତି କି ଜଳେଶ୍ବର ଶିକ୍ଷା ଗୋଷ୍ଠି ଅଧୀନରେ ମାତ୍ର ୪୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ସୁବିଧା ଥିବା ବେଳେ ୬୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଏହି ସୁବିଧା ନାହିଁ।ଯଦିବା ୪୦ ପ୍ରତିଶତ ସ୍ମାର୍ଟଫୋନ ଅଛି ଅଧିକାଂଶ ଅଞ୍ଚଳରେ ନେଟୱାର୍କ ନାହିଁ। ଅନଲାଇନ୍ ପାଠପଢାରୁ କିଛି ବୁଝି ହେଉନାହିଁ ବୋଲି ଅନେକ ଛାତ୍ର ଛାତ୍ରୀ କହିଛନ୍ତି। ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟ ସରକାର କଟକଣା କୋହଳ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ତେଣୁ ପରିସ୍ଥିତିକୁ ଦେଖି ସ୍କୁଲ ଖୋଲାଯାଉ ବୋଲି ଅଭିଭାବକ ମାନେ କହୁଛନ୍ତି। କମ୍ ସଂଖ୍ୟକ ପିଲାଙ୍କୁ ନେଇ ପର୍ୟ୍ୟାୟ କ୍ରମେ ସ୍କୁଲରେ ଶିକ୍ଷାଦାନ ଦିଆଯାଉ। ଏ ନେଇ ଜଳେଶ୍ବର ଶିକ୍ଷା ଗୋଷ୍ଠି ଅଧିକରିଣୀ ପ୍ରାଚୀ ତନୟା ଗିରି କହିଛନ୍ତି ଅନଲାଇନ୍ ବ୍ୟବସ୍ଥାରେ ସବୁ ଛାତ୍ରଛାତ୍ରୀ ପାଠପଢା ସୁବିଧା ପାଉ ନ ଥିବା କଥା ସତ। କିନ୍ତୁ ଜିଲ୍ଲା ସ୍ତରୀୟ ଏକ ମନିଟରିଂ କମିଟିର ବ୍ୟବସ୍ତା କରାଯାଇଛି। କମିଟି ଏକ ସପ୍ତାହ ଅନୁଧ୍ୟାନ କରିଲା ପରେ କିଭଳି ସମସ୍ତ ପିଲା ଏହି ଶିକ୍ଷା ଦ୍ୱରା ଉପକୃତ ହୋଇପାରିବେ ସେ ନେଇ କାର୍ୟ୍ୟ ପନ୍ଥା ଗ୍ରହଣ କରାଯିବ।ତେବେ ସ୍କୁଲ କେବେ ଖୋଲିବ ସେ ନେଇ ସରକାର ଯାହା ନିଷ୍ପତ୍ତି ନେବେ ସେ ଅନୁସାରେ ପଦକ୍ଷେପ ନିଆଯିବ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

22 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର