ସାଇକେଲ ଉପରେ ଚଢ଼ିଗଲା ପିକଅପ୍ ଭ୍ୟାନ, ଆରୋହୀ ମୃତ

The Sakala Picture
Published On

ବାଲେଶ୍ୱର(ଉତ୍ତର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ବର- ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକ ଠାରେ ସାଇକେଲ ଉପରକୁ ଏକ ପିକଅପ ଭ୍ୟାନ ମାଡିଯିବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ ଦାବି ଏବଂ ଦୃତ ଗାଡ଼ି ଚଳାଚଳକୁ ବିରୋଧ କରି ରାସ୍ତା ରୋକ୍ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ କଣ୍ଠାଳିଆ ଛକ ନିକଟରେ […]

ବାଲେଶ୍ୱର(ଉତ୍ତର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ବର- ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକ ଠାରେ ସାଇକେଲ ଉପରକୁ ଏକ ପିକଅପ ଭ୍ୟାନ ମାଡିଯିବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ ଦାବି ଏବଂ ଦୃତ ଗାଡ଼ି ଚଳାଚଳକୁ ବିରୋଧ କରି ରାସ୍ତା ରୋକ୍ କରିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ କଣ୍ଠାଳିଆ ଛକ ନିକଟରେ ନହରା ଗ୍ରାମର ଖଗେନ୍ଦ୍ର ଭୁଇଁୟା ଘୋରକୁ ସାଇକେଲ ଯୋଗେ ଫେରୁଥିବା ବେଳେ ଇଲେକ୍ଟ୍ରି ବିଭାଗର ଗାଡ଼ି ତାଙ୍କ ଉପରକୁ ଚଢି ଯାଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କରିଲା ବେଳକୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପିକଅପରେ ଥିବା ଇଲେକ୍ଟ୍ରି ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ଦୋଉଡିରେ ଖୁଣ୍ଟରେ ବାନ୍ଧି ଦେଇଥିବା ବେଳେ। ଉତ୍ୟକ୍ତ ଲୋକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ଵରେ ଅଟକିଛି ସତାଧିକ ଗାଡ଼ି। କମର୍ଦ୍ଦା ପୁଲିସ ପହଞ୍ଚି ଘଟଣା ତଦନ୍ତ କରିବା ଶହ ଲୋକଙ୍କୁ ବୁଝାସୁଝା କରୁଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର