ଦେଢ଼ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

The Sakala Picture
Published On

ଜଳେଶ୍ବର: ଜଳେଶ୍ଵରରୁ ପୁଣି ଦେଢ଼ କେଜି ବ୍ରାଉନ ସୁଗାର ଜବତ। ଏସ ଟି ଏଫ ଦ୍ଵାରା ତିନି ଜଣ ଗିରଫ।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏସ ଟି ଏଫ ଭୁବନେଶ୍ୱର ଲିଙ୍କକୁ ଆଧାର କରି ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଠାରୁ ୧୦୦ ମିଟର ବ୍ୟବଧାନରେ ଥିବା ଚୈତନ୍ୟ ସାହୁ ଛକ ନିକଟରେ ଥିବା ଶ୍ରୀଦୁର୍ଗା ହାର୍ଡୱେର ଦୋକାନ ଉପରେ ଦୁଇ […]

ଜଳେଶ୍ବର: ଜଳେଶ୍ଵରରୁ ପୁଣି ଦେଢ଼ କେଜି ବ୍ରାଉନ ସୁଗାର ଜବତ। ଏସ ଟି ଏଫ ଦ୍ଵାରା ତିନି ଜଣ ଗିରଫ।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏସ ଟି ଏଫ ଭୁବନେଶ୍ୱର ଲିଙ୍କକୁ ଆଧାର କରି ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଠାରୁ ୧୦୦ ମିଟର ବ୍ୟବଧାନରେ ଥିବା ଚୈତନ୍ୟ ସାହୁ ଛକ ନିକଟରେ ଥିବା ଶ୍ରୀଦୁର୍ଗା ହାର୍ଡୱେର ଦୋକାନ ଉପରେ ଦୁଇ ମହଲାରେ ଥିବା ଏକ ଦୋକାନରୁ ଚଢ଼ାଉ କରାଯାଇଥିଲା। ତାଙ୍କ ସହିତ ଜଳେଶ୍ୱର ପୁଲିସ ଓ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ରମ ଚଢ଼ାଉରେ ସହଯୋଗ କରିଥିଲେ।ତେବେ ବ୍ରାଉନ ଦେଣନେଣ ବେଳେ ୩ ବ୍ରାଉନ ସୁଗାର ବେପାରୀ ସହିତ ବ୍ରାଉନ ସୁଗାର ଜବତ କରିଥିଲା ଏସ ଟି ଏଫ ଟିମ। ଗିରଫ ଯୁବକ ମାନେ ହେଲେ ବ୍ରାଉନ ସୁଗାର ବେପାରୀ ଝାଡେଶ୍ୱରପୁର ଅଂଚଳର ସେକ ସବଜାନ ଓ ତାଙ୍କର ସହୋଯଗୀ ପଥରପୁରା ଅଂଚଳର ଉପେନ୍ଦ୍ର ସାହୁଙ୍କ ପୁଅ ପିଣ୍ଟୁ ସାହୁ ଏବଂ ଦିବାକର ଦାସଙ୍କ ପୁଅ କୁନା ଦାସ ବୋଲି ଜଣା ପଡିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ବାଲେଶ୍ୱର ଜଳେଶ୍ଵର ଅଞ୍ଚଳ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟର ପୋଡେଶୀ ରାଜ୍ୟ ହୋଇଥିଲା ବେଳେ ଅବାଧରେ ଜଳେଶ୍ୱର ମଧ୍ୟକୁ ବ୍ରାଉନସୁଗାର ପ୍ରବେଶ କରୁଛି।ଜଳେଶ୍ୱର ସହର ବ୍ରାଉନସୁଗାର ବେପାରର ପେଣ୍ଠସ୍ଥଳୀ ହୋଇଥିଲା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଏଠାରୁ ଅବାଧରେ ବେପାରୀ ମାନଙ୍କ ପାଖକୁ ପଠା ଯାଉଛି। ତେବେ ଏଠାରେ ପ୍ରଶ୍ନ ଉଙ୍କି ମାରୁଛି କି ଜଳେଶ୍ୱର ସହରର ଥାନା ଓ ଅବକାରୀ ବିଭାଗର ମଧ୍ୟ ଭାଗରେ ବ୍ରାଉନ ସୁଗାର ବେପାର ଚାଲିଥିଲା ବେଳେ ଏସ ଟି ଏଫ ଚଢ଼ାଉ କରି ବ୍ରାଉନ ସୁଗାର ବେପାରୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ବେଳେ କେମିତି ଅବକାରୀ ବିଭାଗ ଓ ପୁଲିସ ଟେର ପାଇଲେ ନାହିଁ ? ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର