କଙ୍ଗାରୁ କୋର୍ଟ: ଗାଁ ଲୋକଙ୍କ ଅତ୍ୟାଚାରରେ ଘରଦ୍ୱାର ଛାଡି ୪ ମାସ ହେଲା ଭଡା ଘରେ ରହୁଛନ୍ତି ଏକ ଦମ୍ପତ୍ତି

The Sakala Picture
Published On

ବାଲିଆପାଳ: ଏକ ବିଂଶ ଶତାବ୍ଦିରେ ଆଇନର ପରିସୀମା ଏବଂ ସମାଜର ଚିତ୍ର ବଦଳି ଥିଲେ ମଧ୍ୟ ଗାଁ ଗହଳିରେ ଏବେ ବି ଚାଲିଛି କଙ୍ଗାରୁ କୋର୍ଟ । ଦୁର୍ବଳ ଉପରେ ହେଉଛି ସବଳର ଅତ୍ୟାଚାର । ପୁଲିସ ଦେଇ ପାରୁନି ନ୍ୟାୟ କିମ୍ବା ସୁରକ୍ଷା । ଏହି ଭଲି ଏକ ଘଟଣାରେ ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ନେପୁରା ଗ୍ରାମରେ ଏକ ପରିବାରକୁ ଗ୍ରାମବାସୀ ଏକ ଘରିଆ କରିଛନ୍ତି । ଗ୍ରାମବାସୀଙ୍କ ଅତ୍ୟାଚାରରେ ଘରଦ୍ୱାର ଛାଡି ୭ […]

ବାଲିଆପାଳ: ଏକ ବିଂଶ ଶତାବ୍ଦିରେ ଆଇନର ପରିସୀମା ଏବଂ ସମାଜର ଚିତ୍ର ବଦଳି ଥିଲେ ମଧ୍ୟ ଗାଁ ଗହଳିରେ ଏବେ ବି ଚାଲିଛି କଙ୍ଗାରୁ କୋର୍ଟ । ଦୁର୍ବଳ ଉପରେ ହେଉଛି ସବଳର ଅତ୍ୟାଚାର । ପୁଲିସ ଦେଇ ପାରୁନି ନ୍ୟାୟ କିମ୍ବା ସୁରକ୍ଷା । ଏହି ଭଲି ଏକ ଘଟଣାରେ ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ନେପୁରା ଗ୍ରାମରେ ଏକ ପରିବାରକୁ ଗ୍ରାମବାସୀ ଏକ ଘରିଆ କରିଛନ୍ତି । ଗ୍ରାମବାସୀଙ୍କ ଅତ୍ୟାଚାରରେ ଘରଦ୍ୱାର ଛାଡି ୭ କି.ମି. ଦୂର ବାଲିଆପାଳରେ ଦିର୍ଘ ୪ ମାସ ଧରି ଏକ ଭଡା ଘରେ ରହୁଛନ୍ତି ଏକ ଦମ୍ପତ୍ତି । ଗ୍ରାମବାସୀଙ୍କ ଭୟରେ ଏକ ମାତ୍ର ପୁଅର ବାହାଘର ମଧ୍ୟ ଗ୍ରାମରେ କରି ନ ପାରି ବାଲିଆପାଳରେ କରିବାକୁ ବାଧ୍ୟ ହୋଇଛନ୍ତି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଏହି ଦମ୍ପତ୍ତି ସେମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାର କାହାଣୀ ବର୍ଣ୍ଣନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୂଚନା ଅନୁସାରେ, ନେପୁରା ଗ୍ରାମରେ ରହନ୍ତି ଅମୂଲ୍ୟ ଦେଙ୍କ ପରିବାର । ଅମୂଲ୍ୟଙ୍କ ପତ୍ନୀ ଅହଲ୍ୟା ଦେ ଦେଇଥିବା ବୟାନ ଅନୁସାରେ ତାଙ୍କର ବଡ ଝିଅ ହରିପ୍ରିୟା ୨୦ ବର୍ଷ ତଳେ ଏହି ଗ୍ରାମର ଗଦାଧର ଦେଙ୍କ ପୁଅ ରାଜୀବ ଦେ ଭଲ ପାଇ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ଛୋଟ ପୁଅକୁ ହରିପ୍ରିୟା ନିଜ ବାପ ଘରେ ଛାଡି ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ରାଜୀବ ଏକ କମ୍ପାନୀରେ ଭଲ ଦରମାର ଚାକିରି କରୁଥିଲେ । ପୁଅ ଅଜା ଘରେ ରହି ମ୍ୟାଟ୍ରିକ ପାସ କରିବା ପରେ ବାପା ମାଙ୍କ ପାଖକୁ ଦିଲ୍ଲି ଚାଲିଯାଇଥିଲା ।

ତେବେ ଗତ ୨୦୨୧ ଏପ୍ରିଲ ୧୧ରେ ରାଜୀବ ଦିଲ୍ଲୀରେ ରହୁଥିବା ଫ୍ଲାଟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । କିନ୍ତୁ ହରିପ୍ରିୟା ଏହି ଖବର ନିଜ ଶାଶୁ ଘରକୁ ଜଣାଇ ନ ଥିଲେ । ଦିଲ୍ଲିରେ ରହୁଥିବା ରାଜୀବଙ୍କର ଅନ୍ୟ ଜଣେ ଛୋଟ ଭାଇ ଦୁଇ ଦିନ ପରେ ଏହି ଖବର ଘରକୁ ପଠାଇ ଥିଲେ । ଦିଲ୍ଲୀରେ ଶବ ପୋଷ୍ଟମର୍ଟମ ହେବା ପରେ ଗଦାଧରଙ୍କ ପରିବାର ସମେତ ଗ୍ରାମବାସୀ ରାଜୀବଙ୍କ ଶବକୁ ଗାଁକୁ ଆଣିବାକୁ ଚାହିଁଥିଲେ । କିନ୍ତୁ ଦିଲ୍ଲିରେ ରାଜୀବଙ୍କ ଅନ୍ତିମ ସତ୍କାର କରାଯାଇଥିଲା । ଗ୍ରାମରେ ରହୁଥିବା ନିଜ ମା ଅହଲ୍ୟାଙ୍କ ପ୍ରରୋଚନାରେ ପତ୍ନୀ ହରିପ୍ରିୟା ଦିଲ୍ଲୀରେ ନିଜ ସ୍ୱାମୀଙ୍କୁ ହତ୍ୟା କରି ଫାଶୀର ରୂପ ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ଅମୂଲ୍ୟ ଏବଂ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଗ୍ରାମ୍ୟ ବିଚାରକୁ ଡାକି ହରିପ୍ରିୟା ଏବଂ ତାଙ୍କ ପୁଅକୁ ଗାଁକୁ ଡକାଇ ପ୍ରକୃତ ସତ୍ୟ ଉନ୍ମୋଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅମୂଲ୍ୟ କିନ୍ତୁ ଏଥିରେ ଅସମର୍ଥ ପ୍ରକାଶ କରିବାରୁ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହେଲା । ତାଙ୍କୁ ଘର ଛାଡି ଅନ୍ୟ ଆଡେ ରହିବାକୁ କୁହା ଗଲା । କିଛି ଦିନ ସେ ନିକଟସ୍ଥ ଖପରାପଦା ଗ୍ରାମରେ ଏକ ଭଡା ଘରେ ରହିଥିଲେ । ସେଠାରେ ମଧ୍ୟ ତାଙ୍କୁ ଗାଳି ଗୁଲଜ ଏବଂ ମାରିବାର ଧମକ ଦିଆ ଯିବାରୁ ଶେଷରେ ସେ ବାଧ୍ୟ ହୋଇ ବାଲିଆପାଳ ଯାଇ ଦିର୍ଘ ୪ ମାସ ହେଲା ଏକ ଭଡା ଘରେ ରହୁଛନ୍ତି । ଏପରିକି ତାଙ୍କର ରେସନ କାର୍ଡ ଥିଲେ ମଧ୍ୟ ତାଙ୍କୁ ରେସନ ଆଣିବାକୁ ଦିଆ ଯାଉ ନାହିଁ ।

ଗତ ଜୁନ ୨୬ରେ ସେ ଗାଁକୁ ରେସନ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ  କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏ ନେଇ ସେ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ଥାନା କେସ ନଂ ୧୧୦/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ଚୁପ ହୋଇ ବସିଛି । କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଦିଲ୍ଲିରେ ଘଟିଥିବା ଘଟଣାକୁ ନେଇ ତାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଅମୂଲ୍ୟ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ନିଜ ବାଡିରେ ଲଗାଇ ଥିବା ଫଲ ପନିପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଗ୍ରାମବାସୀ ନେଇଯିବାକୁ ବସିଲେଣି । ତାଙ୍କୁ ନ୍ୟାୟ ନ ମିଳିଲେ ବାଲେଶ୍ୱର ଏସ.ପିଙ୍କ ଅଫିସ ଆଗରେ ସ୍ୱାମୀଙ୍କ ସହ ଆତ୍ମହୁତି ଦେବେ ବୋଲି ଅହଲ୍ୟା ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଗଦାଧର ଦେଙ୍କ ପରିବାର ପକ୍ଷରୁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରାଯାଇଛି । ହରିପ୍ରିୟା ନିଜ ମାଆ ଅହଲ୍ୟା ସହିତ ମିଶି ଷଡଯନ୍ତ୍ର କରି ରାଜୀବଙ୍କୁ ଦିଲ୍ଲୀରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

 

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର