ଆକାଶରୁ ଖସିଲା ମୃତ୍ୟୁ : ବଜ୍ରପାତରେ ଚାଲିଗଲା ୩ ଜୀବନ

The Sakala Picture
Published On

ବାଲେଶ୍ବର/ଯାଜପୁର : ଆଜି ରାଜ୍ୟରେ ବଜ୍ରପାତରେ ୩ ଜଣଙ୍କର ଜୀବନ ଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୨ ଜଣ ରହିଥିବା ବେଳେ ଜଣେ ବାଲେଶ୍ବର ଜିଲ୍ଲାରୁ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି- ଚନ୍ଦନ ମଲିକ (୧୬) ଓ ବାଞ୍ଛାନିଧି ମଲିକ (୧୯)। ସେମାନଙ୍କ ଘର ଧର୍ମଶାଳା ବ୍ଲକ୍‌ ମଧୁପୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗାଁରେ। ମଧ୍ୟାହ୍ଣ ସମୟରେ ଗାଁ […]

ବାଲେଶ୍ବର/ଯାଜପୁର : ଆଜି ରାଜ୍ୟରେ ବଜ୍ରପାତରେ ୩ ଜଣଙ୍କର ଜୀବନ ଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୨ ଜଣ ରହିଥିବା ବେଳେ ଜଣେ ବାଲେଶ୍ବର ଜିଲ୍ଲାରୁ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ

ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି- ଚନ୍ଦନ ମଲିକ (୧୬) ଓ ବାଞ୍ଛାନିଧି ମଲିକ (୧୯)। ସେମାନଙ୍କ ଘର ଧର୍ମଶାଳା ବ୍ଲକ୍‌ ମଧୁପୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗାଁରେ। ମଧ୍ୟାହ୍ଣ ସମୟରେ ଗାଁ ନିକଟ କୁଲାବେଙ୍ଗି ପାଟରୁ ଘାସ ଆଣିବାକୁ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି ଏବଂ ବାବନ ମଲିକଙ୍କ ପୁଅ ଚନ୍ଦନ ମଲିକ ଯାଇଥିଲେ। ଆଉ ଘାସ କାଟି ଫେରୁଥିବାବେଳେ ଏକ ଗଛମୂଳେ ବସିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ।ଗାଁ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଭେଣ୍ଡିଆ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ଯେଉଁ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ସେ ଖଇରା ବ୍ଲକ ନୟାଖଣ୍ଡୀ ପଂଚାୟତ ଅଧୀନ କଅଁଳଖୁଣ୍ଟା ଗାଁର ବିବେକାନନ୍ଦ ଖୁଣ୍ଟିଆ (୪୭) । ବଜ୍ରପାତ ସମ‌ୟରେ ସେ ନିଜ ସାନଭାଇ ଶମ୍ଭୁନାଥଙ୍କ ସହିତ ବିଲରେ କାମ କରୁଥିଲେ। ତାଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବିବେକାନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

04 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର