ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମିଶନଶକ୍ତି ଜରିଆରେ ଛତୁଚାଷ କରି ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି ବାଗଦା ଗ୍ରାମର ୧୩୫ ମହିଳା

The Sakala Picture
Published On

ଭୋଗରାଇ(ଦିଲ୍ଲୀପ ଦାସ): ପ୍ରଥମେ କିଛି ମାସ ସାମାନ୍ୟ କ୍ଷତି ସହିବାକୁ ପଡୁଥିଲା। ମାତ୍ର ସେଥିରେ ଧର୍ଯ୍ୟ ନ ହରାଇ ଦୃଢ଼ମନା ସହକାରେ ଚାଷ କାର୍ଯ୍ୟ ଚଳାଇ ରଖିଥିଲେ। ଏବେ ସେହି ଚାଷରୁ ମାସକୁ ଜଣକ ପ୍ରତି ପାଖାପାଖି ୨ହଜାର ଟଙ୍କା ରୋଜଗାର କରୁଛନ୍ତି। ଭୋଗରାଇ ବ୍ଲକ ବାଗଦା ଗ୍ରାମର ୧୩୫ ଜଣ ମହିଳା କ୍ରିଷ୍ଣା ଜେନାଙ୍କ ସହଯୋଗରେ ଛତୁଚାଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚର୍ଚ୍ଚାରେ ଅଛନ୍ତି। ମିଶନଶକ୍ତି ଜରିଆରେ ଗାଁର ମହିଳାମାନେ ରୋଜଗାର […]

ଭୋଗରାଇ(ଦିଲ୍ଲୀପ ଦାସ): ପ୍ରଥମେ କିଛି ମାସ ସାମାନ୍ୟ କ୍ଷତି ସହିବାକୁ ପଡୁଥିଲା। ମାତ୍ର ସେଥିରେ ଧର୍ଯ୍ୟ ନ ହରାଇ ଦୃଢ଼ମନା ସହକାରେ ଚାଷ କାର୍ଯ୍ୟ ଚଳାଇ ରଖିଥିଲେ। ଏବେ ସେହି ଚାଷରୁ ମାସକୁ ଜଣକ ପ୍ରତି ପାଖାପାଖି ୨ହଜାର ଟଙ୍କା ରୋଜଗାର କରୁଛନ୍ତି। ଭୋଗରାଇ ବ୍ଲକ ବାଗଦା ଗ୍ରାମର ୧୩୫ ଜଣ ମହିଳା କ୍ରିଷ୍ଣା ଜେନାଙ୍କ ସହଯୋଗରେ ଛତୁଚାଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚର୍ଚ୍ଚାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ମିଶନଶକ୍ତି ଜରିଆରେ ଗାଁର ମହିଳାମାନେ ରୋଜଗାର କରିବାର ରାସ୍ତା ପାଇଛନ୍ତି। ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି। ଗାଁ ପ୍ରଥମେ ୧୦ଜଣ ମହିଳା ମିଶି ୫୦ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରିଥିଲେ ଛତୁ ଚାଷ। ପରେ ସେହି ଗାଁର ବିଭିନ୍ନ ଗୋଷ୍ଠୀର ୧୩୫ରୁ ଅଧିକ ମହିଳା ମିଶି ସେହି ଛତୁଚାଷ କଲେ। ମାତ୍ର ୨ ବର୍ଷ ଭିତରେ ଏହି ସବୁ ଗୋଷ୍ଠୀର ମହିଳାଙ୍କୁ ୩୦ଲକ୍ଷ ଟଙ୍କା ଲାଭାଂଶ ମିଳିଛି। ତେବେ ଏହି ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ମିଶନଶକ୍ତି ଦ୍ୱାରା ନିଯୁକ୍ତ ଥିବା ସିଆରପି କ୍ରିଷ୍ଣା ଜେନା। କ୍ରିଷ୍ଣାଙ୍କ ପ୍ରଚେଷ୍ଟା ଓ ଦିଗଦର୍ଶନରେ ମହିଳାମାନେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଏଭଳି ଉଦାହରଣ ସୃଷ୍ଟି କରିପାରିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁଣଦା ଗ୍ରାମପଞ୍ଚାୟତ ଅଧୀନ ବାଗଦା ଗାଁର ମହିଳାମାନେ। କ୍ରିଷ୍ଣା ୨୦୧୩ ମସିହାରେ ଦାହୁଣାଦା ପଞ୍ଚାୟତର ଜିପିଏଲଏଫରେ ସିଆରପି ଭାବରେ ନିଯୁକ୍ତି ପାଇବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ଜରିଆରେ ସେ ଛତୁ ଚାଷ କରିବା ପାଇଁ ତାଲିମ ନେଇଥିଲେ। ତାଲିମ ନେବା ପରେ କିଷ୍ଣା ଜେନାଙ୍କ ଅଧୀନରେ ଥିବା ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ଆଉ ୧୦୦ ଜଣ ମହିଳା ଏହି ଛତୁ ଚାଷ ବିଷୟରେ ପ୍ରଶିକ୍ଷଣ ନେଇ ମିଳିତ ଭାବେ ଛତୁ ଚାଷ ଆରମ୍ଭ କରିଥିଲେ। ଛତୁ ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ ପ୍ରତିଦିନ ପ୍ରାୟ ୫୦ରୁ ୬୦କେଜି ଛତୁ ଅମଳ ହୋଇଥାଏ। ଏହି ଚାଷ କରି ଏବେ ମହିଳାମାନେ ସ୍ୱାବଲମ୍ୱୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

26 Nov 2023 By The Sakala

ମିଶନଶକ୍ତି ଜରିଆରେ ଛତୁଚାଷ କରି ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି ବାଗଦା ଗ୍ରାମର ୧୩୫ ମହିଳା

ଭୋଗରାଇ(ଦିଲ୍ଲୀପ ଦାସ): ପ୍ରଥମେ କିଛି ମାସ ସାମାନ୍ୟ କ୍ଷତି ସହିବାକୁ ପଡୁଥିଲା। ମାତ୍ର ସେଥିରେ ଧର୍ଯ୍ୟ ନ ହରାଇ ଦୃଢ଼ମନା ସହକାରେ ଚାଷ କାର୍ଯ୍ୟ ଚଳାଇ ରଖିଥିଲେ। ଏବେ ସେହି ଚାଷରୁ ମାସକୁ ଜଣକ ପ୍ରତି ପାଖାପାଖି ୨ହଜାର ଟଙ୍କା ରୋଜଗାର କରୁଛନ୍ତି। ଭୋଗରାଇ ବ୍ଲକ ବାଗଦା ଗ୍ରାମର ୧୩୫ ଜଣ ମହିଳା କ୍ରିଷ୍ଣା ଜେନାଙ୍କ ସହଯୋଗରେ ଛତୁଚାଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚର୍ଚ୍ଚାରେ ଅଛନ୍ତି।

ମିଶନଶକ୍ତି ଜରିଆରେ ଗାଁର ମହିଳାମାନେ ରୋଜଗାର କରିବାର ରାସ୍ତା ପାଇଛନ୍ତି। ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି। ଗାଁ ପ୍ରଥମେ ୧୦ଜଣ ମହିଳା ମିଶି ୫୦ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରିଥିଲେ ଛତୁ ଚାଷ। ପରେ ସେହି ଗାଁର ବିଭିନ୍ନ ଗୋଷ୍ଠୀର ୧୩୫ରୁ ଅଧିକ ମହିଳା ମିଶି ସେହି ଛତୁଚାଷ କଲେ। ମାତ୍ର ୨ ବର୍ଷ ଭିତରେ ଏହି ସବୁ ଗୋଷ୍ଠୀର ମହିଳାଙ୍କୁ ୩୦ଲକ୍ଷ ଟଙ୍କା ଲାଭାଂଶ ମିଳିଛି। ତେବେ ଏହି ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ମିଶନଶକ୍ତି ଦ୍ୱାରା ନିଯୁକ୍ତ ଥିବା ସିଆରପି କ୍ରିଷ୍ଣା ଜେନା। କ୍ରିଷ୍ଣାଙ୍କ ପ୍ରଚେଷ୍ଟା ଓ ଦିଗଦର୍ଶନରେ ମହିଳାମାନେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଏଭଳି ଉଦାହରଣ ସୃଷ୍ଟି କରିପାରିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁଣଦା ଗ୍ରାମପଞ୍ଚାୟତ ଅଧୀନ ବାଗଦା ଗାଁର ମହିଳାମାନେ। କ୍ରିଷ୍ଣା ୨୦୧୩ ମସିହାରେ ଦାହୁଣାଦା ପଞ୍ଚାୟତର ଜିପିଏଲଏଫରେ ସିଆରପି ଭାବରେ ନିଯୁକ୍ତି ପାଇବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ଜରିଆରେ ସେ ଛତୁ ଚାଷ କରିବା ପାଇଁ ତାଲିମ ନେଇଥିଲେ। ତାଲିମ ନେବା ପରେ କିଷ୍ଣା ଜେନାଙ୍କ ଅଧୀନରେ ଥିବା ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ଆଉ ୧୦୦ ଜଣ ମହିଳା ଏହି ଛତୁ ଚାଷ ବିଷୟରେ ପ୍ରଶିକ୍ଷଣ ନେଇ ମିଳିତ ଭାବେ ଛତୁ ଚାଷ ଆରମ୍ଭ କରିଥିଲେ। ଛତୁ ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ ପ୍ରତିଦିନ ପ୍ରାୟ ୫୦ରୁ ୬୦କେଜି ଛତୁ ଅମଳ ହୋଇଥାଏ। ଏହି ଚାଷ କରି ଏବେ ମହିଳାମାନେ ସ୍ୱାବଲମ୍ୱୀ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର