ମନୋରଞ୍ଜନ
ଓଡ଼ିଶାରେ ରହିଛି ଏଭଳି ଏକ ପରିବା ହାଟ, ଯାହାକି ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ବସିଥାଏ…
ବଲାଙ୍ଗିର(ଅଭିଳାଷ ହୋତା): ମଧ୍ୟରାତ୍ରୀରେ ପରିବା ହାଟ ବସିବା ଶୁଣିବାକୁ ହୁଏତ ଅଜବ ଲାଗୁଥାଇପାରେ କିନ୍ତୁ ବଲାଙ୍ଗିର ଜିଲ୍ଲାରେ ରହିଛି ଏଭଳି ଏକ ପରିବା ହାଟ ଯାହାକି ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ବସିଥାଏ । ଏହି ହାଟରେ ପରିବା ଚାଷୀମାନେ ସିଧାସଳଖ ନିଜ କ୍ଷେତରୁ ସଜ ପନିପରିବା ଆଣି ବିକ୍ରୟ କରିଥାନ୍ତି । ଏହି ହାଟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସଳଖାଇବାରେ ମଧ୍ୟ ବେଶ ସହାୟକ ହୋଇଛି । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସୁକତେଲ ନଦୀ ନିକଟରେ […]
ବଲାଙ୍ଗିର(ଅଭିଳାଷ ହୋତା): ମଧ୍ୟରାତ୍ରୀରେ ପରିବା ହାଟ ବସିବା ଶୁଣିବାକୁ ହୁଏତ ଅଜବ ଲାଗୁଥାଇପାରେ କିନ୍ତୁ ବଲାଙ୍ଗିର ଜିଲ୍ଲାରେ ରହିଛି ଏଭଳି ଏକ ପରିବା ହାଟ ଯାହାକି ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ବସିଥାଏ । ଏହି ହାଟରେ ପରିବା ଚାଷୀମାନେ ସିଧାସଳଖ ନିଜ କ୍ଷେତରୁ ସଜ ପନିପରିବା ଆଣି ବିକ୍ରୟ କରିଥାନ୍ତି । ଏହି ହାଟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସଳଖାଇବାରେ ମଧ୍ୟ ବେଶ ସହାୟକ ହୋଇଛି ।
ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସୁକତେଲ ନଦୀ ନିକଟରେ ରହିଛି ଚନ୍ଦନଭାଟି ଗାଁ । ଏହି ଗାଁରେ ପ୍ରତିଦିନ ମଧ୍ୟରାତ୍ରରେ ପରିବା ହାଟ ବସିଥାଏ । ରାତ୍ରି ପ୍ରାୟ ୧୨ଟାରୁ ଏହି ହାଟ ବସୁଥିବା ବେଳେ ଭୋର ୪ରୁ ୫ଟା ପର୍ଯ୍ୟନ୍ତ ବସିଥାଏ । ସ୍ଥାନୀୟ ଲୋକେ ରାତିରେ ପରିବା କିଣାକିଣି କରିଥାନ୍ତି । ବିଶେଷ କରି ଏହି ହାଟରେ ପରିବା ବ୍ୟବସାୟୀଙ୍କ ବେଶ ଭିଡ ଦେଖିବାକୁ ମିଲିଥାଏ । ସୂଚନା ଅନୁସାରେ ପ୍ରାୟ ୧୦ ବର୍ଷ ପୂର୍ବରୁ ଏହି ପରିବା ହାଟ ବସିବା ଆରମ୍ଭ ହୋଇଥିଲା । କିଛି ପରିବା ଚାଷୀ ରାତିରେ ବ୍ୟବସାୟୀମାନଙ୍କୁ ନିଜ ଜମିର ପରିବା ଆଣି ଦେଉଥିଲେ । ଧିରେ ଧିରେ ଉଭୟ ଚାଷୀ ଓ ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ହାଟ ବସିଥିଲା ।
ଚନ୍ଦନଭାଟି, ଦୁଆନପାଲି, ଜାମୁଟିଆ, କୁଶମେଲ, ଉପରବାହାଲ, ଲଙ୍କାବାହାଲ, କୁଶଙ୍ଗ ଅଞ୍ଚଳର ଚାଷୀମାନେ ଦିନସାରା ପରିବା ତୋଳି ରାତିରେ ବିକ୍ରି କରିବାକୁ ଆସିଥାନ୍ତି । କେବଳ ଏତିକି ନୁହଁ କିଛି ବର୍ଷ ହେଲା ବଡ ବଡ ଗାଡିମାନଙ୍କରେ ରାଜ୍ୟ ବାହାରର ଚାଷୀମାନେ ମଧ୍ୟ ପରିବା ବିକ୍ରି କରିବାକୁ ଏହି ହାଟକୁ ଆସୁଥିବା ଦେଖିବାକୁ ମିଲିଛି । ବିଶେଷ କରି ବଲାଙ୍ଗିର ସହର, ଭୁବନେଶ୍ୱର, କଟକ, ବ୍ରହ୍ମପୁର ତଥା ରାଜ୍ୟ ବାହାର ବ୍ୟବସାୟୀମାନେ ଆସି ଚାଷୀଙ୍କଠାରୁ ସୁଲଭ ଦରରେ ପରିବା କିଣିଥାନ୍ତି । ଏଠାରୁ କିଣିବା ପରେ ପୁଣି ତାକୁ ନେଇ ଅନ୍ୟତ୍ର ବିକ୍ରୟ କରିଥାନ୍ତି । ଅନ୍ୟପକ୍ଷରେ ପରିବା ତୋଳିବା ପରେ ଚାଷୀ ପାଇଁ ଏକ ବଡ ସମସ୍ୟା ହେଉଛି ବଜାର । ଅନ୍ୟତ୍ର ଯାଇ ବଜାରରେ ବିକ୍ରି କରିବା ଅପେକ୍ଷା ଗୋଟିଏ ସ୍ଥାନରେ ବ୍ୟବସାୟୀଙ୍କୁ ପରିବା ବିକ୍ରି କରିବା ଅଧିକ ସହଜ ହୋଇଥିବାରୁ ଚାଷୀମାନେ ମଧ୍ୟ ଏହି ପରିବା ହାଟ ଉପରେ ନିର୍ଭର କରୁଥିବା କହିଛନ୍ତି । ଏହାଦ୍ୱାରା ତାଙ୍କ ପାଇଁ ଏକ ସହଜ ବଜାର ବ୍ୟବସ୍ଥା ହୋଇଥିବା ବେଳେ ତାଙ୍କର ଆର୍ଥିକ ମେରୁଦଣ୍ଡ ମଧ୍ୟ ସଳଖିଛି । ଭଲ ଦୁଇ ପଇସା ରୋଜଗାର କରିବା ସହ ପରିବା ଚାଷ ପାଇଁ ଉତ୍ସାହ ମଧ୍ୟ ବୃଦ୍ଧି ପାଇଥିବା ଚାଷୀମାନେ କହନ୍ତି ।