ରାଜଧାନୀରେ ସାପବିଷ କାରବାରର ଆନ୍ତର୍ଜାତିକ ଲିଙ୍କ୍;‌ ବନ ବିଭାଗର ଶିରପୀଡ଼ା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ!

The Sakala Picture
Published On

ଭୁବନେଶ୍ୱର/ବଲାଙ୍ଗିର: ରାଜଧାନୀରେ ଧରା ପଡ଼ିଥିବା ସାପ ବିଷ କାରବାରର ଚେର ଆନ୍ତର୍ଜାତକ ବଜାରକୁ ଲମ୍ବିଛି। ପ୍ରାଥମିକ ପର୍ଯ୍ୟାୟରେ ବନ ବିଭାଗ ଏକଥା ସୂଚନା ପାଇବା ପରେ ଅଧିକ ତଦନ୍ତ ପାଇଁ ଜବଲପୁର ସ୍ଥିତ ୱାଇଲ୍ଡଲାଇଫ୍‍ କ୍ରାଇମ୍‍ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଅଫିସକୁ ଚିଠି ଲେଖିଛି। ଏହାସହ ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କୁ ମଧ୍ୟ ଘଟଣାର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଅନୁରୋଧ କରିଛି। ଆଇନଗତ ପ୍ରାବଧାନ ଅନୁସାରେ, ଭୁବନେଶ୍ୱରରେ ଧରାପଡ଼ିଥିବା Ñକେଟ୍‍୍‍ ସହ ବଲାଙ୍ଗିର ଲିଙ୍କ୍‌ ଥିବା […]

ଭୁବନେଶ୍ୱର/ବଲାଙ୍ଗିର: ରାଜଧାନୀରେ ଧରା ପଡ଼ିଥିବା ସାପ ବିଷ କାରବାରର ଚେର ଆନ୍ତର୍ଜାତକ ବଜାରକୁ ଲମ୍ବିଛି। ପ୍ରାଥମିକ ପର୍ଯ୍ୟାୟରେ ବନ ବିଭାଗ ଏକଥା ସୂଚନା ପାଇବା ପରେ ଅଧିକ ତଦନ୍ତ ପାଇଁ ଜବଲପୁର ସ୍ଥିତ ୱାଇଲ୍ଡଲାଇଫ୍‍ କ୍ରାଇମ୍‍ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଅଫିସକୁ ଚିଠି ଲେଖିଛି। ଏହାସହ ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କୁ ମଧ୍ୟ ଘଟଣାର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଅନୁରୋଧ କରିଛି। ଆଇନଗତ ପ୍ରାବଧାନ ଅନୁସାରେ, ଭୁବନେଶ୍ୱରରେ ଧରାପଡ଼ିଥିବା Ñକେଟ୍‍୍‍ ସହ ବଲାଙ୍ଗିର ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ସେଠାରେ ଖୋଳତାଡ଼ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଏକ ଟିମ୍‍ ଯାଇ ବଲାଙ୍ଗିରରେ ଡେରା ପକାଇଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ସୁରଜ ଦାସର ବାପା ସତ୍ୟନାରାୟଣ ଦାସ ଫେରାର ଥିବା ଜଣାଯାଇଛି। ଏଣେ ଜବତ ସାପବିଷ କେଉଁ ସାପର ତାହା ଜାଣିବା ପାଇଁ ଏହାକୁ କୋଲକାତା ସ୍ଥିତ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆର ପରୀକ୍ଷାଗାରକୁୁ ପଠାଯାଇଛି। ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ୍‍ ପକ୍ଷରୁ ଚଢ଼ଉ କରାଯାଇ ୧ ଲିଟର ୬୦୦ ମିଲିଲିଟର ସାପ ବିଷ ଜବତ କରିବା ଭଳି ଘଟଣା ଓଡିଶାରେ ବିରଳ। ପୂର୍ବରୁ ଯଦିଓ ସାପବିଷ ଜବତ ହୋଇଛି ହେଲେ ଏତେ ପରିମାଣର ସାପବିଷ କେବେ ଜବତ ହୋଇନାହିଁ। ଏ ବାବଦରେ ସିଟି ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ର କହିଛନ୍ତି, ଏବେ ଆମ ଆଗରେ ବଡ ଆହ୍ୱାନ ଓ ଅନେକ ପ୍ରଶ୍ନ। ସବୁଠୁ ବଡ଼ ପ୍ରଶ୍ନ, ଏତେ ପରିମାଣର ସାପ ବିଷ କେଉଁଠୁ ଆସିଲା, ଏଥିପାଇଁ କିଏ ଆର୍ଥିକ ପ୍ରୋତ୍ସାହନ ଦେଉଥିଲା ଓ ବିଷ କେଉଁ ଆଡକୁ ଯିବା ପାଇଁ ଡିଲ୍‍ ହେଉଥିଲା? ଏସବୁର ଉନ୍ମୋଚନ ଲାଗି ତନାଘନା ଚାଲିଛି। ସାପ ବିଷ କାରବାରରେ ବଲାଙ୍ଗିର ଯାଏଁ ଚେର ଲମ୍ବିଥିବାର ଲିଙ୍କ୍‍ ବି ଆମକୁ ମିଳିଛି। ଯଦିଓ ବିଷ କେଉଁ ସାପର ତାହା ଏ ଯାଏଁ ଜଣାପଡ଼ିନି; ଆମେ ଏହାକୁ ପରୀକ୍ଷା ପାଇଁ ଡେରାଡୁନ୍‍ ଓ କଲିକତା ସ୍ଥିତ ଜେଡଏସ୍‍ଆଇ ଲ୍ୟାବ୍‍କୁ ପଠାଇଛୁ। ଏବେ ଘଟଣାର ତଦନ୍ତ କ୍ରାଇମ୍‍ ବ୍ରାଞ୍ଚ ହାତକୁ ଯିବ କି ଆଉ କିଏ ନେବେ ସେକଥା ପିସିସିଏଫ୍‍ ୱାଇଲ୍ଡଲାଇଫ୍‍ ପକ୍ଷରୁ ନିଷ୍ପତ୍ତି ନିଆଯିବ।

ଏଣେ ଜବତ୍‍ ସାପର ଗରଳ ମୂଲ୍ୟକୁ ନେଇ ଗବେଷକମାନେ ଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ଜବଲପୁର ସ୍ଥିତ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆର ଗବେଷକମାନଙ୍କ କହିବା କଥା ସାପ ବିଷର ଓଡିଶାରେ ବଜାର ନାହିଁ ଓ ଏହା ବିଶେଷଭାବେ ଚାଇନା ଓ ସାଉଥ୍‍ଏସିଆ ଓ ୟରୋପୀୟ ଦେଶମାନଙ୍କୁ ଯାଇଥାଏ। ଏକଥା ସମସ୍ତେ ସାଧାରଣ ଭାବେ କହିଥାନ୍ତି। ହେଲେ ବଡ କଥା ବନ ବିଭାଗ ଏହି ଘଟଣାକୁ କାହିଁକି ନିଜେ ସମାଧାନ କରିବାକୁ ଚେଷ୍ଟା କରୁନାହିଁ। ଏତେ ପରିମାଣରେ ସାପ ବିଷ ଧରାପଡ଼ିବାର ଅର୍ଥ ଓଡ଼ିଶାରେ ଏହି ର‍୍ୟାକେଟ୍‍ ସକ୍ରିୟ ଅଛି। ଏନେଇ ଓଡ଼ିଶା ଜୈବବିବିଧତା ଆଇନ ଓ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ କଠୋର ଦଣ୍ଡବିଧାନର ନିୟମ ଥିଲେ ବି ଏନେଇ କାହିଁକି ଦୋଷୀଙ୍କ ବିରୋଧରେ ପଦକ୍ଷେପ ନିଆଯାଉନି। ସବୁଠାରୁ ବଡ କଥା ଆମେ ସାପ ବିଷର ଆନୁମାନିକ ମୂଲ୍ୟକୁ ସର୍ବସାଧାରଣରେ ଏଭଳି ପ୍ରଚାର କରିବାର ଅର୍ଥ ଆମେ ଅଯାଚିତ ଭାବେ ଲୋକଙ୍କୁ ଏଭଳି ଏକ ଅପରାଧ କରିବାକୁ ପ୍ରୋତ୍ସାହିତ କରାଯାଉଛି।

ଏ ବାବଦରେ ଆଇନଜୀବୀ ପ୍ରସନ୍ନ ବେହେରାଙ୍କ କହିବା କଥା ଭାରତରେ ଦେଖାଯାଉଥିିବା ସାପମାନେ ସାଧାରଣତଃ ୩ ଟି ସିଡ୍ୟୁଲ୍‍ରେ ଯାଇଥାନ୍ତି। ସିଡ୍ୟୁଲ୍‍ ୧, ସିଡ୍ୟୁଲ୍‍ ୨ ଓ ସିଡ୍ୟୁଲ୍‍ ୪। ତମ୍ପ, ଅହିରାଜ ଆଦି ସିଡଉ୍ୟଲ୍‍ ୧ ଓ ୨ରେ ଯାଇଥାନ୍ତି। ଏମାନଙ୍କୁ ବେଆଇନ ଭାବେ ଧରିବା ଏମାନଙ୍କ ଚାଲାଣ ଓ ଏମାନଙ୍କ ଠାରୁ ସାପ ବିଷ ସଂଗ୍ରହ କରିବା ଆଇନଗତ ଅପରାଧ। ଏଥିପାଇଁ ୩ରୁ ୭ ବର୍ଷର ଦଣ୍ଡ ବିଧାନ ସହ ୨୫ ହଜାର ଟଙ୍କାର ଜୋରିମାନା ପ୍ରବଧାନ ରହିଛି। ଏଭଳି ଅପରାଧ ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ଜାମିନ ନ ମିଳିବାର ବ୍ୟବସ୍ଥା ଅଛି। ସେହିପରି ଓଡିଶା ଜୈବବିବିଧତା ଅଧିନିୟମ ଅନୁସାରେ ଏଭଳି ଘଟଣା ସହ ଜଡିତ ଅପରାଧୀକୁ ୩ରୁ ୫ ବର୍ଷ ଯାଏଁ ଜାମିନ ବିହୀନ ଗିରଫଦାରି ସହ ଆର୍ଥିକ ଜୋରିମାନା ରହିଛି। ତେଣୁ ବନ ବିଭାଗ ଏହି ର‍୍ୟାକେଟ୍‍ର ରହସ୍ୟ ଉନ୍ମୋଚନ କରିବା ପାଇଁ ସମସ୍ତ ଦଫା ଲଗାଇ କଠୋର ଦଣ୍ଡ ବିଧାନ କରିବା ଦରକାର ଓ ଘଟଣାର ତଦନ୍ତ ବି ଭଲ ଭାବେ ହେବା ଦରକାର। ମିଳିଥିବା ସୂଚନା ଅନୁସାରେ ସାପବିଷରୁ ଆଣ୍ଟିବଡି ପ୍ରସ୍ତୁତ କରାଯିବା ସହ ଏହାକୁ ବିଭିନ୍ନ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ, ଗବେଷଣା, ଭାଇଗ୍ରା ଭଳି ଔଷଧ ଓ ନିଶା ଆଦିରେ ବ୍ୟବହାର କରାଯାଉଥିବା ଜଣାଯାଇଛି।

31 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର