ରାଜା ଘରେ ପାଳିତ ହେଲା ନୂଆଁଖାଇ : ବିବାଦ ଓ ରାଜନୀତିରୁ ଉର୍ଦ୍ଧ୍ବରେ ରହି ମିଶି କରି ନୂଆଁ ଖାଇଲେ ଦୁଇ ପରିବାର
ବଲାଙ୍ଗିର : ବୁଧବାର ସାରା ପଶ୍ଚିମ ଓଡିଶାରେ ଆଡମ୍ବର ସହକାରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ଏହି ଅବସରରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାର, ଗାଁ ର ସମସ୍ତେ ମିଶି ନୂଆଁ ଖାଇଥିଲେ । ନୂଆଁଖାଇ ପାଇଁ ଗାଁ ଠୁ ସହର ଚଳଚଞ୍ଚଳ ହୋଇଉଠିଥିବାବେଳେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଓ ଅନ୍ୟାନ୍ୟ ପ୍ରତିଯୋଗୀତା ତଥା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ […]
ବଲାଙ୍ଗିର : ବୁଧବାର ସାରା ପଶ୍ଚିମ ଓଡିଶାରେ ଆଡମ୍ବର ସହକାରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ଏହି ଅବସରରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାର, ଗାଁ ର ସମସ୍ତେ ମିଶି ନୂଆଁ ଖାଇଥିଲେ । ନୂଆଁଖାଇ ପାଇଁ ଗାଁ ଠୁ ସହର ଚଳଚଞ୍ଚଳ ହୋଇଉଠିଥିବାବେଳେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଓ ଅନ୍ୟାନ୍ୟ ପ୍ରତିଯୋଗୀତା ତଥା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ଆହୁରି ଉତ୍ସାହ ଆଣିଦେଇଥିଲା । ନବଜାତ ଶିଶୁ ଠାରୁ ଶଯ୍ୟାଶାୟୀ ପର୍ଯ୍ୟନ୍ତ ସମସ୍ତେ ନୂଆଁ ଆହାର ଗ୍ରହଣ କରି ମାଟି ମାତା ର ଆର୍ଶିବାଦ ଭିକ୍ଷା କରିଥିଲେ ।
ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ବୁଧବାର ସକାଳ ୧୦.୩୦ ରେ ବଲାଙ୍ଗିର ର ଇଷ୍ଟଦେବୀ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ହୋଇଥିଲା । ଗତ ମଙ୍ଗଳବାର ନିମା ପାଢୀ ଙ୍କ ଘରୁ ଆସିଥିବା ପାହୁର ଭାର ର ସାମ୍ରଗୀ ମାଙ୍କୁ ଅର୍ପଣ କରାଯାଇଥିଲା । ଘଣ୍ଟ, ଶଙ୍ଖ ଓ ପାରମ୍ପାରିକ ବାଦ୍ୟର ତାଳେତାଳେ ମାଁ ଙ୍କର ମଙ୍ଗଳ ଆଳତି ହେବା ପରେ ସରିଆଁ ଧାନ ଓ ନୂଆ ଚୁଡା ର ପ୍ରସ୍ତୁତ ଚୁରାକୁଣା ଭୋଗ ଲଗାଯାଇଥିଲା । ସେହି ପ୍ରସାଦ କୁ ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ବଣ୍ଟାଯାଇଥିଲା । ଚୁରାକୁଣା କୁ ଘରକୁ ନେଇ ନୂଆଁ ଖାଇଥିଲେ । ନୂଆ ଖାଇବା ପରେ ଜୁହାର ଭେଟ ପରମ୍ପରାର ଆରମ୍ଭ ହୋଇଥିଲା । ସାନ ମାନେ ବଡ ମାନଙ୍କୁ ନମସ୍କାର କରି ଆର୍ଶିର୍ବାଦ ଗ୍ରହଣ କରିଥିଲେ । ଗ୍ରାମର ଆବାଳ ବୃଦ୍ଧ ବନିତା ନୂଆଖାଇ ଜୁହାର ଭେଟ ହୋଇ ପରସ୍ପର କୁ ଅଭିନନ୍ଦନ ଜଣାଇଥିଲେ । ଏହା ପରେ ଗାଁ ମାନଙ୍କରେ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଭଳି ଭାବରେ ବୁଧବାର ନୂଆଁଖାଇକୁ ନେଇ ସମସ୍ତେ ଆନନ୍ଦ ଉଲ୍ଲାସ ରେ ମସଗୁଲ ଥିଲେ । ପ୍ରତିବର୍ଷ ଏଭଳି ଭାବରେ ଖୁସିର ଲହରୀ ନେଇ ଏହି ପର୍ବ ଆସୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ ।
ରାଜା ଘର ନୂଆଁଖାଇ
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଶୈଳଶ୍ରୀ ପେଲେସ ରେ ନୂଆଁଖାଇ ପାଳିତ ହୋଇଛି । ବିବାଦ ଓ ରାଜନୀତି ଜୀବନରୁ ଉଦ୍ଧ୍ୱର୍ରେ ରହି ଦୁଇ ପରିବାର ମିଶି ନୂଆଁ ଖାଇଛନ୍ତି । ବୁଧବାର ଶୈଳଶ୍ରୀ ପେଲେସ ରେ ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, ପୁତୁରା ଅନଙ୍ଗ ଉଦୟ ସିଂ ଦେଓ, ଭାଇ କଳିକେଶ ନାରାୟଣ ସିଂ ଦେଓ, ତାଙ୍କର ପତ୍ନୀ ମେଘନାରାଣି ସିଂ ଦେଓ ଓ ଝିଅ ଅମାୟରା ସିଂ ଦେଓ ଏକାଠି ମିଶି ନୂଆ ଖାଇଥିଲେ । ପ୍ରକାଶ ଯେ କନକ ଓ ଅନଙ୍ଗ ଦୁହିଁଙ୍କର ରାଜନୀତି ଜୀବନ ରହିଛି । କନକ ବର୍ଦ୍ଧନ ଓ ତାଙ୍କର ଧର୍ମିଣୀ ସଙ୍ଗୀତା କୁମାରୀ ସିଂ ଦେଓ ଭାରତୀୟ ଜନତା ପାର୍ଟିରୁ ପ୍ରତିନିଧିତ୍ୱ କରୁଥିବାବେଳେ ଅନଙ୍ଗ ଉଦୟ ଓ ତାଙ୍କର ଦୁଇ ପୁଅ ବିଜୁ ଜନତା ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁକରି ଗୋଟିଏ ପରିବାରର ହେଲେ ହେଁ ରାଜନୀତିରେ ପରସ୍ପର ବିରୋଧୀ । ହେଲେ ଆମର ପର୍ବରେ ରାଜନିତୀର ସ୍ଥାନ ନାହିଁ ରହିଛି ତ କେବଳ ଏକତା, ଭାଇଚାରା ଓ ବନ୍ଧୁତା ବୋଲି କନକ ଓ ଅନଙ୍ଗ ପ୍ରତିକ୍ରିୟା ଦେଇଥିଲେ ।





