ଦୁଇ ବର୍ଷ ପରେ ମିଲିଲା ହାତୀ ଦାନ୍ତ, ଭୟରେ ରାତିଅଧିଆ ଗାଁ ଛାଡିଲେଣି ଅଭିଯୁକ୍ତ

The Sakala Picture
Published On

ବଲାଙ୍ଗିର: ଏସଟିଏଫ ଦ୍ୱାରା ଜବତ ହୋଇଥିବା ଦାନ୍ତର ବଲାଙ୍ଗିର ଲିଙ୍କ। ଦୁଇ ବର୍ଷ ତଳେ ହୋଇଥିବା ହାତୀ ଶୀକାର ଘଟଣା ଏବେ ପୁଣି ଚର୍ଚ୍ଚାକୁ ଫେରିଛି। ବିଦ୍ୟୁତ ଆଘାତ ଦେଇ ହାତୀକୁ ହତ୍ୟା କରିବା ପରେ ଦାନ୍ତକୁ କାଟି ନିଆଯାଇଥିଲା। ପ୍ରାୟ ଦୁଇ ବର୍ଷ ଧରି ଉକ୍ତ ଦାନ୍ତ ଲୁଚାଇବା ପରେ ତାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଉଥିବା ବେଳେ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ସୀମାରେ ମାଡିବସିଥିଲା ଏସଟିଏଫ। ଏସଟିଏଫ ଦ୍ୱାରା ଚାଲାଣ କରୁଥିବା ଅଭିଯୁକ୍ତ […]

ବଲାଙ୍ଗିର: ଏସଟିଏଫ ଦ୍ୱାରା ଜବତ ହୋଇଥିବା ଦାନ୍ତର ବଲାଙ୍ଗିର ଲିଙ୍କ। ଦୁଇ ବର୍ଷ ତଳେ ହୋଇଥିବା ହାତୀ ଶୀକାର ଘଟଣା ଏବେ ପୁଣି ଚର୍ଚ୍ଚାକୁ ଫେରିଛି। ବିଦ୍ୟୁତ ଆଘାତ ଦେଇ ହାତୀକୁ ହତ୍ୟା କରିବା ପରେ ଦାନ୍ତକୁ କାଟି ନିଆଯାଇଥିଲା। ପ୍ରାୟ ଦୁଇ ବର୍ଷ ଧରି ଉକ୍ତ ଦାନ୍ତ ଲୁଚାଇବା ପରେ ତାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଉଥିବା ବେଳେ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ସୀମାରେ ମାଡିବସିଥିଲା ଏସଟିଏଫ। ଏସଟିଏଫ ଦ୍ୱାରା ଚାଲାଣ କରୁଥିବା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ଏହି ଶୀକାର ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କ ପାଳି। ହାତୀ ଦାନ୍ତ ଧରାପଡ଼ିବା ପରେ ଅଭିଯୁକ୍ତ ମାନେ ଭୟରେ ଫେରାର ଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଦାନ୍ତ ଚୋରି ଘଟଣାର ଦୁଇ ବର୍ଷ ପରେ ଜବତ ହେବା ଯଦିଓ ବନ ବିଭାଗ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି ତଥାପି ବନ ବିଭାଗର ଏକ ବଡ ଅବହେଲା ସାମ୍ନାକୁ ଆସିଛି। ଏହାରି ପଛରେ ସ୍ଥାନୀୟ ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ୨୦୨୦ ମସିହାରେ ଜାନୁୟାରୀ ୧୨ ତାରିଖରେ ଲୋଇସିଂହା ରେଞ୍ଜ ଛେଲିଆ ସଂରକ୍ଷିତ ଜଙ୍ଗଳ ମହାକୁରପାଲି ନିକଟରେ ଏକ ଦନ୍ତା ହାତୀର ମରଶରୀର ଜବତ ହୋଇଥିଲା। ହାତୀକୁ ଶୀକାର କରିବା ପରେ ତାର ଦାନ୍ତ କାଟିନିଆଯାଇଥିବା ଜଣାପଡ଼ିଥିଲା। ବାରହା ଫାସରେ ପକାଇ ହାତୀକୁ ଶୀକାର କରାଯାଇଥିବା ସେହି ସମୟରେ ସ୍ପଷ୍ଟ ହୋଇଥିଲା। ବନ ବିଭାଗ ବିଦ୍ୟୁତ ତାର, ବିଦ୍ୟୁତ ସଂଯୋଗ କରାଯାଇଥିବା ପଏଣ୍ଟ ମଧୟ ଠାବ କରିବାରେ ସଫଳ ହୋଇଥିଲା। ବାରହା ଫାସ ସ୍ପଷ୍ଟ ହେବା ପରେ ସ୍ଥାନୀୟ ମହାକୁରପାଲି, ନୁନିଆପାଲି, ପାଣ୍ଡେସରାରର ବାରହା ଶୀକାରି ମାନଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିଥିଲା। କିନ୍ତୁ ବନବିଭାଗ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। ଏପରିକି ତତକାଳୀନ ଡିଏଫଓ ସମୀରକାନ୍ତ ଶତପଥୀଙ୍କ ପାଖରେ ଏନେଇ ସୂଚନା ରହିଥିଲେ ସୁଦ୍ଧା ସେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଶୀକାରି ମାନଙ୍କୁ ନୀରବ ସମର୍ଥନ ଜଣାଇଥିଲେ। ଏହି ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ଡିଏଫଓ ନିଲମ୍ବିତ କରିଥିଲେ। ପରେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଚପାଇଦିଆଯାଇଥିଲା। ଏହାର ଠିକ ୨୩ ମାସ ପରେ ପୁଣି ଏହି ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରବିବାର ଏସଟିଏଫ ବରଗଡ଼ ଓ ବଲାଙ୍ଗିର ସୀମାରେ ଥିବା କେନ୍ଦୁଭଟା ଠାରେ ଲରମ୍ଭା ଥାନାର ରମେଶ ପ୍ରଧାନଙ୍କ ଠାରୁ ଏକ ହାତୀ ଦାନ୍ତ ଜବତ କରିଥିଲା। ଏହି ହାତୀ ଦାନ୍ତ ବିକ୍ରି ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଦାନ୍ତକୁ ଉଦ୍ଧାର କରି ରମେଶକୁ ଗିରଫ କରାଯାଇଥିଲା।

ବିଶ୍ୱସ୍ତ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ, ରମେଶ ପ୍ରଧାନ ଲୋଇସିଂହା ଥାନା ନୁନିଆପାଲି ଠାରେ ବାହା ହୋଇଛନ୍ତି। ଶ୍ୱଶୁର ଘର ଯିବା ବାହାନାରେ ସେ ପ୍ରାୟତଃ ନୁନିଆପାଲି ଯା ଆସ କରିଥାନ୍ତି। ରମେଶଙ୍କ ନାଁରେ ପୂର୍ବରୁ ମଧ୍ୟ ଶୀକାର ମାମଲା ରହିଥିବା ଜଣାପଡ଼ିଛି। ଏମିତିରେ ନୁନିଆପାଲି, ମହାକୁରପାଲି ଅଞ୍ଚଳରେ ଥିବା ଶୀକାରି ମାନଙ୍କ ସହ ସେ ବେଶ ପରିଚିତ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଘଟଣାରେ ରମେଶଙ୍କ ସହ ଉକ୍ତ ଯୁବକ ମାନେ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଅବଶ୍ୟ ରମେଶ ଧରାପଡ଼ିବା ପରେ ଗିରଫ ଭୟରେ ଉକ୍ତ ଯୁବକ ମାନେ ଗାଁ ଛାଡି ରାତାରାତି ଫେରାର ମାରିସାରିଥିବା ଜଣାପଡ଼ିଛି। ଏହି ଦାନ୍ତ ରମେଶ ନୁନିଆପାଲିରୁ ଆଣି ଲୁଚାଇ ରଖିଥିବା ବେଳେ ମାମଲା ଥଣ୍ଡା ପଡ଼ିବା ପରେ ସୁଯୋଗ ଦେଖି ବିକ୍ରି କରିବାକୁ ଉଦ୍ୟମ ଚଲାଥିବା ବେଳେ ଧରାପଡ଼ିଯାଇଥିଲା। ତେବେ ଏସଟିଏଫର କାର୍ଯ୍ୟାନୁଷ୍ଠାନ ଏତେରେ ସୀମିତ ରହିବା ନା ଅନ୍ୟ ଚାଲାଣକାରୀ ମାନଙ୍କୁ ମଧ୍ୟ ଗିରଫ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର