ସ୍ୱାମୀ ସାଜିଲା ସଇତାନ: ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି, ୭ ବର୍ଷ ହେଲା ଦୁବାଇରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ମହିଳା

Sakala Desk Picture
Published On

ଟଙ୍କା ଲୋଭରେ ସ୍ୱାମୀ ନିଜ ସ୍ତ୍ରୀକୁ ବିକ୍ରି କରିଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଦୀର୍ଘ ୭ ବର୍ଷ ହେବ ଦୁବାଇରେ ବନ୍ଧା ପଡ଼ି ନରକ ଯନ୍ତ୍ରଣା ଭୋଗୁଛନ୍ତି ଜଣେ ଓଡ଼ିଆ ମହିଳା। ପୀଡ଼ିତା ଜଣକ ହେଲେ ହସ୍ତା ବିଶି। ନିଜର ଦୁର୍ଦ୍ଦଶା ବଖାଣି ଏକ ଭିଡିଓ ଜାରି କରିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ କାକୁତି ମିନତି କରିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ତିନି ଝିଅଙ୍କୁ ହସ୍ତାଙ୍କ ବୃଦ୍ଧ ବାପାମାଆଙ୍କ ପାଖରେ ଗାଁରେ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଫେରି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୁମ୍ବାଇ ଫେରିବା ପରେ ସ୍ୱାମୀ ପ୍ରେମା ମହାନନ୍ଦ କିଛି ଟଙ୍କା ଲୋଭରେ ହସ୍ତାଙ୍କୁ ଏକ ପରିବାର ହାତରେ ଟେକି ଦେଇଥିଲେ। ପରେ ସମ୍ପୃକ୍ତ ପରିବାର ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ଚାଲାଣ କରି ଦେଇଥିଲେ। ଘରୁ ଗୋଡ଼ କାଢିବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ହସ୍ତା ଥରୁଟିଏ ବି ଘରକୁ ଫେରି ନାହାନ୍ତି। ବୃଦ୍ଧ ବାପାମାଆ କେତେବେଳେ ଝିଅ ହସ୍ତାକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ତ ଆଉ କେତେବେଳେ କାନ୍ଦି କାନ୍ଦି ନିଜ ମା’କୁ ଦେଖିବାକୁ ବିକଳ ହେଉଛନ୍ତି ତିନି ଝିଅ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇ ଯୁବତୀଙ୍କୁ ଦୁବାଇରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

16 Jan 2026 By Sakala Desk

ସ୍ୱାମୀ ସାଜିଲା ସଇତାନ: ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି, ୭ ବର୍ଷ ହେଲା ଦୁବାଇରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ମହିଳା

ଟଙ୍କା ଲୋଭରେ ସ୍ୱାମୀ ନିଜ ସ୍ତ୍ରୀକୁ ବିକ୍ରି କରିଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଦୀର୍ଘ ୭ ବର୍ଷ ହେବ ଦୁବାଇରେ ବନ୍ଧା ପଡ଼ି ନରକ ଯନ୍ତ୍ରଣା ଭୋଗୁଛନ୍ତି ଜଣେ ଓଡ଼ିଆ ମହିଳା। ପୀଡ଼ିତା ଜଣକ ହେଲେ ହସ୍ତା ବିଶି। ନିଜର ଦୁର୍ଦ୍ଦଶା ବଖାଣି ଏକ ଭିଡିଓ ଜାରି କରିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ କାକୁତି ମିନତି କରିଛନ୍ତି।

ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ତିନି ଝିଅଙ୍କୁ ହସ୍ତାଙ୍କ ବୃଦ୍ଧ ବାପାମାଆଙ୍କ ପାଖରେ ଗାଁରେ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଫେରି ଯାଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୁମ୍ବାଇ ଫେରିବା ପରେ ସ୍ୱାମୀ ପ୍ରେମା ମହାନନ୍ଦ କିଛି ଟଙ୍କା ଲୋଭରେ ହସ୍ତାଙ୍କୁ ଏକ ପରିବାର ହାତରେ ଟେକି ଦେଇଥିଲେ। ପରେ ସମ୍ପୃକ୍ତ ପରିବାର ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ଚାଲାଣ କରି ଦେଇଥିଲେ। ଘରୁ ଗୋଡ଼ କାଢିବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ହସ୍ତା ଥରୁଟିଏ ବି ଘରକୁ ଫେରି ନାହାନ୍ତି। ବୃଦ୍ଧ ବାପାମାଆ କେତେବେଳେ ଝିଅ ହସ୍ତାକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ତ ଆଉ କେତେବେଳେ କାନ୍ଦି କାନ୍ଦି ନିଜ ମା’କୁ ଦେଖିବାକୁ ବିକଳ ହେଉଛନ୍ତି ତିନି ଝିଅ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇ ଯୁବତୀଙ୍କୁ ଦୁବାଇରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

https://www.thesakala.in/latest-odisha-news/balangir/odia-woman-stranded-in-dubai-husband-accused-of-human-trafficking/article-44108
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର