ପୁଣି ମାତିଲେ ଲୁଟେରା, ଆଖି ପିଛୁଳାକେ ନବେ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ

The Sakala Picture
Published On

ଟିଟିଲାଗଡ: ଦିନ ଦ୍ଵିପ୍ରହରେ ରାସ୍ତା ଉପରେ ହାତରୁ ଝାମ୍ପି ନେଲେ ନବେ ହଜାର ଟଙ୍କାର ବ୍ୟାଗ । ଏଭଳି ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଅଂଚଳରେ । ଟିଟିଲାଗଡ ସହରରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଏହି ଲୁଟେରା ଗ୍ୟାଙ୍ଗ ସହର ମଧ୍ୟରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟି ନେଉଥିବା ଘଟଣା ସହର ମଧ୍ୟରେ କ୍ରମାଗତ ଦେଖିବାକୁ ମିଳୁଛି। […]

ଟିଟିଲାଗଡ: ଦିନ ଦ୍ଵିପ୍ରହରେ ରାସ୍ତା ଉପରେ ହାତରୁ ଝାମ୍ପି ନେଲେ ନବେ ହଜାର ଟଙ୍କାର ବ୍ୟାଗ । ଏଭଳି ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଅଂଚଳରେ । ଟିଟିଲାଗଡ ସହରରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଏହି ଲୁଟେରା ଗ୍ୟାଙ୍ଗ ସହର ମଧ୍ୟରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟି ନେଉଥିବା ଘଟଣା ସହର ମଧ୍ୟରେ କ୍ରମାଗତ ଦେଖିବାକୁ ମିଳୁଛି। ନିୟମିତ ଅନ୍ତରାଳରେ ସହର ମଧ୍ୟରେ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ପୋଲିସ ପ୍ରଶାସନ ଏମାନଙ୍କୁ ଠାବ କରିବାରେ ବିଫଳ ହେଉଛି । ଅପର ପକ୍ଷରେ ଟିଟିଲାଗଡ ପୋଲିସ ପ୍ରଶାସନ ଓ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାଙ୍କ କାରବାର ତଥା ଟଙ୍କା ଜମା ଓ ଉଠାଣ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ବ୍ୟାପକ ଜନସଚେତନା କରାଯାଉଥିଲେ ମଧ୍ୟ ଲୋକଙ୍କ ସାମାନ୍ୟ ଅସାବଧାନତାର ସୁଯୋଗ ନେଇ ଲୁଟେରା ଗ୍ୟାଙ୍ଗ ଟଙ୍କା ଲୁଟି ଫେରାର ମାରୁଛନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଏହିପରି ଘଟଣା ସହର ମଧ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି।ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ନେତ୍ରାନନ୍ଦ ବେହେରା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ରୁ ୯୦,୦୦୦ ଟଙ୍କା ଉଠାଇ ଷ୍ଟେସନ ରାସ୍ତାରେ ଥିବା ଏକ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ।ତେବେ ହୋଟେଲ ସମ୍ମୁଖରେ ପହଞ୍ଚି ବାଇକରୁ ଓହ୍ଲାଇ ଗୋଟିଏ ହାତରେ ହେଲମେଟ ଓ ଅନ୍ୟ ହାତରେ ଟଙ୍କା ଥିବା ବ୍ୟାଗ ଧରି ହୋଟେଲକୁ ଯାଉଥିବା ସମୟରେ ଏକ କଳା ପଲ୍ସର୍ ବାଇକ ଯୋଗେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଛଡାଇ ଫେରାର ମାରିଥିଲେ।ଘଟଣା ସ୍ଥଳେ ସେ ଚିତ୍କାର କରିଥିଲେ ମଧ୍ୟ ଏବଂ ସ୍ଥାନୀୟ କିଛି ଯୁବକ ଉକ୍ତ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ତେବେ ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ବାରମ୍ବାର ସହର ମଧ୍ୟରେ ଦିନ ଦ୍ବିପହରରେ ଏଭଳି ଘଟଣାର ପୁନରାବୃତ୍ତି ହେବା ଅପରାଧୀଙ୍କ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ପ୍ରକାଶ ଯୋଗ୍ୟ ଯେ ମାତ୍ର କିଛିଦିନ ପୂର୍ବରୁ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଗୋପାଲ କୃଷ୍ଣ ଚାନ୍ଦ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ନିଜ ନିଜ ଜ୍ବାଇଁ ତଥା ସାମ୍ବାଦିକ ଦୀପକ ସମଜଦାରଙ୍କ ସହ ଏକ ଏକ୍ଟିଭା ସ୍କୁଟର ଯୋଗେ ଫେରୁଥିବା ବେଳେ ଠିକାଦାର ପଡ଼ା ସ୍ଥିତ ତାଙ୍କ ଘର ସମ୍ମୁଖରୁ ଦୁଇଜଣ ଅଜଣା ଲୁଟେରା ଏକ ନୀଳ ରଙ୍ଗର ପଲ୍ସର ବାଇକ ଯୋଗେ ଆସି ତାଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଲୁଟି ଫେରାର ମାରିଥିଲେ।ତେବେ ସେହି ରାସ୍ତାରେ ଏକ ବ୍ୟବସାୟୀଙ୍କ ଦୋକାନ ରେ ଲାଗିଥିବା ସି ସି ଟିଭି ଫୁଟେଜରେ ଲୁଟେରା ମାନେ ଅନୁସରଣ କରୁଥିବା ଫଟୋ କୈଦ ହୋଇଥିଲା ଏବଂ ଉକ୍ତ ଘଟଣା କୁ ନେଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଲୁଟେରାଙ୍କୁ ଠାବ କରାଯାଇ ପାରି ନାହିଁ । ତେବେ ମାତ୍ର କିଛିଦିନର ଅନ୍ତରାଳେ ଏଭଳି ଘଟଣାର ପୁନରାବୃତ୍ତି ହେବା ସହରବାସୀଙ୍କ ଚିନ୍ତା ବଢ଼ାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର